୨୬୦ ନିୟୁତ ବୟସ୍କଙ୍କ ସୁରକ୍ଷା ପାଇଁ ଟିକାକରଣ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୪।୬ (ବ୍ୟୁରୋ): ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାର ‘ଡିକେଡ୍‌ ଅଫ୍‌ ହେଲ୍‌ଦି ଏଜିଙ୍ଗ-ବେସ୍‌ଲାଇନ୍‌ ରିପୋର୍ଟ-୨୦୨୦’ରେ ବୟସ୍କଙ୍କ ଟିକାକରଣକୁ ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଅନ୍ୟତମ ରଣନୀତି ଭାବେ ମାନ୍ୟତା ପ୍ରଦାନ କରିଛି। ଭାରତର ୨୬୦ ନିୟୁତ ବୟସ୍କଙ୍କ ସୁରକ୍ଷା ପାଇଁ ଟିକାକରଣ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ବୃଦ୍ଧାବସ୍ଥା କମ୍‌ ରୋଗ ପ୍ରତିରୋଧକ ଶକ୍ତିର କାରଣ ହୋଇଥାଏ। ଏହା ବୟସ୍କ ଲୋକଙ୍କୁ ନିମୋନିଆ, ଇନ୍‌ଫ୍ଲୁଏଞ୍ଜା ଓ ସିଙ୍ଗଲ୍‌ସ ଏବଂ ସେଗୁଡିକର ଜଟିଳତା ଭଳି ସଂକ୍ରାମକ ରୋଗଗୁଡିକ ପ୍ରତି ସମ୍ବେଦନଶୀଳ କରିଥାଏ। ସିଙ୍ଗଲ୍‌ସ ହେଉଛି ଏକ ସଂକ୍ରାମକ ରୋଗ, ଯାହା ବୟସ୍କ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇପାରେ। ଏହି ରୋଗ କାରଣରୁ ଯନ୍ତ୍ରଣାଦାୟକ ଚର୍ମରୋଗ ହୋଇଥାଏ। କିଛି ବ୍ୟକ୍ତିଙ୍କ ପାଇଁ ଚର୍ମରୋଗ ଦୂର ହେବା ପରେ ମଧ୍ୟ ସ୍ନାୟୁରେ ଦୀର୍ଘ ଦିନ ଧରି ଯନ୍ତ୍ରଣା ରହିଥାଏ ଏବଂ ଏହା ବୟସ୍କ ବ୍ୟକ୍ତିଙ୍କ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ସେହିପରି ଭାରତରେ ନନ୍‌-କମ୍ୟୁନିକେବୁଲ ଡିଜିଜ୍‌ (ଏନ୍‌ସିଡି) ଯେପରିକି ହୃଦ୍‌ରୋଗ, ଗମ୍ଭୀର ଶ୍ୱାସକ୍ରିୟା ଜନିତ ରୋଗ ଓ ମଧୁମେହ ଆଦି ମୋଟ ରୋଗ ବୋଝରେ ୫୦%ରୁ ଅଧିକ ଲୋକ ପ୍ରଭାବିତ। ଏଭଳି କୋମର୍ବିଟିଡିରେ ପୀଡିତ ବୟସ୍କମାନେ ଭିପିଡି ପ୍ରତି ଅଧିକ ସମ୍ବେଦନଶୀଳ। ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଭିପିଡି ଦ୍ୱାରା ଘଟୁଥିବା ମୃତ୍ୟୁସଂଖ୍ୟାର ୯୫%ରୁ ଅଧିକ ହେଉଛନ୍ତି ବୟସ୍କ ବ୍ୟକ୍ତି। ଏହି ରୋଗଗୁଡିକ ଘାତକ ହେବା ସହିତ ଏନ୍‌ସିଡିଗୁଡିକୁ ଅଧିକ ଜଟିଳ କରିଥାନ୍ତି, ଯାହାଫଳରେ ହସ୍ପିଟାଲାଇଜେଶନ ବୃଦ୍ଧି ପାଇଥାଏ। ସିଙ୍ଗଲ୍‌ସ ବିଶେଷକରି ସଂକ୍ରମଣର ପ୍ରଥମ କିଛିମାସ ପରେ ହୃଦ୍‌ଘାତର ବିପଦକୁ ବୃଦ୍ଧି କରିଥାଏ। ତେବେ ଟିକା ଦ୍ୱାରା ସିଙ୍ଗଲ୍‌ସକୁ ପ୍ରତିରୋଧ କରାଯାଇ ପାରୁଛି। ତେଣୁ ଅଧିକରୁ ଅଧିକ ଜୀବନ ବଞ୍ଚାଇବା ଓ ଜୀବନର ମାନ ବୃଦ୍ଧି କରିବା ପାଇଁ ବୟସ୍କ ବ୍ୟକ୍ତିଙ୍କ ଟିକାକରଣକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏସମ୍ପର୍କରେ ଭୁବନେଶ୍ୱରର ଆଇଏମ୍‌ଆର୍‌ ଓ ସମ୍‌ ହସ୍ପିଟାଲ, ଡର୍ମାଟୋଲୋଜିଷ୍ଟ ବିଭାଗର ମୁଖ୍ୟ ଡା. ବିକାଶ ରଞ୍ଜନ କର କହିଛନ୍ତି, ଆମ ଦେଶର ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକ ବୟସର ଲୋକ ସିଙ୍ଗଲ୍‌ସ, ଇନ୍‌ଫ୍ଲୁଏଞ୍ଜା ଓ ନିମୋନିଆ ଭଳି ଗମ୍ଭୀର ସଂକ୍ରାମକ ରୋଗ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାନ୍ତି। ଏହି ରୋଗଗୁଡିକ ରୋଗୀଙ୍କୁ ଗୁରୁତର କରିପାରେ ଏବଂ ବୟସ୍କ ବ୍ୟକ୍ତିଙ୍କଠାରେ ଅସହଜତା ସୃଷ୍ଟି କରିପାରେ। ତେବେ ଏଭଳି ସଂକ୍ରମଣଗୁଡିକୁ ଟିକାକରଣ ଦ୍ୱାରା ରୋକାଯାଇପାରିବ। ତେଣୁ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡା. କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?