Posted inଫୁରସତ

ଘରେ ଶଙ୍ଖ ରଖିଲେ ମିଳିଥାଏ ଏସବୁ ଶୁଭଫଳ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶଙ୍ଖରେ ଏପରି ଅନେକ ଗୁଣ ଅଛି; ଯେଉଁଥିପାଇଁ ଘରେ ସକାରାତ୍ମକ ଶକ୍ତି ଆସେ। କୁହାଯାଏ, ଯେଉଁ ଘରେ ଶଙ୍ଖ ଅଛି, ସେଠାରେ ଲକ୍ଷ୍ମୀ ବାସ କରନ୍ତି। ଲକ୍ଷ୍ମୀଙ୍କ ପରି ଶଙ୍ଖ ମଧ୍ୟ ସମୁଦ୍ରରୁ ମିଳିଥିଲା। ସମୁଦ୍ର ମନ୍ଥନ ସମୟରେ ଚଉଦ ରତ୍ନ ମଧ୍ୟରେ ଶଙ୍ଖକୁ ଗଣନା କରାଯାଏ।

ଭାରତୀୟ ସଂସ୍କୃତିରେ ଶଙ୍ଖର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୁରାଣ ଶାସ୍ତ୍ରରେ ଶଙ୍ଖ ଧ୍ୱନି ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଶଙ୍ଖନାଦ ଦ୍ୱାରା ଘରୁ ଯେକୌଣସି ନକାରାତ୍ମକ ଶକ୍ତିକୁ ଦୂର କରାଯାଇଥାଏ।

ଘରେ ଶଙ୍ଖ ରଖିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ। ଏହା ସହିତ ଧନ, ଜନ, ଆୟୁ, ଯଶ ବୃଦ୍ଧି ହୋଇଥାଏ। ଘରେ ବାସ୍ତୁଦୋଷ ଥିଲେ କୋଠରୀର ଏକ କୋଣରେ ଶଙ୍ଖ ରଖିବା ଦ୍ୱାରା ଏହା ଲାଘବ ହୋଇଥାଏ।

ଶଙ୍ଖଙ୍କୁ ବିଜୟ, ସମୃଦ୍ଧି, ସୁଖ, ଶାନ୍ତି, ଖ୍ୟାତି ଏବଂ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଶଙ୍ଖ ହେଉଛି ଧ୍ୱନିର ପ୍ରତୀକ। ପ୍ରାକୃତିକ ଭାବରେ ଅନେକ ପ୍ରକାରର ଶଙ୍ଖ ଅଛି। ସେମାନଙ୍କ ମଧ୍ୟରୁ ଦକ୍ଷିଣାବୃତ୍ତି ଶଙ୍ଖ, ମଧ୍ୟାବୃତ୍ତି ଶଙ୍ଖ ଏବଂ ବାମାବୃତ୍ତି ଶଙ୍ଖ ଅନ୍ତର୍ଭୁକ୍ତ।

ଘରେ କେମିତି ରଖିବେ ଶଙ୍ଖ ଜାଣନ୍ତୁ:-

– ଶଙ୍ଖରେ ପାଣି ଭରି ଏହାକୁ ଉତ୍ତର-ପୂର୍ବ ଦିଗରେ ରଖିଲେ ପରିବାରରେ ସୁଖ,ଶାନ୍ତି ବୃଦ୍ଧି ହୋଇଥାଏ।

– ପିଲା ଅଧ୍ୟୟନରେ ଦୁର୍ବଳ ଥିଲେ ଶଙ୍ଖରେ ପାଣି ଭର୍ତ୍ତି କରି ଏହି ପାଣିକୁ ପିଇବା ଦ୍ୱାରା ବୌଦ୍ଧିକ ବିକାଶ ହୋଇଥାଏ।

– ଦକ୍ଷିଣ କୋଣରେ ଶାଳଗ୍ରାମ ଏବଂ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ ଲାଭ ହୋଇଥାଏ।

କୁହାଯାଏ, ଶଙ୍ଖ ପୂଜା କଲେ ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ବିଭତ୍ସ ଖାଦ୍ୟ, ଯାହାକୁ ଖାଇବା ସମୟରେ ରୁମାଲରେ ମୁଣ୍ଡ ଢାଙ୍କନ୍ତି ଲୋକ

ଅନେକ ରେଷ୍ଟୁରାଣ୍ଟରେ ଏପରି କିଛି ସ୍ପେଶାଲ ଡିସ୍‌ ଥାଏ ଯାହା ଗ୍ରାହକଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ଏପରି ଏକ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା...

୮୦୦ବର୍ଷର ସୁନା ଗଛ, ଦେଖି ଆଶ୍ଚର୍ଯ୍ୟ ହେବେ…

ସମୟ ସାଙ୍ଗକୁ ପୃଥିବୀରେ ହ୍ରାସ ପାଉଛି ଗଛ। ଗଛ କଟା ହେବା ଯୋଗୁ ଗ୍ଲୋବାଲ ଓ୍ବାର୍ମିଂ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କେଉଁଠି ଜଙ୍ଗଲ...

ଅନଲାଇନ୍‌ରେ ଗ୍ରୋସରୀ ସାମଗ୍ରୀ ମଗାଇଥିଲେ ବ୍ୟକ୍ତି; ପ୍ୟାକେଟ୍‌ ଭର୍ତ୍ତି ମଳ ପଠାଇଲା କମ୍ପାନୀ; ପୁରା ଘଟଣା ଜାଣିଲେ…

ଆଜିକାଲି ସମୟରେ ଅନଲାଇନରେ ସାମଗ୍ରୀ କିଣିବା ସାଧାରଣ କଥା। ହେଲେ ଅନେକ ଥର ମଗାଇଥିବା ସାମଗ୍ରୀ ବଦଳରେ ଭିନ୍ନ ଜିନିଷ ହସ୍ତଗତ ହୋଇଥାଏ। ଏହାର ଅନେକ...

ଲକ୍ଷପତି ଭିକାରୀଙ୍କ ଭୋକରେ ମୃତ୍ୟୁ, ପାଖରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ବଲସାଡ,୬।୧୨: ରାସ୍ତାରେ ଯିବାଆସିବା ସମୟରେ ଆପଣ ଭିକାରୀଙ୍କୁ ନିହାତି ଭେଟୁଥିବେ। ପେଟ ପୋଷିବା ପାଇଁ ସେମାନେ ରାସ୍ତାକଡରେ ବସି ଭିକ ମାଗିଥାନ୍ତି। ଭିକରୁ ମିଳୁଥିବା ୩୦-୪୦ଟଙ୍କାକୁ...

ପ୍ରତିଦିନ ଗାଧୋଇବା କ୍ଷତିକାରକ, ଜାଣନ୍ତୁ କ’ଣ କହୁଛି ବିଜ୍ଞାନ…

ୱାଶିଂଟନ/ନୂଆଦିଲ୍ଲୀ,୬।୧୨ : ଭାରତ ଏପରି ଏକ ଦେଶ ଯେଉଁଠାରେ ଲୋକମାନେ ସାଧାରଣତଃ ପ୍ରତିଦିନ ଗାଧୋଇଥାନ୍ତି। ଅତ୍ୟଧିକ ଥଣ୍ଡା ସମୟରେ ମଧ୍ୟ ଲୋକମାନେ ଗାଧୋଇବାକୁ ଭୁଲନ୍ତି ନାହିଁ।...

ହାତ ନ ଥିବା ପ୍ରଥମ ଏସୀୟ ଡ୍ରାଇଭିଂ ଲାଇସେନ୍ସଧାରୀ

ଥିରୁଭାନନ୍ତପୁରମ୍‌: ସ୍ବପ୍ନ ସାକାର କରିବାକୁ ଲୋକେ ବହୁ ପ୍ରକାରର କଷ୍ଟ କରିଥାନ୍ତି। ଚାରି ଚକିଆ ଯାନ ଚଳାଇ କାମ କରିବାକୁ ସ୍ବପ୍ନ ରଖିଥିବା ଜଣେ ଭିନ୍ନକ୍ଷମ...

ମହେଞ୍ଜୋଦାରୋରୁ ତମ୍ବାମୁଦ୍ରା ଠାବ

ଇସ୍‌ଲାମାବାଦ୍‌:ପାକିସ୍ତାନରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ନିକଟରେ ୨ହଜାର ବର୍ଷ ପୁରୁଣା ଏକ ଜିନିଷ ଠାବ କରିଛନ୍ତି। ପାକିସ୍ତାନ ଅନ୍ତର୍ଗତ ମହେଞ୍ଜୋଦାରୋ ଅଞ୍ଚଳରେ ଥିବା ଐତିହାସିକ ସ୍ଥଳରେ ନିର୍ମିତ ଏକ...

Shaddi.comରେ ଚାଲିଥିଲା ଯୁବକ-ଯୁବତୀଙ୍କ ପ୍ରେମଭରା ବାର୍ତ୍ତାଳାପ; ସିଇଓ ଅନୁପମଙ୍କୁ କହିବାକୁ ପଡିଲା, ମୋ ବ୍ୟବସାୟ ବନ୍ଦ କରିବ ନା କ’ଣ…

ନୂଆଦିଲ୍ଲୀ,୫।୧୨: ଜୀବନସାଥୀ ଖୋଜିବା ପାଇଁ ଲୋକପ୍ରିୟ ଡେଟିଂ ଆପ shaadi.comରେ ନିକଟରେ ଏକ ମଜାଦାର ଘଟଣା ଘଟିଛି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri