Posted inଜାତୀୟ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ନାଗରିକତ୍ୱ ନ୍ୟାୟସଙ୍ଗତ ପ୍ରକ୍ରିୟାରେ ନିର୍ଦ୍ଧାରଣ ହେଉ

ନୂଆଦିଲ୍ଲୀ,୧୪ା୭: ଗୁଆହାଟୀ ହାଇକୋର୍ଟ ପୂର୍ବରୁ ଫରେନର୍ସ ଟ୍ରିବ୍ୟୁନାଲ ଦେଇଥିବା ରାୟକୁ କାଏମ୍‌ ରଖି ୨୭ ଜଣଙ୍କୁ ବିଦେଶୀ ଘୋଷଣା କରିଥିବାବେଳେ ସୁପ୍ରିମକୋର୍ଟ ସୋମବାର ଏହାକୁ ଖାରଜ କରିଦେଇଛନ୍ତି। ନାଗରିକତ୍ୱ ପ୍ରଶ୍ନର ସମାଧାନ ନିରପେକ୍ଷ, ଆଇନସମ୍ମତ ଓ ଯୁକ୍ତିଯୁକ୍ତ ପ୍ରକ୍ରିୟାରେ ହେବା ଜରୁରୀ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସମସ୍ତ ୨୭ଟି ମାମଲା ସାମ୍ବିଧାନିକ ଓ ନ୍ୟାୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେଗୁଡ଼ିକର ପୁନର୍ବିଚାର ପାଇଁ ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ ସେଗୁଡ଼ିକୁ ସମ୍ପୃକ୍ତ ଫରେନର୍ସ ଟ୍ରିବ୍ୟୁନାଲକୁ ଫେରାଇ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ନାଗରିକତ୍ୱ ଓ ବିଦେଶୀ ମାନ୍ୟତା ସମ୍ବିଧାନ ଓ ଆଇନଗତ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଜଣେ ବ୍ୟକ୍ତିଙ୍କ ନାଗରିକତ୍ୱ ନିର୍ଦ୍ଧାରଣ ନିରପେକ୍ଷ, ଆଇନସମ୍ମତ ଓ ଯୁକ୍ତିଯୁକ୍ତ ପ୍ରକ୍ରିୟାରେ ହେବା ଆବଶ୍ୟକ। ପୂର୍ବରୁ କୌଣସି ବିଦେଶୀ ଟ୍ରିବ୍ୟୁନାଲ କିମ୍ବା ଗୁଆହାଟୀ ହାଇକୋର୍ଟ ଦେଇଥିବା ରାୟରେ ପ୍ରଭାବିତ ନ ହୋଇ ନିରପେକ୍ଷ ଭାବେ ଉକ୍ତ ମାମଲାଗୁଡ଼ିକର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲକୁ କହିଛନ୍ତି।
ଟ୍ରିବ୍ୟୁନାଲ ଆବେଦନକାରୀମାନଙ୍କୁ ବିଦେଶୀ ଘୋଷଣା କରିଥିବାବେଳେ ଗୁଆହାଟୀ ହାଇକୋର୍ଟ ଟ୍ରିବ୍ୟୁନାଲର ରାୟଗୁଡ଼ିକୁ କାଏମ୍‌ ରଖିଥିଲେ। ତେବେ ବିପକ୍ଷଙ୍କ ଅନୁପସ୍ଥିତିରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ନେଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ଅନେକ ପିଟିଶନ ଦାଏର ହୋଇଥିଲା। ତେବେ ଟ୍ରିବ୍ୟୁନାଲଙ୍କ ମତାମତକୁ ପାଖାପାଖି ୨୩ ବର୍ଷ ପରେ ଚ୍ୟାଲେଞ୍ଜ କରାଯାଇଥିବା ଦର୍ଶାଇ ହାଇକୋର୍ଟ ଉକ୍ତ ପିଟିଶନଗୁଡ଼ିକୁ ପୂର୍ବରୁ ଖାରଜ କରିଦେଇଥିଲେ। ନୋଟିସ ପଠାଯିବା ସତ୍ତ୍ୱେ ଆବେଦନକାରୀମାନେ ଟ୍ରିବ୍ୟୁନାଲ ନିକଟରେ ହାଜର ହୋଇ ନ ଥିଲେ ବୋଲି ହାଇକୋର୍ଟ ଦର୍ଶାଇଥିଲେ। ହାଇକୋର୍ଟ ଟ୍ରିବ୍ୟୁନାଲଙ୍କ ରାୟକୁ କାଏମ ରଖିବା ସହ ବିଦେଶୀ ଆଇନ, ୧୯୪୬ର ଧାରା ୯ ଉପରେ ଭରସା କରିଥିଲେ, ଯେଉଁଠି ସରକାରଙ୍କ ପରିବର୍ତ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭାରତୀୟ ନାଗରିକତ୍ୱର ପ୍ରମାଣ ଦେବାକୁ ପଡ଼ିଥାଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୮ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ହସିଲେ ସ୍ବାସ୍ଥ୍ୟମନ୍ତ୍ରୀ? ସାମ୍ବାଦିକ ସମ୍ମିଳନୀରେ କହିଲେ, ‘ବିରତି ପରେ ଦେବେ ଉତ୍ତର’

ଜୟପୁର,୧୪।୭: ରାଜସ୍ଥାନର ସ୍ବାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ ଖିନଭସାରଙ୍କ ଠାରୁ ପ୍ରାୟ ଅଠର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଏବଂ ରାଜ୍ୟର ପ୍ରାୟ ପଚାଶ ଜଣଙ୍କ ଗୁରୁତର ଅସୁସ୍ଥତା ସମ୍ପର୍କରେ…

ଆମେରିକା ସହ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ? ପ୍ରତିକ୍ରିୟା ରଖିଲେ ଟ୍ରମ୍ପଙ୍କ ପ୍ରତିନିଧି ସେର୍ଗିଓ ଗୋର୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୪।୭: ଭାରତ ଦୁଇ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିବା ରିପୋର୍ଟ ସମ୍ପର୍କରେ ଭାରତ ଏବଂ ଆମେରିକା ଉଭୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।…

ସ୍ମାର୍ଟଫୋନ ବଜାରରେ ଏଆଇ କ୍ରେଜ୍‌, ସାମ୍ନାକୁ ଆସିଲା ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୧୪।୭: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଏବେ କେବଳ ସ୍ମାର୍ଟଫୋନର ଏକ ଫିଚର୍‌ ହୋଇ ରହିନାହିଁ ବରଂ ଏହା ଭାରତୀୟ ଗ୍ରାହକଙ୍କ କିଣିବା ନିଷ୍ପତ୍ତିକୁ ମଧ୍ୟ ପ୍ରଭାବିତ କରୁଛି।…

ଅମାଠ ଛକରେ ବଢ଼ିବାରେ ଲାଗିଛି ଅପରାଧ, ପୋଲିସ ଫାଣ୍ଡି ପାଇଁ ଦାବି

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଶେଷ ସୀମାନ୍ତ ଅଞ୍ଚଳରେ ଥିବା ଅମାଠ ଛକରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । କାରଣ ଉକ୍ତ…

ହର୍ମୁଜ ଦେଇ ଯାଉଥିବା ଜାହାଜ ଉପରେ ୨୦% ଟିକସ ଲଗାଇବା ପାଇଁ ଯୋଜନା ଘୋଷଣା କଲା ଆମେରିକା; ଇରାନ କହିଲା -‘ଟ୍ରମ୍ପ ସମ୍ପୂର୍ଣ୍ଣ ଠିକ…’

ତେହରାନ,୧୪।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ସମସ୍ତ ଜାହାଜ ଉପରେ 20% ଟିକସ ଘୋଷଣା ଉପରେ ଇରାନ ପ୍ରତିଆକ୍ରମଣ କରିଛି।…

ଅଶାନ୍ତ ମିଡଲ ଇଷ୍ଟ: ତେଲ ଟ୍ୟାଙ୍କର ଉପରେ ଆକ୍ରମଣରେ ଭାରତୀୟ ମୃତ

ତେହରାନ,୧୪।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଏବେ ସମଗ୍ର ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ପରି ମନେ ହେଉଛି। ଏହା ମଧ୍ୟରେ, ସଂଯୁକ୍ତ ଆରବ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ରାମ ମନ୍ଦିର ଦାନ ଟଙ୍କା ଚୋରି ମାମଲା: ୟୁପି ଏସ୍‌ଆଇଟିକୁ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୭ (ପି.ଟି.): ଅଯୋଧ୍ୟା ରାମମନ୍ଦିରକୁ ମିଳିଥିବା ଦାନ ଟଙ୍କା ଆତ୍ମସାତ୍‌ ଅଭିଯୋଗର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ଗଠନ କରିଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି)କୁ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri