ମୋଦିଙ୍କୁ ପ୍ରଶଂସା କଲେ ଇମ୍ରାନ୍‌…

ଇସଲାମାବାଦ, ୨୨।୫ : ଆମେରିକାର ଚାପ ସତ୍ତ୍ୱେ ରୁଷିଆରୁ ସବସିଡିଯୁକ୍ତ ଅଶୋଧି ତୈଳ କ୍ରୟ କରୁଥିବାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଏକ ସ୍ବାଧୀନ ବହିର୍ବ୍ୟାପାର ନୀତି ସାହାଯ୍ୟରେ ଏହା ହାସଲ କରିବାକୁ ମୋଦି ତାଙ୍କ ସରକାର ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଇମ୍ରାନ୍‌ କହିଛନ୍ତି। ସେ ପାକିସ୍ତାନ ମୁସଲିମ ଲିଗ ସରକାରଙ୍କୁ ମୁଣ୍ଡ ବିହିନ କୁକୁଡ଼ା ପରି ଅର୍ଥନୀତି ଯୋଗୁ ସମାଲୋଚନା କରିଛନ୍ତି।

ଶନିବାର ମୋଦି ସରକାରଙ୍କ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ହେବାର ଘୋଷଣାକୁ ସେ ପ୍ରଶଂସା କରିଛନ୍ତି। ଇନ୍ଧନ ମୂଲ୍ୟ ହ୍ରାସ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନେତା ଇମ୍ରାନ୍‌ ଟୁଇଟରରେ ଲେଖିଛନ୍ତି ଯେ କ୍ୱାଡର ଏକ ଅଂଶ ହୋଇଥିଲେ ମଧ୍ୟ ଭାରତ ଆମେରିକାର ଚାପରୁ ନିଜକୁ ଦୂରେଇ ରଖିଛି ଏବଂ ଜନସାଧାରଣଙ୍କ ସୁବିଧା ପ୍ରତି ଧ୍ୟାନ ଦେଇଛି।

ଏକ ସ୍ବାଧୀନ ବହିର୍ବ୍ୟାପର ନୀତି ସାହାଯ୍ୟରେ ଆମ ସରକାର ଯାହା କରୁଥିଲେ ଏବେ ତାହା ଭାରତ କରିଛି। ୟୁକ୍ରେନ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶଗୁଡିକ ମସ୍କୋ ଉପରେ କଡା ପ୍ରତିବନ୍ଧକ ଲଗାଇଥିବା ବେଳେ ଅନେକ ତୈଳ ଆମଦାନୀକାରୀଙ୍କୁ ରୁଷିଆ ସହିତ ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ କରୁଥିବା ଯୋଗୁ ରୁଷିଆର ତୈଳ ରପ୍ତାନୀରେ ହ୍ରାସ ଘଟିଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ମୁଦ୍ରାସ୍ଫୀତି ମୁକାବିଲା ପାଇଁ ଭାରତ ରୁଷିଆରୁ ସବସିଡିଯୁକ୍ତ ତୈଳ କ୍ରୟକୁ ବୃଦ୍ଧି କରି ଏପ୍ରିଲରେ ଦେଶର ଅଶୋଧିତ ତୈଳ ଆମଦାନୀକୁ ସାଢ଼େ ତିନି ବର୍ଷର ଉଚ୍ଚତମ ସ୍ତରରେ ପହଞ୍ଚାଇଛି।

ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କ ସରକାର ଲୋକମାନଙ୍କୁ ସୁବିଧା ଯୋଗାଇବା ପାଇଁ ସମାନ ପଦକ୍ଷେପ ନେବାକୁ ଚାହୁଥିଲେ, କିନ୍ତୁ କ୍ଷମତାର ପରିବର୍ତ୍ତନ ପାଇଁ ମିର ଜାଫର ଏବଂ ମିର ସାଦିକ ବାହ୍ୟ ଚାପରେ ପଡ଼ିଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri