ଆମେରିକା-ମେକ୍ସିକୋ ସୀମାରେ ପ୍ରବାସୀମାନଙ୍କୁ ରୋକିବା ପ୍ରସଙ୍ଗ: ବାଇଡେନ ପ୍ରଶାସନ ଟେକ୍ସାସ ଗଭର୍ନରଙ୍କ ବିରୋଧରେ ଦାଏର କଲେ ମାମଲା…

ଓ୍ବାଶିଂଟନ,୨୫।୭ : ପ୍ରବାସୀମାନଙ୍କୁ ଆମେରିକା-ମେକ୍ସିକୋ ସୀମା ଅତିକ୍ରମ ନ କରିବା ପାଇଁ ରିଓ ଗ୍ରାଣ୍ଡେ ନଦୀରେ ଟେକ୍ସାସ ଲଗାଇଥିବା ଏକ ଭାସମାନ ପ୍ରତିବନ୍ଧକ ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ପକ୍ଷରୁ ଟେକ୍ସାସର ଗଭର୍ନରଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ଟେକ୍ସାସର ରିପବ୍ଲିକାନ ଗଭର୍ନର ଗ୍ରେଗ ଆବଟଙ୍କ ଦ୍ୱାରା ଏହି ନିଷେଧାଦେଶ ଘୋଷଣା କରାଯାଇଥିଲା।

ଫେଡେରାଲ ଅଧିକାରୀ କହିଛନ୍ତି ନଦୀରେ ଥିବା ପ୍ରତିବନ୍ଧକଗୁଡିକ ଫେଡେରାଲ ନିୟମକୁ ଉଲ୍ଲଂଘନ କରୁଛି। ଏହା ସହିତ ମାନବିକ ଚିନ୍ତାଧାରା ମଧ୍ୟ ସାମ୍ନାକୁ ଆସିଛି। କୋର୍ଟରେ ସେ ଏହାର ମୁକାବିଲା କରିବେ ବୋଲି ଗଭର୍ନର କହିଛନ୍ତି। ଜୁନ ମାସରେ ଏହି ନିଷେଧାଦେଶ ଘୋଷଣା କରାଯାଇଥିଲା ।

ଏହା ସୀମା ସୁରକ୍ଷିତ କରିବାରେ ସହାୟକ ହେବ ବୋଲି ଫେଡେରାଲ ଅଧିକାରୀଙ୍କ ବିବୃତ୍ତି ଉପରେ ରାଜ୍ୟ ଅଧିକାରୀମାନେ ଯୁକ୍ତି ବାଢ଼ିଛନ୍ତି। ପ୍ରବାସୀଙ୍କ ପାଇଁ ଏହା ପ୍ରଭାବହୀନ ଏବଂ ସମ୍ଭାବ୍ୟ ବିପଦଜନକ ହୋଇପାରେ ବୋଲି ପ୍ରବାସୀ ଓକିଲମାନେ କହିଛନ୍ତି।

ଜଷ୍ଟିସ ବିଭାଗ ଅସ୍ଟିନର ଏକ ଫେଡେରାଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ ପ୍ରତିବନ୍ଧକ ଲଗାଇବା ପୂର୍ବରୁ ରାଜ୍ୟ ଅଧିକାରୀମାନେ ଫେଡେରାଲ ଅନୁମତି ନେବା ଆବଶ୍ୟକ। ଫେଡେରାଲ ଅଧିକାରୀମାନେ ଯୁକ୍ତି କରିଛନ୍ତି ଏହା ନ କରି ଟେକ୍ସାସ ଜଳପଥକୁ ନିୟନ୍ତ୍ରଣ କରୁଥିବା ଫେଡେରାଲ ନିୟମକୁ ଉଲ୍ଲଂଘନ କରିଛି।

ଆସୋସିଏଟ ଆଟିର୍ନି ଜେନେରାଲ ଭନିତା ଗୁପ୍ତା କହିଛନ୍ତି ଆବଶ୍ୟକ ଫେଡେରାଲ ଅନୁମତି ବିନା ରିଓ ଗ୍ରାଣ୍ଡେରେ ଏକ ପ୍ରତିବନ୍ଧକ ଲଗାଇ ଟେକ୍ସାସ ଫେଡେରାଲ ନିୟମ ଉଲ୍ଲଂଘନ କରିଛି ବୋଲି ଆମେ ଅଭିଯୋଗ କରିଛୁ।

ଏହାପୂର୍ବରୁ ବାଇଡେନ ପ୍ରଶାସନ ଟେକ୍ସାସର ଅଧିକାରୀମାନଙ୍କୁ ଚେତାବନୀ ଦେଇଥିଲା ସେମାନେ ନଦୀରୁ ପ୍ରତିବନ୍ଧକ ହଟାଇ ଆଇନଗତ ଯୁଦ୍ଧରୁ ରକ୍ଷା ପାଇପାରିବେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଶେଷଯାତ୍ରାରେ ବିଧାୟକ ଯୋଗ ଦେଇ…

ସୋହେଲା,୮ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋହେଲାର ରୋଶନ ଅଗ୍ରଓ୍ବାଲ (୪୮) ଏବଂ ତାଙ୍କ ପୁଅ ତରୁଣ(୧୨)ଙ୍କ ମୃତ୍ୟୁ ହୋଇଯାଇଛି।…

ନାବାଳିକାଙ୍କୁ ଓଡ଼ିଶାରୁ ଅପହରଣ କରି କେରଳରେ ବଳାତ୍କାର , ଅଭିଯୋଗ ପରେ ବନ୍ଧାହେଲେ ଯୁବକ

ଜମନକିରା,୮ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଳି ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ…

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

ଇରାନ ଯୁଦ୍ଧକୁ ନେଇ ପେଜେଶକିଆନଙ୍କ ବଡ଼ ବିବୃତ୍ତି: ‘ଆମେ ଏହାକୁ ଆରମ୍ଭ କରିନାହୁଁ; ୪୮ ଘଣ୍ଟା ମଧ୍ୟରେ…’

ତେହରାନ,୮।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଦୀର୍ଘକାଳୀନ ସଂଘର୍ଷ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ…

୧୩ ଦିନରେ ଦୁଇଟି ବଦଳି ଅର୍ଡର, ଶିକ୍ଷାବିତ୍‌ ମହଲରେ ଅସନ୍ତୋଷ

ଡେରାବିଶ, ୮ା୮(ବେବର୍ତ୍ତା ଅଜୟ ଦାସ): ରାଜ୍ୟ ଗଣଶିକ୍ଷା ବିଭାଗର କେନ୍ଦ୍ରାପଡ଼ା ଶିକ୍ଷା ଜିଲାରେ ବିଇଓଙ୍କ ଦୁଇଟି ବଦଳି ଅର୍ଡ଼ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶିକ୍ଷାବିତ୍‌ଙ୍କ ମହଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri