ଇମ୍ପାକ୍ଟ ଆକାଉଣ୍ଟିଂ

ଆମର ପ୍ରମୁଖ ଚ୍ୟାଲେଞ୍ଜଗୁଡ଼ିକ କିଭଳି ପରସ୍ପରସହ ଜଡିତ ହୋଇ ରହିଛି ତାହା କୋଭିଡ-୧୯ ସଙ୍କଟ ପ୍ରକାଶ କରିଦେଇଛି । ଜୈବବିବିଧତା ହ୍ରାସ ଏବଂ ଅସମାନତା ବୃଦ୍ଧି ଏକ ବଶ୍ୱସ୍ତରୀୟ ସ୍ବାସ୍ଥ୍ୟ ବିପତ୍ତି ସୃଷ୍ଟି କରିଛି,ଏକ ଶତାବ୍ଦୀ ମଧ୍ୟରେ ସବୁଠୁ ଖରାପ ଅର୍ଥନୈତିକ ସଙ୍କଟ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ବହୁ ସମୟରେ ଲୋକେ ଯାହାକୁ ପୂର୍ବରୁ ଅସ୍ବୀକାର କରିଥାନ୍ତି ହଠାତ୍‌ ପରିବର୍ତ୍ତନ ମୁହଁା ହୋଇ ତାହାକୁ ଗ୍ରହଣ କରିଥାନ୍ତି। ଉଦାହରଣ ସ୍ବରୂପ କର୍ପୋରେଟ ଓ୍ବାଲର୍‌ଡରେ ଏକ ବଡ ସିଫ୍ଟ ରହିଛି । ଏଇଠିି ଅନେକ ମ୍ୟାନେଜର ଏବଂ ନିବେଶକ ଅଧିକ ସ୍ଥାୟୀ ଏବଂ ଦାୟିତ୍ୱସମ୍ପନ୍ନ କାର୍ଯ୍ୟ ଓ ବିଜ୍‌ନେସ ମଡେଲ ଗ୍ରହଣ କରିବାକୁ ଇଚ୍ଛୁକ ରହିଛନ୍ତି। ଆମେ କିପରି ନିଶ୍ଚିତ ହେବା ଯେ ସବୁ ବିଜ୍‌ନେସ ଠିକ୍‌ ଭାବେ ଚାଲିଛି ଏବଂ ସେଗୁଡ଼ିକ ଶେୟାର ହୋଲଡର ଏବଂ ଇନଭେଷ୍ଟରଙ୍କ ଆବଶ୍ୟକତା ଓ ଚାହିଦା ପୂରଣ କରିପାରିବ। ଏହାର ଏକ ସ୍ପଷ୍ଟ ଉତ୍ତର ଏନଭାଇରନମେଣ୍ଟାଲ, ସୋସିଆଲ ଏବଂ ଗଭର୍ନାନ୍ସ ଷ୍ଟାଣ୍ଡାର୍ଡ ବା ପରିବେଶଗତ,ସାମାଜିକ ଏବଂ ଶାସକୀୟ ମାନକ ( ଇଏସ୍‌ଜି)ମଧ୍ୟରେ ରହିଛି। କିନ୍ତୁ ଇଏସ୍‌ଜି ଏହାର ଆଂଶିକ ସମାଧାନ କରିପାରିବ। କାରଣ ଏହି କ୍ଷେତ୍ର ଏବେ ବହୁତ ବଢୁଛି। ଏହା ଅଧିକ ଜଟିଳ ଓ ଭ୍ରମାମତ୍କ ହୋଇଯାଇଛି। ଭାଗ୍ୟବଶତଃ ଏବେ ମୁଖ୍ୟ ଇଏସ୍‌ଜି ଷ୍ଟାଣ୍ଡାର୍ଡ-ସେଟରଗୁଡ଼ିକରେ ଯଥା ଗ୍ଲୋବାଲ ରିପୋର୍ଟିଂ ଇନିସିଏଟିଭ ଏବଂ ସଷ୍ଟେନାବିଲିଟି ଆକାଉଣ୍ଟଂ ଷ୍ଟାଣ୍ଡାର୍ଡ ବୋର୍ଡ ଭଳି କିଛି ଏକୀକରଣ ହେବା ଦେଖାଦେଇଛି। ସେମାନେ ଏକାଠି କାମ କରିବେ ବୋଲି ଘୋଷଣା କରିଛନ୍ତିି। ସେମାନଙ୍କ ଲକ୍ଷ୍ୟ କେବଳ ଏକ ଏକକ ମାନକ ସୃଷ୍ଟି ପାଇଁ ନୁହେଁ ବରଂ କିଭଳି ମାନକଗୁଡ଼ିକୁ ସମାନ୍ତର ଭାବେ ଉପଯୋଗ କରାଯାଇପାରିବ ସେ ସମ୍ପର୍କରେ ଷ୍ଟେକହୋଲଡରମାନଙ୍କୁ ବୁଝାଇବାକୁ ହେବ।
ସେହିଭଳି ସ୍ପଷ୍ଟତା, ତୁଳନୀୟତା ଏବଂ ସ୍ଥିରତା ବା ସୁସଙ୍ଗତି ପରିପ୍ରେକ୍ଷୀରେ ଓ୍ବାଲର୍‌ଡ ଇକୋନୋମିକ ଫୋରମ ବା ବିଶ୍ୱ ଆର୍ଥିକ ମଞ୍ଚର ଇଣ୍ଟରନ୍ୟାଶନାଲ ବିଜ୍‌ନେସ କାଉନ୍‌ସିଲ ନିକଟରେ ଷ୍ଟେକହୋଲ୍‌ଡର କ୍ୟାପିଟାଲିଜମ ମେଟ୍ରିକ୍ସ ଜାରି କରିଛି। ଆଗୁଆ ପ୍ରାଇଭେଟ ଷ୍ଟାଣ୍ଡାର୍ଡ- ସେଟର୍‌ମାନଙ୍କ ମଧ୍ୟରେ ସମ୍ମିଳିତ ମନୋଭାବ ବଢ଼ାଇବା ଲକ୍ଷ୍ୟରେ ଏହା କରିଛି। ୟୁରୋପୀୟ ସଂଘ ଏହାର ଅଣ ବିତ୍ତୀୟ ରିପୋର୍ଟି ଡାଇକେଟିଭ୍‌ର ଏକ ସମୀକ୍ଷା ଆରମ୍ଭ କରିଛି। ଏଥିତ୍ରେ ବଡ କମ୍ପାନୀଗୁଡ଼ିକୁ ସେମାନେ କିଭଳି ଚଳାଉଛନ୍ତି ଏବଂ ସାମାଜିକ ଓ ପରିବେଶଗତ ଆହ୍ବାନର ପରିଚାଳନା କରୁଛନ୍ତି ତା’ସମ୍ପର୍କରେ ପ୍ରକାଶ କରିବାର ଆବଶ୍ୟକତା ରହିଛି। ଏହା ସବୁ ଅତ୍ୟନ୍ତ ଭଲ। ଇଏସ୍‌ଜି ଫାଇନାନ୍ସିଂ ସେକ୍ଟର ଦ୍ରୁତ ଗତିରେ ବଢୁଛି ଏବଂ ଆଗକୁ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାଦ୍ୱାରା କମ୍ପାନୀଗୁଡ଼ିକ କୋଭିଡ-୧୯ ସଙ୍କଟରେ ଆହୁରି ମଜଭୁତ ହୋଇପାରିବ ବୋଲି କୁହାଯାଉଛି। କିନ୍ତୁ ଯଦି ନିବେଶକମାନେ ଏହି କର୍ପୋରେଟ ଇସିଜିର ପ୍ରକାଶିତ ତଥ୍ୟକୁ ଆଉ ଏକ ସହ ତୁଳନା ନ କରିବେ ତେବେ ଏହି ଅଗ୍ରଗତିରେ ବାଧା ଉପୁଜିବ। ଏକ ସ୍ପଷ୍ଟ, ସମାନ ମାନକ ଏବଂ ପ୍ରକାଶ୍ୟ ନିୟମ ଆମର ଦରକାର। ଏହାର ମାନେ ନୁହେଁ ଯେ ଗୋଟିଏ ସେଟ୍‌ ଷ୍ଟାଣ୍ଡାର୍ଡ ବା ମାନକ ଦରକାର। କିଛି ରିପୋର୍ଟି ଷ୍ଟାଣ୍ଡାର୍ଡ ଅନ୍ୟ ଅlପେକ୍ଷା ଅଧିକ ତଥ୍ୟ ଦେବ। କିଛି ଏଭଳି ବିଷୟ ଉପରେ ଜୋର ଦେବ ଯାହା ଉଦ୍ୟୋଗର ମାନ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ଆଉ କିଛି ବିଶ୍ୱରେ କମ୍ପାନୀର ପ୍ରଭାବ ଉପରେ ଗୁରୁତ୍ୱ ଦେବ। ଏବେ ବି ଇସିଜି ରିପୋର୍ଟିଂ ଉପରେ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ରହିଛି। କିନ୍ତୁ ସାରା ବିଶ୍ୱ ସେହି ଏକା ଆଧାର ଉପରେ ରହିଛି। ଯାହାହେଉ ଇସିଜି ରିପୋର୍ଟିଂ ଦ୍ୱନ୍ଦ୍ୱରେ ରହିଛି। ବିଜନେସଗୁଡ଼ିକ ଇସିଜି ଆଧାରିତ ରିକ୍ସକୁ ମାନକ ଦ୍ୱାରା ହିଁ ପୂରଣ କରବା ଦରକାର। ଏହାର ପରିବେଶ ଓ ସମାଜ ଉପରେ କି ନକାରାମତ୍କ ଓ ସକାରାମତ୍କ ପ୍ରଭାବ ରହିଛି ତାହା ଆକଳନ କରିବା ଆବଶ୍ୟକ। ଆଉ ଏକ ଉପାୟରେ ଆମେ ନିଶ୍ଚିତ ଅନ୍ୟ ଏକ ସଫଳ ବିଶ୍ୱକୁ ଆଡକୁ ଯାଇପାରିବା। କମ୍ପାନୀର ବ୍ୟାପ୍ତ ପ୍ରଭାବ ଆକଳନ କରିବା କର୍ପୋରେଟ ଆକାଉଣ୍ଟିଂର ପ୍ରଥମ ପାହାଚ। ଏହି ପ୍ରକାର ଢାଞ୍ଚା କର୍ପୋରେଟ ଲିଡରମାନଙ୍କୁ ସେମାନଙ୍କ ମୁଖ୍ୟ ରଣନୀତିର ଲକ୍ଷ୍ୟ ହାସଲ କରିବାକୁ ଉତ୍ସାହିତ କରିବ। ନିବେଶରେ ପୁଞ୍ଜି ଲଗାଣକୁ ବଢାଇପାରିବ। ଏହା ମଧ୍ୟ ସରକାରଙ୍କୁ କର୍ପୋରେଟ କାର୍ଯ୍ୟକୁ ପ୍ରଭାବିତ କରିବା ଭଳି ନୀତି ଗହଣ କରିବାକୁ ସହଜ ହେବ। ଷ୍ଟେକହୋଲ୍‌ଡର କେଉଁଠି ପୁଞ୍ଜି ଲଗାଇବେ ତାହା ସୃଷ୍ଟି କରିବା ପାଇଁ ଇମ୍ପାକ୍ଟ ଆକାଉଣ୍ଟିଂ ସବୁଠୁ ଭଲ ପଦ୍ଧତି। ଜଳବାୟୁଗତ ଏବଂ ଜୈବିବିଧତା ପ୍ରଭାବ ଉପରେ କି ନିଷ୍ପତ୍ତି ନିଆଯାଇଛି ତା’ଉପରେ ଏହା ସୂଚନା ଦିଏ। ଏହା ମଧ୍ୟ ନିଯକ୍ତି ସମସ୍ୟା ଓ ବୃତ୍ତି୍‌ିଗତ, ସ୍ବସ୍ଥ୍ୟ ଓ ସୁରକ୍ଷା ସମସ୍ୟାର ମାପ ବା ଆକଳନ କରେ। ଏହା କମ୍ପାନୀଗୁଡ଼ିକୁ ସେମାନଙ୍କ ଯୋଗାଣ ଚେନ୍‌ରେ କାରବାର ବଢାଇବାକୁ ଉତ୍ସାହିତ କରେ। ଏହାଦ୍ୱାରା ସେମାନେ ରିଟନର୍ର୍ ପାଇଥାନ୍ତି। ଅଚାନକ ଝଟକା ବିରୋଧରେ ଲଢି ସେମାନଙ୍କୁ ଏହା ମଜଭୁତ କରିପାରେ। ଇମ୍ପାକ୍ଟ ମେଟ୍ରିକ୍ସ (କମ୍ପାନୀର କ’ଣ ପ୍ରଭାବ ରହିଛି ତାହା ଜାଣିବା) ଉପଭୋକ୍ତାଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି କରିବାର ଏକମାତ୍ର ଚାବିକାଠି। ଅବଶ୍ୟ ସବୁ କମ୍ପାନୀର ବିଶ୍ୱ ଉପରେ ସମାନ ପ୍ରଭାବ ରହିବ ନାହିଁ। କିଛି ଉଦ୍ୟୋଗରେ ଇମ୍ପାକ୍ଟ ଆକଳନ କରିବା ବା ମାପିବା ସବୁବେଳେ ନକାରାମତ୍କ ରହିଥାଏ। ଏଣୁ ଯେଉଁ କମ୍ପାନୀଗୁଡ଼ିକର ସବୁଠୁ ଅଧିକ ସକାରାମତ୍କ ପ୍ରଭାବ ରହିଛି ଓ ଯେଉଁଗୁଡ଼ିକର କେବଳ ନକାରାମତ୍କ ପ୍ରଭାବ ରହିଛି ସେଗୁଡିକୁ ପୃଥକ କରିବାକୁ ହେବ। ଇମ୍ପାକ୍ଟ ଆକାଉଣ୍ଟିଂ ଫାଇନାନ୍ସିଆଲ ଆକାଉଣ୍ଟିଂର ଅନୂପୂରକ ହୋଇପାରିବ କି ନାହିଁ ତାହା ହିଁ ପ୍ରଶ୍ନ। ଯାହାହେଉ କମ୍ପନାଗୁଡ଼ିକର ପ୍ରଭାବ ମାପ କରିବା ଭାରି ଜଟିଳ। ଏହା କେବଳ ସମ୍ଭାବନା ଉପରେ ପର୍ଯ୍ୟବସିତ, ଯାହାକୁ ସହଜରେ ଚ୍ୟାଲେଞ୍ଜ କରାଯାଇପାରିବ। ଏହା ସହ ଏବେ ଫାଇନାନ୍ସିଆଲ ଆକାଉଣ୍ଟିଂ ପଦ୍ଧତି ବି ଠିକ ହେଉନାହିଁ। ଏହା ଆର୍ଥିକ ବାସ୍ତବତାକୁ ଅଣଦେଖା କରି ଆକଳନ କରାଯାଉଛି। ଏଣୁ ଆମେ କମ୍ପାନୀଗୁଡ଼ିକର ସାମାଜିକ ଏବଂ ପରିବେଶଗତ ପ୍ରଭାବ ମାପ କରିବା ସମୟରେ ଉଚିତ ତଥ୍ୟକୁ ଅଣଦେଖା କରିବା ଉଚିତ ନୁହେଁ । ଇଏସଜିି ଦ୍ୱାରା ପ୍ରଭାବ ମାପ କରିବାଠାରୁ ଆରମ୍ଭ କରିୁ ଏବେ ଆମେ ଉନ୍ନତ ଢାଞ୍ଚାରେ ପହଞ୍ଚିଛୁ। ଆଗକୁ ଏମିତି ବିକଶିତ ହୋଇ ଚାଲିବ। କାର୍ଯ୍ୟ,ଯୋଗାଣ ଚେନ ଏବଂ ପରିବେଶଗତ ଓ ସାମାଜିକ ଆକଳନ, ସାମଗ୍ରୀ ଓ ସେବାର ପ୍ରଭାବୀ ଇମ୍ପାକ୍ଟ ଆକାଉଣ୍ଟିଂ ଦ୍ୱାରା ସରକାର ନୂଆ ନୀତି ପ୍ରଣୟନ କରିବାକୁ ସକ୍ଷମ ହେବେ, ଯାହାଦ୍ୱାରା କମ୍ପାନୀଗୁଡ଼ିକ ଉତ୍ସାହିତ ହେବା ସହ ପରିବେଶ ଉପରେ ଥିବା ନକାରାମ୍‌ତ୍କ ପ୍ରଭାବକୁ କମ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?