ମୋଦିଙ୍କୁ ପ୍ରଶଂସା କଲେ ଇମ୍ରାନ୍‌…

ଇସଲାମାବାଦ, ୨୨।୫ : ଆମେରିକାର ଚାପ ସତ୍ତ୍ୱେ ରୁଷିଆରୁ ସବସିଡିଯୁକ୍ତ ଅଶୋଧି ତୈଳ କ୍ରୟ କରୁଥିବାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଏକ ସ୍ବାଧୀନ ବହିର୍ବ୍ୟାପାର ନୀତି ସାହାଯ୍ୟରେ ଏହା ହାସଲ କରିବାକୁ ମୋଦି ତାଙ୍କ ସରକାର ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଇମ୍ରାନ୍‌ କହିଛନ୍ତି। ସେ ପାକିସ୍ତାନ ମୁସଲିମ ଲିଗ ସରକାରଙ୍କୁ ମୁଣ୍ଡ ବିହିନ କୁକୁଡ଼ା ପରି ଅର୍ଥନୀତି ଯୋଗୁ ସମାଲୋଚନା କରିଛନ୍ତି।

ଶନିବାର ମୋଦି ସରକାରଙ୍କ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ହେବାର ଘୋଷଣାକୁ ସେ ପ୍ରଶଂସା କରିଛନ୍ତି। ଇନ୍ଧନ ମୂଲ୍ୟ ହ୍ରାସ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନେତା ଇମ୍ରାନ୍‌ ଟୁଇଟରରେ ଲେଖିଛନ୍ତି ଯେ କ୍ୱାଡର ଏକ ଅଂଶ ହୋଇଥିଲେ ମଧ୍ୟ ଭାରତ ଆମେରିକାର ଚାପରୁ ନିଜକୁ ଦୂରେଇ ରଖିଛି ଏବଂ ଜନସାଧାରଣଙ୍କ ସୁବିଧା ପ୍ରତି ଧ୍ୟାନ ଦେଇଛି।

ଏକ ସ୍ବାଧୀନ ବହିର୍ବ୍ୟାପର ନୀତି ସାହାଯ୍ୟରେ ଆମ ସରକାର ଯାହା କରୁଥିଲେ ଏବେ ତାହା ଭାରତ କରିଛି। ୟୁକ୍ରେନ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶଗୁଡିକ ମସ୍କୋ ଉପରେ କଡା ପ୍ରତିବନ୍ଧକ ଲଗାଇଥିବା ବେଳେ ଅନେକ ତୈଳ ଆମଦାନୀକାରୀଙ୍କୁ ରୁଷିଆ ସହିତ ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ କରୁଥିବା ଯୋଗୁ ରୁଷିଆର ତୈଳ ରପ୍ତାନୀରେ ହ୍ରାସ ଘଟିଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ମୁଦ୍ରାସ୍ଫୀତି ମୁକାବିଲା ପାଇଁ ଭାରତ ରୁଷିଆରୁ ସବସିଡିଯୁକ୍ତ ତୈଳ କ୍ରୟକୁ ବୃଦ୍ଧି କରି ଏପ୍ରିଲରେ ଦେଶର ଅଶୋଧିତ ତୈଳ ଆମଦାନୀକୁ ସାଢ଼େ ତିନି ବର୍ଷର ଉଚ୍ଚତମ ସ୍ତରରେ ପହଞ୍ଚାଇଛି।

ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କ ସରକାର ଲୋକମାନଙ୍କୁ ସୁବିଧା ଯୋଗାଇବା ପାଇଁ ସମାନ ପଦକ୍ଷେପ ନେବାକୁ ଚାହୁଥିଲେ, କିନ୍ତୁ କ୍ଷମତାର ପରିବର୍ତ୍ତନ ପାଇଁ ମିର ଜାଫର ଏବଂ ମିର ସାଦିକ ବାହ୍ୟ ଚାପରେ ପଡ଼ିଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ୟୁରାନିୟମ ନିର୍ଭରତା ହ୍ରାସ ପାଇଁ ବ୍ରିଟେନ ଜାରି କଲା ପାଣ୍ଠି…

ଲଣ୍ଡନ,୨।୧ : ରୁଷିଆ ଉପ;ର ୟୁରାନିୟମ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ ଆଣବିକ ଇନ୍ଧନର ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା...

ପାଶ୍ଚାତ୍ୟରେ ‘ଅଣୁ ଅସ୍ତ୍ର’ ଛନକା

ମସ୍କୋ/କିଭ୍‌,୭ା୧୧: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ହରଡ଼ଘଣାରେ ପଡ଼ିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିକଟରେ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଇମାନ୍ବେଲ ମାକ୍‌ରଁଙ୍କ ସହ କଥା...

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ମାନିଲା,୨୩।୪: ଫିଲିପାଇନ୍ସର ଲୁଜନ ଦ୍ୱୀପରେ ସୋମବାର ୬.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଏବେ ମୃତ୍ୟୁ ସଂଖ୍ୟା ବଢି ୯ରେ ପହଞ୍ଚିଛି। ଫିଲିପାଇନ...

ଖୁସି ଖବର: ଜୁନ୍‌ ୭ରୁ ୧୨ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା

ବର୍ଲିନ୍‌,୨୮।୫: ଦେଶ ତଥା ବିଶ୍ୱରେ କରୋନା ମହାମାରୀକୁ ଦୂର କରିବା ପାଇଁ ଦ୍ରୁତ ଗତିରେ ଟିକାକରଣ ଅଭିଯାନ ଚାଲିଛି। ଅଦ୍ୟାବଧି ବୟସ୍କ ଲୋକଙ୍କୁ କରୋନା ଟିକା...

ପୂର୍ବ ବାଗଦାଦରେ ଫୁଟବଲ ଷ୍ଟାଡିୟମ ନିକଟରେ ବିସ୍ଫୋରଣ, ୧୦ ମୃତ, ୨୦ରୁ ଅଧିକ ଆହତ

ବାଗଦାଦ,୩୦ ।୧୦: ଇରାକର ପୂର୍ବ ବାଗଦାଦରେ ହୋଇଥିବା ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ଅତିକମରେ ୨୦ଜଣ ଆହତ ହୋଇଥିବା ସୂଚନା ମିଳିଛି ।...

ଆଫଗାନିସ୍ତାନ ସୈନ୍ୟଙ୍କ କବଜାରେ ଓ୍ବାରଦୋଜ୍‌ ଜିଲା: ଶହେ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ୍‌,୭।୯: ଆଫଗାନିସ୍ତାନ ସୈନ୍ୟ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ଓ୍ବାରଦୋଜ୍‌ ଜିଲାକୁ ନିଜ କବଜାକୁ ନେଇଛନ୍ତି। ଏହି ଘଟଣାରେ ଶହେ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି।...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ମସ୍କୋ,୨୮।୨:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ପଞ୍ଚମ ଦିନ। ରୁଷିଆ ସେନା ୟୁକ୍ରେନର ସବୁ ଦିଗରୁ ଘେରିବାକୁ ଚେଷ୍ଟା କରୁଛି। ଅନେକ ବିଶେଷଜ୍ଞ ଏହି ଯୁଦ୍ଧକୁ...

ମିଶରରେ ଭେଟ ହେଲେ ଇସ୍ରାଏଲ-ପାଲେଷ୍ଟାଇନ ପ୍ରତିନିଧୀ, ଆମେରିକା କଲା ସ୍ବାଗତ…

କାଏରୋ,୨୦।୩ : ଉତ୍ତେଜନାକୁ ଦୂର କରିବା ପାଇଁ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପ୍ରତିନିଧୀ ମିଶରରେ ଭେଟ ହୋଇଛନ୍ତି। ଇଜିପ୍ଟର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନର...

Advertisement
Archives

Model This Week