ଆପ୍ରବାସୀ ଚିକିତ୍ସା ବିଶେଷଜ୍ଞ

ଆମେରିକାର ଉନ୍ନତିରେ ଇମିଗ୍ରାଣ୍ଟ୍‌ସ ବା ଆପ୍ରବାସୀଙ୍କ ଭୂମିକା ସର୍ବଦା ଗୁରୁତ୍ୱ ବହନ କରିଆସିଛି। ଜୁଲାଇ ୪ ଆମେରିକାର ସ୍ବାଧୀନତା ଦିବସ ପୂର୍ବରୁ ୨୦୦୬ରୁ ପ୍ରତିବର୍ଷ କାର୍ନେଜି କର୍ପୋରେଶନ ବାଛିବାଛି ବିଶିଷ୍ଟ ଆପ୍ରବାସୀଙ୍କୁ ସମ୍ମାନିତ କରିଆସୁଥିବାର ଏକ ପରମ୍ପରା ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, କାର୍ନେଜି କର୍ପୋରେଶନର ପ୍ରତିଷ୍ଠାତା ଆଣ୍ଡ୍ର୍ୟୁ କାର୍ନେଜି ସ୍କଟଲାଣ୍ଡରୁ ଆସି ଆମେରିକାରେ ଶିଳ୍ପ ପ୍ରତିଷ୍ଠା କରି ଅନନ୍ୟ ଖ୍ୟାତି ଅର୍ଜନ କରିଥିଲେ। ଏକ ଗରିବ ପରିବାରରେ ଜନ୍ମିତ ଆଣ୍ଡ୍ର୍ୟୁ ଜନକଲ୍ୟାଣ ଲାଗି ଗଠନ କରିଥିବା ପାଣ୍ଠି ସମଗ୍ର ଆମେରିକାର ଶିକ୍ଷା କାର୍ଯ୍ୟକ୍ରମକୁ ବିଶେଷ ସହାୟକ ହୋଇପାରିଛି। ଆପ୍ରବାସୀ ଭାବେ ଆମେରିକାରେ ତାଙ୍କ ବଳିଷ୍ଠ ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ‘ଗ୍ରେଟ୍‌ ଇମିଗ୍ରାଣ୍ଟ୍‌ସ’ ସମ୍ମାନ ଦିଆଯାଉଛି। ୨୦୨୦ ଲାଗି ସମ୍ମାନିତ ହୋଇଥିବା ୩୮ ଜଣ ଆପ୍ରବାସୀଙ୍କ ମଧ୍ୟରେ ଭାରତୀୟ-ଆମେରିକୀୟ ଡାକ୍ତର ସିଦ୍ଧାର୍ଥ ମୁଖାର୍ଜୀ ସ୍ଥାନ ପାଇଛନ୍ତି। ଆମେରିକାର ସ୍ବାସ୍ଥ୍ୟ ଗବେଷଣା କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ତାଙ୍କୁ ମିଳିଥିବା ଏହି ସମ୍ମାନ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ଉଜ୍ଜ୍ୱଳ କରିଛି।
ସିଦ୍ଧାର୍ଥ ନୂଆଦିଲ୍ଲୀରେ ୨୧ ଜୁଲାଇ ୧୯୭୦ରେ ଜନ୍ମଗ୍ରହଣ କରିଥିଲେ। ପିତା ସିବେଶ୍ୱର ମୁଖାର୍ଜୀ ମିତ୍‌ସୁବିଶିରେ ଜଣେ ଏକ୍‌ଜିକ୍ୟୁଟିଭ୍‌ ଥିବା ବେଳେ ମାତା ଚନ୍ଦନା କଲିକତାରେ ଜଣେ ଶିକ୍ଷୟିତ୍ରୀ ଥିଲେ। ସିଦ୍ଧାର୍ଥ
କିନ୍ତୁ ନୂଆଦିଲ୍ଲୀର ସେଣ୍ଟ କଲମ୍ବା ସ୍କୁଲରେ ପଢ଼ି ୧୯୮୯ରେ ଶ୍ରେଷ୍ଠ ଛାତ୍ର ଭାବେ ‘ସୋର୍ଡ ଅପ୍‌ ଅନର’ରେ ସମ୍ମାନିତ ହୋଇଥିଲେ। ଉଚ୍ଚଶିକ୍ଷା ପାଇଁ ସେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ ଯୋଗଦେଇଥିଲେ। ସେଠାରେ ବାୟୋଲୋଜି ମେଜର ଭାବେ ନୋବେଲ ପୁରସ୍କାର ବିଜେତା ପଲ୍‌ ବର୍ଗଙ୍କ ପରୀକ୍ଷାଗାରରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। କ୍ୟାନ୍‌ସର ସେଲ୍‌ର ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ସେଲୁଲାର ଜିନ୍‌ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଅଧ୍ୟୟନ କରିଥିଲେ। ସେ ୧୯୯୩ରେ ବ୍ୟାଚଲର ଅଫ୍‌ ସାଇନ୍ସ ଡିଗ୍ରୀ ଅର୍ଜନ କରିଥିଲେ। ପରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମାଗ୍‌ଦାଲେନ୍‌ କଲେଜରେ ଡକ୍ଟରାଲ ରିସର୍ଚ୍ଚ କରି ରୋଡେ୍‌ସ ସ୍କଲାରଶିପ୍‌ ପାଇଥିଲେ। ଭାଇରାଲ ଆଣ୍ଟିଜେନ୍‌ ମାଧ୍ୟମରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଦିଗରେ ନିରନ୍ତର କାର୍ଯ୍ୟ କରିଥିଲେ। ତାଙ୍କ ସନ୍ଦର୍ଭ ‘ଦି ପ୍ରୋସେସିଂ ଆଣ୍ଡ୍‌ ପ୍ରେଜେଣ୍ଟେଶନ୍‌ ଅଫ୍‌ ଭାଇରାଲ ଆଣ୍ଟିଜେନ୍ସ’ ଉଚ୍ଚ ପ୍ରଶଂସିତ ହେବା ପରେ ୧୯୯୭ରେ ସେ ଡି.ଫିଲ୍‌ ଡିଗ୍ରୀ ହାସଲ କରିଥିଲେ। ହାର୍ଭାର୍ଡ ମେଡିକାଲ ସ୍କୁଲରୁ ସେ ୨୦୦୦ ମସିହାରେ ଡକ୍ଟର ଅଫ୍‌ ମେଡିସିନ୍‌ (ଏମ୍‌.ଡି) ଲାଭ କରିଥିଲେ। ତେବେ ୨୦୦୦ରୁ ୨୦୦୩ ଯାଏ ସେ ମାସାଚ୍ୟୁସେଟ୍‌ସ ଜେନେରାଲ ହସ୍ପିଟାଲରେ ଇଣ୍ଟରନାଲ୍‌ ମେଡିସିନ୍‌ର ରେସିଡେଣ୍ଟ ରହିଥିଲେ। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ହାର୍ଭାର୍ଡ ମେଡିକାଲ ସ୍କୁଲ ଅଧୀନ ବୋଷ୍ଟନସ୍ଥିତ ଡାନା-ଫାର୍ବର କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟରେ ଅନ୍‌କୋଲୋଜିର ଫେଲୋ ଭାବେ ପ୍ରଶିକ୍ଷଣ ନେଇଥିଲେ। ୨୦୦୯ରେ ସେ କଲମ୍ବିଆ ୟୁନିଭର୍ସିଟି ମେଡିକାଲ ସେଣ୍ଟରରେ ଡିପାର୍ଟମେଣ୍ଟ ଅଫ୍‌ ମେଡିସିନ୍‌ (ଡିଭିଜନ୍‌ ଅଫ୍‌ ହେମାଟୋଲୋଜି/ଅନ୍‌କୋଲୋଜି)ର ସହକାରୀ ପ୍ରଫେସର ଭାବେ ଯୋଗ ଦେଇଥିଲେ। ଏଥିସହିତ ସିଦ୍ଧାର୍ଥ ମିନେସୋଟାର ରୋଚେଷ୍ଟରସ୍ଥିତ ମାୟୋ କ୍ଲିନିକ୍‌କୁ ଭିଜିଟିଂ ପ୍ରଫେସର, ମାସାଚ୍ୟୁସେଟ୍‌ସ ମେଡିକାଲ ସୋସାଇଟି ଏବଂ ଜନ୍‌ ହପ୍‌କିନ୍ସ ସ୍କୁଲ ଅଫ୍‌ ମେଡିସିନ୍‌ରେ ଅବୈତନିକ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରି ଆମେରିକାର ସ୍ବାସ୍ଥ୍ୟ ଗବେଷଣା କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି। କର୍କଟ ରୋଗ ଗବେଷଣା କ୍ଷେତ୍ରରେ ଅଭିନବ ଡାକ୍ତରୀବିଦ୍ୟା ପ୍ରୟୋଗ ଯୋଗୁ ତାଙ୍କ ଚାହିଦା ସର୍ବୋଚ୍ଚରେ ପହଞ୍ଚିପାରିଛି। ନର୍ମାଲ ଷ୍ଟେମ୍‌ ସେଲ୍‌ସ ଓ କ୍ୟାନ୍‌ସର ସେଲ୍‌ ମଧ୍ୟରେ ଯୋଗାଯୋଗ ସ୍ଥାପନ ସଂକ୍ରାନ୍ତ ସ୍ବତନ୍ତ୍ର ଅଧ୍ୟୟନ ତାଙ୍କ ଫୋକସରେ ରହିଛି।
ଡାକ୍ତରୀ ଗବେଷଣା କରି ସେ ଅର୍ଜନ କରିଥିବା ଅଭିଜ୍ଞତାକୁ ‘ଦି ଏମ୍ପେରର୍‌ ଅଫ୍‌ ଅଲ୍‌ ମାଲାଡିଜ୍‌: ଏ ବାୟୋଗ୍ରାଫି ଅଫ୍‌ କ୍ୟାନସର’ ବହିରେ ଗୁନ୍ଥିଛନ୍ତି। ଫଳରେ ଏହି ପୁସ୍ତକ ୨୦୧୧ରେ ଜେନେରାଲ ନନ୍‌-ଫିକ୍ସନ ବର୍ଗରେ ପୁଲିଜର ପୁରସ୍କାର ପାଇବାରେ ଯୋଗ୍ୟ ବିବେଚିତ ହୋଇଥିଲା। ଏହା ମଧ୍ୟ ଅଲ୍‌ ଟାଇମ୍‌ ୧୦୦ ନୋଟିଫିକେଶନ ବୁକ୍ସ (ଗତ ଶତାବ୍ଦୀର ୧୦୦ ଶ୍ରେଷ୍ଠ ପ୍ରଭାବଶାଳୀ ପୁସ୍ତକ) ହୋଇପାରିଥିଲା। କେବଳ ଆମେରିକା ନୁହେଁ, ୨୦୧୪ରେ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସିଦ୍ଧାର୍ଥଙ୍କୁ ସମ୍ମାନିତ କରାଯାଇଛି। ସେ ଏବେ ନ୍ୟୁୟର୍କ ସିଟିରେ ସହଧର୍ମିଣୀ ସାରା ଜେ ଓ ଦୁଇ ସନ୍ତାନଙ୍କୁ ନେଇ ରହୁଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?