ରାଜ୍ୟ ଆଇନଜୀବୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି:ବାର୍‌ ଆସୋସିଏସନ୍‌କୁ ନିର୍ବାଚନୀ ଖର୍ଚ୍ଚ ବନ୍ଦ

କଟକ,୨୧ା୨ (କାର୍ତ୍ତିକ ସାହୁ) ବହୁ ପ୍ରତିକ୍ଷିତ ଆଡ୍‌ଭୋକେଟ୍‌ ଏକାଡେମୀ ଗଠନ ନିମନ୍ତେ ରାଜ୍ୟ ଆଇନ୍‌ଜୀବୀ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତତ୍‌ସଂକ୍ରାନ୍ତୀୟ ଆବଶ୍ୟକୀୟ ଭିତ୍ତିଭୂମି ପାଇଁ ଭୂମି ଓ ପାଣ୍ଠି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ତୁରନ୍ତ ଅନୁରୋଧପତ୍ର ଦାଖଲ କରିବାକୁ ପରିଷଦର ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ରାଜ୍ୟର ସମସ୍ତ ଆଇନଜୀବୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ମଧୁବାବୁ ସ୍ବାସ୍ଥ୍ୟବୀମା ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଇତିମଧ୍ୟରେ ଦେଶର ଅନେକ ରାଜ୍ୟର ସରକାର ଆଇନଜୀବୀମାନଙ୍କ ସୁରକ୍ଷା ଆଇନ ପ୍ରଣୟନ କରିସାରିଛନ୍ତି। ସେଥିପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୀତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ ନିମନ୍ତେ ବୈଠକରେ ସ୍ଥିର ହୋଇଛି। ପରିଷଦର ସଦସ୍ୟ ଦୀନେଶ ଚନ୍ଦ୍ର ରାୟ ଓ ଅକ୍ଷୟ କୁମାର ପତି ଉପରୋକ୍ତ ପ୍ରସଙ୍ଗ ବୈଠକରେ ଉପସ୍ଥାପନ କରିଥିଲେ। ଏଥିସହ ଆଡ୍‌ଭୋକେଟ୍‌ ଓ୍ବେଲଫେୟାର କର୍ପସ ଫଣ୍ଡ୍‌କୁ ସ୍ଥଗିତ ରଖାଯିବା ଓ ସମସ୍ତ ବାର୍‌ ଆସୋସିଏସନକୁ ଦିଆଯାଉଥିବା ନିର୍ବାଚନ ଖର୍ଚ୍ଚ ତୁରନ୍ତ ବନ୍ଦ କରିବା ପାଇଁ ମଧ୍ୟ ପରିଷଦର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ବାବଦରେ ଆଲୋଚନା କରାଯାଇ ଆଡ୍‌ଭୋକେଟ୍‌ ଓ୍ବେଲଫେୟାର କର୍ପସ ଫଣ୍ଡ ଦ୍ୱାରା କରାଯାଉଥିବା ୧୦୦ ଟଙ୍କିଆ ଷ୍ଟାମ୍ପକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ବାର୍‌ ଆସୋସିଏସନ୍‌ଗୁଡ଼ିକୁ ଦିଆଯାଉଥିବା ନିର୍ବାଚନ ଖର୍ଚ୍ଚ ବନ୍ଦ ରଖିବାକୁ ନିଷ୍ପତ୍ତି ଗୃହୀତ ହୋଇଛି। ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇ ଭବିଷ୍ୟତରେ ଯଥାସମ୍ଭବ ଓକିଲମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି। ଆଇନଜୀବୀମାନଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ରାଜ୍ୟର ସମସ୍ତ ଆଇନଜୀବୀ ଓ ବୁଦ୍ଧିଜୀବୀ ମହଲରୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାନ୍ତକାଠି ଭାଙ୍ଗୁଥିଲେ ମହିଳା,୩ ଭାଲୁ ମିଶି ଝୁଣିଦେଲେ

ପାଟଣା,୨୭।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ଡାଳପକା ପଞ୍ଚାୟତ କୁଦାବେଡା ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଜଣେ ୩୯...

କାର୍‌ରେ ଆସି ବସ୍‌ରୁ ରୁପା ଭର୍ତ୍ତି ବ୍ୟାଗ ନେଇଗଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୨୬ା୭(ପ୍ରଶାନ୍ତ କୁମାର ମିଶ୍ର): କୋଲକାତା ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଜଣେ ବ୍ୟବସାୟୀଙ୍କ ପ୍ରାୟ ୫୦ କେଜି ପୁରୁଣା ରୁପା ଜିନିଷ ଓ ୪ ଲକ୍ଷ...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri