ଇମ୍ପାକ୍ଟ ଆକାଉଣ୍ଟିଂ

ଆମର ପ୍ରମୁଖ ଚ୍ୟାଲେଞ୍ଜଗୁଡ଼ିକ କିଭଳି ପରସ୍ପରସହ ଜଡିତ ହୋଇ ରହିଛି ତାହା କୋଭିଡ-୧୯ ସଙ୍କଟ ପ୍ରକାଶ କରିଦେଇଛି । ଜୈବବିବିଧତା ହ୍ରାସ ଏବଂ ଅସମାନତା ବୃଦ୍ଧି ଏକ ବଶ୍ୱସ୍ତରୀୟ ସ୍ବାସ୍ଥ୍ୟ ବିପତ୍ତି ସୃଷ୍ଟି କରିଛି,ଏକ ଶତାବ୍ଦୀ ମଧ୍ୟରେ ସବୁଠୁ ଖରାପ ଅର୍ଥନୈତିକ ସଙ୍କଟ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ବହୁ ସମୟରେ ଲୋକେ ଯାହାକୁ ପୂର୍ବରୁ ଅସ୍ବୀକାର କରିଥାନ୍ତି ହଠାତ୍‌ ପରିବର୍ତ୍ତନ ମୁହଁା ହୋଇ ତାହାକୁ ଗ୍ରହଣ କରିଥାନ୍ତି। ଉଦାହରଣ ସ୍ବରୂପ କର୍ପୋରେଟ ଓ୍ବାଲର୍‌ଡରେ ଏକ ବଡ ସିଫ୍ଟ ରହିଛି । ଏଇଠିି ଅନେକ ମ୍ୟାନେଜର ଏବଂ ନିବେଶକ ଅଧିକ ସ୍ଥାୟୀ ଏବଂ ଦାୟିତ୍ୱସମ୍ପନ୍ନ କାର୍ଯ୍ୟ ଓ ବିଜ୍‌ନେସ ମଡେଲ ଗ୍ରହଣ କରିବାକୁ ଇଚ୍ଛୁକ ରହିଛନ୍ତି। ଆମେ କିପରି ନିଶ୍ଚିତ ହେବା ଯେ ସବୁ ବିଜ୍‌ନେସ ଠିକ୍‌ ଭାବେ ଚାଲିଛି ଏବଂ ସେଗୁଡ଼ିକ ଶେୟାର ହୋଲଡର ଏବଂ ଇନଭେଷ୍ଟରଙ୍କ ଆବଶ୍ୟକତା ଓ ଚାହିଦା ପୂରଣ କରିପାରିବ। ଏହାର ଏକ ସ୍ପଷ୍ଟ ଉତ୍ତର ଏନଭାଇରନମେଣ୍ଟାଲ, ସୋସିଆଲ ଏବଂ ଗଭର୍ନାନ୍ସ ଷ୍ଟାଣ୍ଡାର୍ଡ ବା ପରିବେଶଗତ,ସାମାଜିକ ଏବଂ ଶାସକୀୟ ମାନକ ( ଇଏସ୍‌ଜି)ମଧ୍ୟରେ ରହିଛି। କିନ୍ତୁ ଇଏସ୍‌ଜି ଏହାର ଆଂଶିକ ସମାଧାନ କରିପାରିବ। କାରଣ ଏହି କ୍ଷେତ୍ର ଏବେ ବହୁତ ବଢୁଛି। ଏହା ଅଧିକ ଜଟିଳ ଓ ଭ୍ରମାମତ୍କ ହୋଇଯାଇଛି। ଭାଗ୍ୟବଶତଃ ଏବେ ମୁଖ୍ୟ ଇଏସ୍‌ଜି ଷ୍ଟାଣ୍ଡାର୍ଡ-ସେଟରଗୁଡ଼ିକରେ ଯଥା ଗ୍ଲୋବାଲ ରିପୋର୍ଟିଂ ଇନିସିଏଟିଭ ଏବଂ ସଷ୍ଟେନାବିଲିଟି ଆକାଉଣ୍ଟଂ ଷ୍ଟାଣ୍ଡାର୍ଡ ବୋର୍ଡ ଭଳି କିଛି ଏକୀକରଣ ହେବା ଦେଖାଦେଇଛି। ସେମାନେ ଏକାଠି କାମ କରିବେ ବୋଲି ଘୋଷଣା କରିଛନ୍ତିି। ସେମାନଙ୍କ ଲକ୍ଷ୍ୟ କେବଳ ଏକ ଏକକ ମାନକ ସୃଷ୍ଟି ପାଇଁ ନୁହେଁ ବରଂ କିଭଳି ମାନକଗୁଡ଼ିକୁ ସମାନ୍ତର ଭାବେ ଉପଯୋଗ କରାଯାଇପାରିବ ସେ ସମ୍ପର୍କରେ ଷ୍ଟେକହୋଲଡରମାନଙ୍କୁ ବୁଝାଇବାକୁ ହେବ।
ସେହିଭଳି ସ୍ପଷ୍ଟତା, ତୁଳନୀୟତା ଏବଂ ସ୍ଥିରତା ବା ସୁସଙ୍ଗତି ପରିପ୍ରେକ୍ଷୀରେ ଓ୍ବାଲର୍‌ଡ ଇକୋନୋମିକ ଫୋରମ ବା ବିଶ୍ୱ ଆର୍ଥିକ ମଞ୍ଚର ଇଣ୍ଟରନ୍ୟାଶନାଲ ବିଜ୍‌ନେସ କାଉନ୍‌ସିଲ ନିକଟରେ ଷ୍ଟେକହୋଲ୍‌ଡର କ୍ୟାପିଟାଲିଜମ ମେଟ୍ରିକ୍ସ ଜାରି କରିଛି। ଆଗୁଆ ପ୍ରାଇଭେଟ ଷ୍ଟାଣ୍ଡାର୍ଡ- ସେଟର୍‌ମାନଙ୍କ ମଧ୍ୟରେ ସମ୍ମିଳିତ ମନୋଭାବ ବଢ଼ାଇବା ଲକ୍ଷ୍ୟରେ ଏହା କରିଛି। ୟୁରୋପୀୟ ସଂଘ ଏହାର ଅଣ ବିତ୍ତୀୟ ରିପୋର୍ଟି ଡାଇକେଟିଭ୍‌ର ଏକ ସମୀକ୍ଷା ଆରମ୍ଭ କରିଛି। ଏଥିତ୍ରେ ବଡ କମ୍ପାନୀଗୁଡ଼ିକୁ ସେମାନେ କିଭଳି ଚଳାଉଛନ୍ତି ଏବଂ ସାମାଜିକ ଓ ପରିବେଶଗତ ଆହ୍ବାନର ପରିଚାଳନା କରୁଛନ୍ତି ତା’ସମ୍ପର୍କରେ ପ୍ରକାଶ କରିବାର ଆବଶ୍ୟକତା ରହିଛି। ଏହା ସବୁ ଅତ୍ୟନ୍ତ ଭଲ। ଇଏସ୍‌ଜି ଫାଇନାନ୍ସିଂ ସେକ୍ଟର ଦ୍ରୁତ ଗତିରେ ବଢୁଛି ଏବଂ ଆଗକୁ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାଦ୍ୱାରା କମ୍ପାନୀଗୁଡ଼ିକ କୋଭିଡ-୧୯ ସଙ୍କଟରେ ଆହୁରି ମଜଭୁତ ହୋଇପାରିବ ବୋଲି କୁହାଯାଉଛି। କିନ୍ତୁ ଯଦି ନିବେଶକମାନେ ଏହି କର୍ପୋରେଟ ଇସିଜିର ପ୍ରକାଶିତ ତଥ୍ୟକୁ ଆଉ ଏକ ସହ ତୁଳନା ନ କରିବେ ତେବେ ଏହି ଅଗ୍ରଗତିରେ ବାଧା ଉପୁଜିବ। ଏକ ସ୍ପଷ୍ଟ, ସମାନ ମାନକ ଏବଂ ପ୍ରକାଶ୍ୟ ନିୟମ ଆମର ଦରକାର। ଏହାର ମାନେ ନୁହେଁ ଯେ ଗୋଟିଏ ସେଟ୍‌ ଷ୍ଟାଣ୍ଡାର୍ଡ ବା ମାନକ ଦରକାର। କିଛି ରିପୋର୍ଟି ଷ୍ଟାଣ୍ଡାର୍ଡ ଅନ୍ୟ ଅlପେକ୍ଷା ଅଧିକ ତଥ୍ୟ ଦେବ। କିଛି ଏଭଳି ବିଷୟ ଉପରେ ଜୋର ଦେବ ଯାହା ଉଦ୍ୟୋଗର ମାନ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ଆଉ କିଛି ବିଶ୍ୱରେ କମ୍ପାନୀର ପ୍ରଭାବ ଉପରେ ଗୁରୁତ୍ୱ ଦେବ। ଏବେ ବି ଇସିଜି ରିପୋର୍ଟିଂ ଉପରେ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ରହିଛି। କିନ୍ତୁ ସାରା ବିଶ୍ୱ ସେହି ଏକା ଆଧାର ଉପରେ ରହିଛି। ଯାହାହେଉ ଇସିଜି ରିପୋର୍ଟିଂ ଦ୍ୱନ୍ଦ୍ୱରେ ରହିଛି। ବିଜନେସଗୁଡ଼ିକ ଇସିଜି ଆଧାରିତ ରିକ୍ସକୁ ମାନକ ଦ୍ୱାରା ହିଁ ପୂରଣ କରବା ଦରକାର। ଏହାର ପରିବେଶ ଓ ସମାଜ ଉପରେ କି ନକାରାମତ୍କ ଓ ସକାରାମତ୍କ ପ୍ରଭାବ ରହିଛି ତାହା ଆକଳନ କରିବା ଆବଶ୍ୟକ। ଆଉ ଏକ ଉପାୟରେ ଆମେ ନିଶ୍ଚିତ ଅନ୍ୟ ଏକ ସଫଳ ବିଶ୍ୱକୁ ଆଡକୁ ଯାଇପାରିବା। କମ୍ପାନୀର ବ୍ୟାପ୍ତ ପ୍ରଭାବ ଆକଳନ କରିବା କର୍ପୋରେଟ ଆକାଉଣ୍ଟିଂର ପ୍ରଥମ ପାହାଚ। ଏହି ପ୍ରକାର ଢାଞ୍ଚା କର୍ପୋରେଟ ଲିଡରମାନଙ୍କୁ ସେମାନଙ୍କ ମୁଖ୍ୟ ରଣନୀତିର ଲକ୍ଷ୍ୟ ହାସଲ କରିବାକୁ ଉତ୍ସାହିତ କରିବ। ନିବେଶରେ ପୁଞ୍ଜି ଲଗାଣକୁ ବଢାଇପାରିବ। ଏହା ମଧ୍ୟ ସରକାରଙ୍କୁ କର୍ପୋରେଟ କାର୍ଯ୍ୟକୁ ପ୍ରଭାବିତ କରିବା ଭଳି ନୀତି ଗହଣ କରିବାକୁ ସହଜ ହେବ। ଷ୍ଟେକହୋଲ୍‌ଡର କେଉଁଠି ପୁଞ୍ଜି ଲଗାଇବେ ତାହା ସୃଷ୍ଟି କରିବା ପାଇଁ ଇମ୍ପାକ୍ଟ ଆକାଉଣ୍ଟିଂ ସବୁଠୁ ଭଲ ପଦ୍ଧତି। ଜଳବାୟୁଗତ ଏବଂ ଜୈବିବିଧତା ପ୍ରଭାବ ଉପରେ କି ନିଷ୍ପତ୍ତି ନିଆଯାଇଛି ତା’ଉପରେ ଏହା ସୂଚନା ଦିଏ। ଏହା ମଧ୍ୟ ନିଯକ୍ତି ସମସ୍ୟା ଓ ବୃତ୍ତି୍‌ିଗତ, ସ୍ବସ୍ଥ୍ୟ ଓ ସୁରକ୍ଷା ସମସ୍ୟାର ମାପ ବା ଆକଳନ କରେ। ଏହା କମ୍ପାନୀଗୁଡ଼ିକୁ ସେମାନଙ୍କ ଯୋଗାଣ ଚେନ୍‌ରେ କାରବାର ବଢାଇବାକୁ ଉତ୍ସାହିତ କରେ। ଏହାଦ୍ୱାରା ସେମାନେ ରିଟନର୍ର୍ ପାଇଥାନ୍ତି। ଅଚାନକ ଝଟକା ବିରୋଧରେ ଲଢି ସେମାନଙ୍କୁ ଏହା ମଜଭୁତ କରିପାରେ। ଇମ୍ପାକ୍ଟ ମେଟ୍ରିକ୍ସ (କମ୍ପାନୀର କ’ଣ ପ୍ରଭାବ ରହିଛି ତାହା ଜାଣିବା) ଉପଭୋକ୍ତାଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି କରିବାର ଏକମାତ୍ର ଚାବିକାଠି। ଅବଶ୍ୟ ସବୁ କମ୍ପାନୀର ବିଶ୍ୱ ଉପରେ ସମାନ ପ୍ରଭାବ ରହିବ ନାହିଁ। କିଛି ଉଦ୍ୟୋଗରେ ଇମ୍ପାକ୍ଟ ଆକଳନ କରିବା ବା ମାପିବା ସବୁବେଳେ ନକାରାମତ୍କ ରହିଥାଏ। ଏଣୁ ଯେଉଁ କମ୍ପାନୀଗୁଡ଼ିକର ସବୁଠୁ ଅଧିକ ସକାରାମତ୍କ ପ୍ରଭାବ ରହିଛି ଓ ଯେଉଁଗୁଡ଼ିକର କେବଳ ନକାରାମତ୍କ ପ୍ରଭାବ ରହିଛି ସେଗୁଡିକୁ ପୃଥକ କରିବାକୁ ହେବ। ଇମ୍ପାକ୍ଟ ଆକାଉଣ୍ଟିଂ ଫାଇନାନ୍ସିଆଲ ଆକାଉଣ୍ଟିଂର ଅନୂପୂରକ ହୋଇପାରିବ କି ନାହିଁ ତାହା ହିଁ ପ୍ରଶ୍ନ। ଯାହାହେଉ କମ୍ପନାଗୁଡ଼ିକର ପ୍ରଭାବ ମାପ କରିବା ଭାରି ଜଟିଳ। ଏହା କେବଳ ସମ୍ଭାବନା ଉପରେ ପର୍ଯ୍ୟବସିତ, ଯାହାକୁ ସହଜରେ ଚ୍ୟାଲେଞ୍ଜ କରାଯାଇପାରିବ। ଏହା ସହ ଏବେ ଫାଇନାନ୍ସିଆଲ ଆକାଉଣ୍ଟିଂ ପଦ୍ଧତି ବି ଠିକ ହେଉନାହିଁ। ଏହା ଆର୍ଥିକ ବାସ୍ତବତାକୁ ଅଣଦେଖା କରି ଆକଳନ କରାଯାଉଛି। ଏଣୁ ଆମେ କମ୍ପାନୀଗୁଡ଼ିକର ସାମାଜିକ ଏବଂ ପରିବେଶଗତ ପ୍ରଭାବ ମାପ କରିବା ସମୟରେ ଉଚିତ ତଥ୍ୟକୁ ଅଣଦେଖା କରିବା ଉଚିତ ନୁହେଁ । ଇଏସଜିି ଦ୍ୱାରା ପ୍ରଭାବ ମାପ କରିବାଠାରୁ ଆରମ୍ଭ କରିୁ ଏବେ ଆମେ ଉନ୍ନତ ଢାଞ୍ଚାରେ ପହଞ୍ଚିଛୁ। ଆଗକୁ ଏମିତି ବିକଶିତ ହୋଇ ଚାଲିବ। କାର୍ଯ୍ୟ,ଯୋଗାଣ ଚେନ ଏବଂ ପରିବେଶଗତ ଓ ସାମାଜିକ ଆକଳନ, ସାମଗ୍ରୀ ଓ ସେବାର ପ୍ରଭାବୀ ଇମ୍ପାକ୍ଟ ଆକାଉଣ୍ଟିଂ ଦ୍ୱାରା ସରକାର ନୂଆ ନୀତି ପ୍ରଣୟନ କରିବାକୁ ସକ୍ଷମ ହେବେ, ଯାହାଦ୍ୱାରା କମ୍ପାନୀଗୁଡ଼ିକ ଉତ୍ସାହିତ ହେବା ସହ ପରିବେଶ ଉପରେ ଥିବା ନକାରାମ୍‌ତ୍କ ପ୍ରଭାବକୁ କମ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ବିଲ୍‌କୁ ବିରୋଧ କାହିଁକି

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦିଲ୍ଲୀରେ ଚାଲିଥିବା କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ପକ୍ଷରୁ ତିନୋଟି କୃଷି ଆଇନର ପ୍ରତ୍ୟାହାର ବ୍ୟତୀତ ପ୍ରସ୍ତାବିତ ବିଦ୍ୟୁତ୍‌ ଆଇନ (ସଂଶୋଧନ) ବିଲ୍‌ -୨୦୨୦କୁ...

ପରମବୀରଙ୍କ ଦିଗ

ଶାସକ ଦଳ ନେତା ଓ ପୋଲିସ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ଥାଏ। ଦେଖାଯାଏ ସରକାର ବଦଳିଲେ ଗାଦିନସୀନ ଦଳକୁ ପୂର୍ବରୁ ଯେଉଁ ପୋଲିସ ଅଧିକାରୀ...

ଏଇ ଭାରତରେ

ବହୁ ସମୟରେ ତୃଣମୂଳ ସ୍ତରରେ କେତେକ କୃଷକ ଚାଷରେ କିଛି ଅଭିନବ ପଦ୍ଧତି ଆପଣାଇ ଫସଲ ଉପତ୍ାଦନ କରିଥାଆନ୍ତି; ଯାହା ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ...

ଖାତିର ନାହିଁ

ଆକାର ପଟେଲ ୱାଶିଂଟନ ପୋଷ୍ଟ ସମ୍ପାଦକୀୟ ବୋର୍ଡ ଲେଖିଛି ଯେ,ଭାରତର ଗଣତନ୍ତ୍ର ଦାବି ଉପରେ ପ୍ରଶ୍ନ ଉଠାଇବା ଉଚିତ। ସଂସଦରେ ବିନା ଭୋଟରେ କୃଷି ଆଇନ...

ସମ୍ପାଦକୀୟ/ପ୍ଲାଷ୍ଟିକ୍‌ ଦିଅ, ଭାତ ଖାଅ

ପ୍ଲାଷ୍ଟିକ୍‌ ବା ପଲିଥିନ୍‌ଜାତୀୟ ପଦାର୍ଥ ପରିବେଶକୁ ପ୍ରଦୂଷିତ କରିଚାଲିଛି। ଏହାର କୁପରିଣାମ ବିଷୟରେ ଦେଶସାରା ଢେର ଆଲୋଚନା ହେଲାଣି। ବହୁ ରାଜ୍ୟ ସରକାର ଏହାର ବ୍ୟବହାର...

ଏଇ ଭାରତରେ

ଘର ଘର ବୁଲି ହେଉ କିମ୍ବା ରାସ୍ତାକଡରେ ବସି ଖବରକାଗଜ ବିକ୍ରି କରୁଥିବା ଜଣେ ଯୁବକ କ୍ୟାଟ୍‌‌(ସିଏଟି)ରେ ୯୯.୮୬ ନମ୍ବର ରଖିବା କିଛି କମ୍‌ ନୁହେଁ।...

ଏଇ ଭାରତରେ

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏବେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇଛି। ରାସ୍ତାରେ ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଏନେଇ...

ଏଇ ଭାରତରେ

ପ୍ରାଧ୍ୟାପକ ଗଣେଶନ୍‌ ଡି. ରହୁଛନ୍ତି ଚେନ୍ନାଇରେ। ସେ ୨୦୧୭ରେ କୋଡୁଗାଲ ଟ୍ରଷ୍ଟ ପ୍ରତିଷ୍ଠା କରି ତା’ ମାଧ୍ୟମରେ ସ୍ପାରୋ ବା ଘରଚଟିଆଙ୍କ ସୁରକ୍ଷା ଲାଗି କାର୍ଯ୍ୟ...

Advertisement

BGU

Archives

Model This Week

Why Dharitri