ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଡେମି-ଅଫିସିଆଲ(ଡିଓ) ଚିଠି ପଠାଇବାର ଅନେକ ଦଶନ୍ଧିର ପୁରୁଣା ଅଭ୍ୟାସକୁ ଉଜାଗର କରିଛନ୍ତି। ବାବୁ ସାମ୍ରାଜ୍ୟର ଆଭ୍ୟନ୍ତରୀଣ କାର୍ଯ୍ୟ ସହ ଜଡ଼ିତ ଥିବା ଭାରତୀୟମାନେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେକରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅପ୍‌ଡେଟ ରଖିବାକୁ ସଚିବମାନଙ୍କ ପାଇଁ ୧୯୬୪ ମସିହାରେ ଏକ ସ୍ବଚ୍ଛ, ମହତ୍ତ୍ୱପୂର୍ଣ୍ଣ ବ୍ୟବସ୍ଥା ରୂପେ ଏହା ଆରମ୍ଭ କରାଯାଇଥିଲା ଏବଂ ସମୟକ୍ରମେ ଅମଲାତାନ୍ତ୍ରିକ ପରମ୍ପରା ଭାବେ ରହିଆସିଛି। ବିଶେଷକରି ସଂକ୍ଷିପ୍ତ ଓ ବ୍ୟକ୍ତିଗତ ଟିପ୍ପଣୀର ଏହି ଚିଠିଗୁଡ଼ିକ ପ୍ରମୁଖ ବିଷୟଗୁଡ଼ିକୁ ସାମ୍ନାକୁ ଆଣିବା ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଏବେ ସେଗୁଡ଼ିକ ଲମ୍ବା ଓ ଅନାବଶ୍ୟକ ସୂଚନା ସହ ବହୁତ ବଡ଼ ହୋଇଯାଇଛି। କୌଣସି ଦୂରଦୃଷ୍ଟି ନ ରହି ଚିଠିଗୁଡ଼ିକ କେବଳ ତଥ୍ୟର ସଂକଳନ ହୋଇଗଲା। ଫଳରେ ଯାହା ହାସଲ କରିବାକୁ ଚାହୁଁଥିଲେ ତାହାର ମହତ୍ତ୍ୱ ରହିଲା ନାହିଁ। ଏହାକୁ ଲକ୍ଷ୍ୟକରି ବଡ଼ ମାସିକ ରିପୋର୍ଟ ପ୍ରସ୍ତୁତ ନ କରିବାକୁ ସୋମନାଥନ୍‌ ତାଙ୍କ ସଦ୍ୟତମ ଚିଠିରେ କହିଛନ୍ତି। ଏହାସହ ଚିଠିର ଉଦ୍ଦେଶ୍ୟକୁ ଫେରିବାକୁ ସେ ସଚିବମାନଙ୍କୁ ଅନୁରୋଧ କରିଛନ୍ତି, ଯାହା ପ୍ରକୃତ ସଂକ୍ଷିପ୍ତ ତଥା ମହତ୍ତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ। ରିପୋର୍ଟ ଗୋଟିଏ କିମ୍ବା ସର୍ବାଧିକ ଦୁଇଟି ପୃଷ୍ଠା ହେବ ଏବଂ ଏହା ନୀତିରେ ଥିବା ବାଧା, ଗୁରୁତ୍ୱପୂର୍ଣ୍ଣ ବିଚାରାଧୀନ ପ୍ରସ୍ତାବ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଦେଉଥିବ। କେବଳ ଲେଖା କମାଇବା ଉଦ୍ଦେଶ୍ୟ ନୁହେଁ ବରଂ ପ୍ରଭାବଶାଳୀ ଯୋଗାଯୋଗ ଏବଂ କାର୍ଯ୍ୟକ୍ଷମତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଦେଖିବାକୁ ଗଲେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଅଧିକ ପ୍ରତିକ୍ରିୟାଶୀଳ ଏବଂ ପ୍ରଭାବଶାଳୀ ଅମଲାତନ୍ତ୍ର ପାଇଁ ଉଦ୍ଦିଷ୍ଟ।
ନିଜସ୍ବ କ୍ୟାଡର ଦାବି
ଗୋଆ ପାଇଁ ନିଜର ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ କ୍ୟାଡର ରହିବା ପାଇଁ ଗୋଆ ଫର୍‌ୱାର୍ଡ ପାର୍ଟି (ଜିଏଫ୍‌ପି) ଅଧ୍ୟକ୍ଷ ବିଜୟୀ ସର୍ଦେଶାଇ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। ତାଙ୍କ ମତରେ ବାହାରର ଅଧିକାରୀମାନଙ୍କ ତୁଳନାରେ ସ୍ଥାନୀୟ ଅଧିକାରୀମାନେ ଗୋଆର ଆବଶ୍ୟକତା, ସଂସ୍କୃତି ଏବଂ ଆହ୍ବାନଗୁଡ଼ିକୁ ଭଲ ଭାବେ ବୁଝିଥାଆନ୍ତି। ସେମାନେ ରାଜ୍ୟର ବିକାଶରେ ଅଧିକ ଜଡ଼ିତ ହେବା ସହ ଲୋକଙ୍କ ସଙ୍ଗେ ମିଳିମିଶି ଅଧିକ କାମ କରନ୍ତି। ସର୍ଦେଶାଇ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଦେଇଥିବା ଚିଠିରେ ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଯେତେବେଳେ ଅଧିକାରୀମାନେ ସ୍ବଳ୍ପ ସମୟ ପାଇଁ ଆସନ୍ତି, ସେମାନେ ଉପରଠାଉରିଆ ଭାବେ କାମ କରନ୍ତି । ସେମାନେ ଲୋକଙ୍କଠାରୁ ଦୂରେଇ ରହନ୍ତି। ଏଭଳି ବିଚ୍ଛିନ୍ନତା ଯୋଗୁ ବିଶ୍ୱାସର ଅଭାବ ଦେଖାଦିଏ। କେତେଜଣ ଅଧିକାରୀ ମଧ୍ୟ ଅହଂକାରୀ କିମ୍ବା ଉଦାସୀନ ଏବଂ ଅନ୍ୟମାନେ ବିଶେଷକରି ପୋଷ୍ଟିଂ ବିଷୟରେ ଚିନ୍ତିତ ରହିଥାନ୍ତି ଏବଂ ଗୋଆକୁ ଲାଭ ଦେବା ଭଳି ଦୃଢ଼ ନିଷ୍ପତ୍ତି ନେବାରୁ ବିରତ ରହନ୍ତି ।
ସର୍ଦେଶାଇଙ୍କ ଚିଠି ଆମକୁ ମନେପକାଇଦେଇଛି ଯେ ଗୋଆ ପୂର୍ବରୁ ନିଜସ୍ବ କ୍ୟାଡର ସୃଷ୍ଟି କରିବାକୁ ଚେଷ୍ଟା କରିଛି, କିନ୍ତୁ ଫଳପ୍ରଦ ହୋଇନାହିଁ। ପୂର୍ବାପେକ୍ଷା ବର୍ତ୍ତମାନ ସମ୍ଭବତଃ ଏହାକୁ ପୁନଃ ଉପସ୍ଥାପନ କରିବାର ଉପଯୁକ୍ତ ସମୟ। ଏକ ଉତ୍ସର୍ଗୀକୃତ ଗୋଆ କ୍ୟାଡର ଶାସନକୁ ଶୃଙ୍ଖଳିତ କରିବା ସହ ପ୍ରଶାସନ ଏବଂ ଜନସାଧାରଣଙ୍କ ମଧ୍ୟରେ ଅଧିକ ଶକ୍ତିଶାଳୀ ସମ୍ପର୍କ ସ୍ଥାପନ କରିପାରିବ ଏବଂ ନିଶ୍ଚିତ କରିପାରିବ ଯେ ଏହିପରି ଅଧିକାରୀମାନେ ରାଜ୍ୟ ତଥା ଏହାର ଲୋକଙ୍କ ପାଇଁ ପ୍ରକୃତରେ ଉତ୍ତରଦାୟୀ।
ଅମଲାତାନ୍ତ୍ରିକ ତ୍ରୁଟି
ଅସାବଧାନତାରୁ ହେଉ କିମ୍ବା ଅଧିକ କାର୍ଯ୍ୟଭାର ଯୋଗୁ ଅନେକ ସମୟରେ ଅମଲାତାନ୍ତ୍ରିକ ତ୍ରୁଟିଗୁଡ଼ିକ ବାବୁମାନଙ୍କୁ କେବଳ ବ୍ୟକ୍ତିଗତଭାବେ ଲଜ୍ଜିତ କରେନାହିଁ, ବରଂ ସମଗ୍ର ବିଭାଗ ଏବଂ ସରକାରଙ୍କ ତ୍ରୁଟିକୁ ସାମ୍ନାକୁ ଆଣେ। ନିକଟରେ ହରିୟାଣାରେ ହୋଇଥିବା ତ୍ରୁଟି ଏହାର ଏକ ବଡ଼ ଉଦାହରଣ। ୩ ନଭେମ୍ବର ୨୦୨୪ର ଏକ ନିର୍ଦ୍ଦେଶକ୍ରମେ ଛରଖି ଦାଦ୍ରିର ଡେପୁଟି କମିଶନର ଭାବେ ୨ଜଣ ଆଇଏଏସ୍‌ ଅଧିକାରୀ ମୁନିଶ ଶର୍ମା ଏବଂ ଡ. ଜୟିନ୍ଦର ସିଂ ଛିଲ୍ଲାରଙ୍କୁ ନିଯୁକ୍ତ କରାଯାଇଥିଲା। କହିବାକୁ ଗଲେ ଗୋଟିଏ ଜିଲାରେ ୨ ଜଣ ମୁଖ୍ୟ। କେରଳ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ, ଯାହା ପୂର୍ବରୁ ଏହି ସ୍ତମ୍ଭରେ ରିପୋର୍ଟ କରାଯାଇଥିଲା। ସେହି ସମାନ ଦିନରେ ରାଜ୍ୟ ୨୦୦୫ ବ୍ୟାଚ୍‌ କେରଳ କ୍ୟାଡରର ଆଇଏଏସ୍‌ ଅଧିକାରୀ ପ୍ରଣବଜ୍ୟୋତି ନାଥଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ କେନ୍ଦ୍ର ନାଲ୍‌କୋର ମୁଖ୍ୟ ଭିଜିଲାନ୍ସ ଅଫିସର ଭାବରେ ନିଯୁକ୍ତ କରିଥିଲେ। ସେହିଭଳି ୨୦୦୭ ବ୍ୟାଚ୍‌ ପଞ୍ଜାବ କ୍ୟାଡର ଆଇଏଏସ୍‌ ଅଧିକାରୀ ଅନିନ୍ଦିତା ମିତ୍ର ପଞ୍ଜାବ କ୍ୟାଡରକୁ ଫେରିବା ପରେ ଚଣ୍ଡିଗଡ଼ ମ୍ୟୁନିସିପାଲ କମିଶନର ଭାବେ ତାଙ୍କ ୩ବର୍ଷର କାର୍ଯ୍ୟକାଳ ଶେଷ ପରେ ଆଉ ୩ ମାସ ବୃଦ୍ଧି କରାଯିବାକୁ ପିଏସିି ସ୍ବୀକୃତି ଦେଇଥିଲେ ମଧ୍ୟ ସେଥିରେ ବ୍ୟତିକ୍ରମ ହୋଇଥିଲା। ବିଗତ ୬ ମାସରୁ ଅଧିକ ସମୟ ମଧ୍ୟରେ ଏଭଳି ପ୍ରଶାସନିକ ତ୍ରୁଟିର ଲମ୍ବା ତାଲିକା ଦର୍ଶାଉଛି ଯେ, ଅସାବଧାନତା ଏହା ପଛର ଏକ କାରଣ । ଏବେ ହୁଏତ କାର୍ଯ୍ୟଭାର କମାଇବାକୁ ହେବ କିମ୍ବା ସର୍ବସାଧାରଣରେ ଘୋଷଣା କରିବା ପୂର୍ବରୁ ଅତି କମ୍‌ରେ ୨ଥର ଯାଞ୍ଚ କରିବାକୁ ପଡ଼ିବ। ମଣିଷ ମାତ୍ରକେ ଭୁଲ୍‌ ଅଛି, କିନ୍ତୁ ବିଶ୍ୱାସ ବଜାୟ ରଖିବାକୁ ହେଲେ ତାହାକୁ କମ୍‌ କରିବାକୁ ହେବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri