ହାତୀ କରିଡରରେ ଖଣି ଅନୁମତି ପୂର୍ବରୁ ବନ୍ୟପ୍ରାଣୀ ଯୋଜନା କାର୍ଯ୍ୟକାରୀ କର

ନୂଆଦିଲ୍ଲୀ,୩।୩(ପି.ଟି.): ସିମିଳିପାଳ-ହଦଗଡ଼-କୁଲଡିହା ହାତୀ କରିଡରର ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଖଣି ଖନନ ଲାଗି ଅନୁମତି ଦେବା ପୂର୍ବରୁ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ବୁଧବାର ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ଧାରା ୩୬ଏ ଅନୁଯାୟୀ ପାରମ୍ପରିକ ହାତୀ କରିଡରକୁ ସଂରକ୍ଷଣ ରିଜର୍ଭ ଘୋଷଣା ପ୍ରକ୍ରିୟା ତ୍ୱରାନ୍ବିତ କରିବା ପାଇଁ ଜଷ୍ଟିସ୍‌ ଏଲ୍‌.ଏନ୍‌. ରାଓ ଏବଂ ବି.ଆର୍‌. ଗଭାଇଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ୯୭ଟି ଖଣି କାର୍ଯ୍ୟକୁ ଅନୁମତି ଦେବା ପୂର୍ବରୁ ଜାତୀୟ ବନ୍ୟପ୍ରାଣୀ ବୋର୍ଡ (ଏନ୍‌ବିଡବ୍ଲ୍ୟୁଏଲ୍‌) ଷ୍ଟାଣ୍ଡିଂ କମିଟି ପ୍ରସ୍ତାବିତ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବା ଏବଂ ପାରମ୍ପରିକ ହାତୀ କରିଡରକୁ ସଂରକ୍ଷିତ ରିଜର୍ଭ ଘୋଷଣା କରିବାକୁ କୁହାଯାଇଛି।
ସିମିଳିପାଳ-ହଦଗଡ଼-କୁଲଡିହା ହାତୀ କରିଡର ପରିସର ଓ ଏହାର ଚତୁଃପାର୍ଶ୍ୱରେ କୌଣସି ଖଣି କାର୍ଯ୍ୟ କରାଯାଇପାରିବ ନାହିଁ ବୋଲି ୨୦୨୦ ଫେବୃୟାରୀ ୧୮ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ରାୟ ବିରୋଧରେ ଜଣେ ପଥର ଖଣି ମାଲିକ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ପରିବେଶ ସମ୍ବେଦନଶୀଳ ଜୋନ୍‌ ମଧ୍ୟରେ ଆସୁ ନ ଥିବା ଅଞ୍ଚଳରେ ଖଣି କାର୍ଯ୍ୟ ବନ୍ଦ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ଖଣି ମାଲିକ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ସେହିପରି ବନ୍ୟପ୍ରାଣୀ ପରିଚାଳନା ଯୋଜନା ଏବଂ ବନ୍ୟପ୍ରାଣୀ ସୁରକ୍ଷା ଆଇନର ଧାରା ୩୬ଏ କାର୍ଯ୍ୟକାରୀ ନ ହେବା ଯାଏ ପରିବେଶ ସମ୍ବେଦନଶୀଳ ଜୋନ୍‌ ଚତୁଃପାର୍ଶ୍ୱରେ ଖଣି କାର୍ଯ୍ୟ କରିବାକୁ ଅନୁମତି ଦିଆ ନ ଯାଉ ବୋଲି ‘ରୁରାଲ ଅର୍ଗାନାଇଜେଶନ ଫର୍‌ ସୋସିଆଲ ଏମ୍ପାଓ୍ବାରମେଣ୍ଟ’ ପକ୍ଷରୁ ଅଦାଲତଙ୍କୁ କୁହାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ୨୦୦୧ ଜାନୁୟାରୀ ୨୯ରେ ଓଡ଼ିଶା ସରକାର ଜାରି କରିଥିବା ବିଜ୍ଞପ୍ତିରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝରର କେତେକ ଅଞ୍ଚଳକୁ ହାତୀ ସଂରକ୍ଷଣ ଅଞ୍ଚଳ ଘୋଷଣା କରାଯାଇଥିଲା। କେନ୍ଦ୍ରୀୟ ଯୋଜନା ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ’ ଅଧୀନରେ ମୟୂରଭଞ୍ଜ (ସିମିଳିପାଳ-କୁଲଡିହା-ହଦଗଡ଼) ହାତୀ ରିଜର୍ଭ ଭାବେ ଘୋଷିତ ହୋଇଥିଲା। ସେହିପରି ବନ୍ୟପ୍ରାଣୀଙ୍କ ଆବାସସ୍ଥଳରେ ଅଣଜଙ୍ଗଲ କାର୍ଯ୍ୟ କରାଯାଉଥିବାରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ୨୦୧୧ ଫେବୃୟାରୀ ୧୫ରେ ଏକ ଗାଇଡ୍‌ଲାଇନ ଜାରି କରିଥିଲେ, ଯେଉଁଥିରେ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟର ୧୦ କିଲୋମିଟର ପରିଧି ମଧ୍ୟରେ କୌଣସି ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ପ୍ରଦାନ ପାଇଁ ଏନ୍‌ବିଡବ୍ଲ୍ୟୁ ଷ୍ଟାଣ୍ଡିଂ କମିଟିର ସୁପାରିସ ଆବଶ୍ୟକ ବୋଲି କୁହାଯାଇଥିଲା।
କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ସୀମାଠାରୁ ୨ କିଲୋମିଟର ଦୂରତା ମଧ୍ୟରେ ୯୭ ପଥର ଖଣି ଖନନ ଲାଗି ଓଡ଼ିଶା ସରକାର ଏନ୍‌ବିଡବ୍ଲ୍ୟୁଏଲ୍‌ ଷ୍ଟାଣ୍ଡିଂ କମିଟିକୁ ପ୍ରସ୍ତାବ ଦେଇଥିଲେ। ତେବେ ଉକ୍ତ ଅଞ୍ଚଳରେ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନା କାର୍ଯ୍ୟକାରୀ କରାଯିବା ସର୍ତ୍ତରେ ଷ୍ଟାଣ୍ଡିଂ କମିଟି ଏଥିପାଇଁ ମଞ୍ଜୁରୀ ଦେବାକୁ ରାଜି ହୋଇଥିଲେ। ସେହି ଅନୁଯାୟୀ ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନର ଡିଏଫ୍‌ଓ ପ୍ରସ୍ତୁତ କରିଥିବା ବନ୍ୟପ୍ରାଣୀ ପରିଚାଳନା ଯୋଜନାକୁ ରାଜ୍ୟ ସରକାର ଅନୁମୋଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri