ତୁରନ୍ତ ବାଉଣ୍ଡାରି ଓ୍ବାଲ୍‌ କରିବାକୁ ସୁପାରିସ

ଭୁବନେଶ୍ୱର,୩୧ା୩(ବ୍ୟୁରୋ):ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ବହୁମୂଲ୍ୟ ସମ୍ପତ୍ତି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଦୀର୍ଘ ବର୍ଷ ହେବ ସେଗୁଡ଼ିକ ମୁକ୍ତ ହୋଇ ପାରୁନାହିଁ। ଏହାକୁ ନେଇ ବିଧାନସଭା ଗୃହ କମିଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ଜବରଦଖଲ ଜମିକୁ ପରିବହନ ବିଭାଗ ନିଜ ଅକ୍ତିଆରକୁ ନେବା ଲାଗି କମିଟି ସୁପାରିସ କରିଛନ୍ତି। ଜମିଗୁଡ଼ିକୁ ଓଏସ୍‌ଆର୍‌ଟିସି ନିଜ ଅଧୀନକୁ ଆଣି ବାଉଣ୍ଡାରି ଓ୍ବାଲ ନିର୍ମାଣ କରିବାକୁ ପ୍ରଥମ ପର୍ଯ୍ୟାୟରେ ୬.୧୦ କୋଟି ଟଙ୍କା ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିବାକୁ କମିଟି ତାଙ୍କ ରିପୋର୍ଟରେ ବିଭାଗକୁ ସୁପାରିସ କରିଛନ୍ତି। ସେହିପରି କମିଟି ଗମନାଗମନକୁ ତ୍ୱରାନ୍ବିତ କରିବାକୁ ୪୧୦ ନୂଆ ବସ୍‌ କିଣିବାକୁ ୨୧୩ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିିଭିନ୍ନ ସ୍ଥାନରେ ଡ୍ରାଇଭର ଓ ପାସେଞ୍ଜରମାନଙ୍କ ବିଶ୍ରାମ ସ୍ଥଳ ନିର୍ମାଣ କରିବା ସହ ଦୁର୍ଘଟଣାକୁ ଦୂର କରିବା ଲାଗି ଜାତୀୟ ରାଜପଥ କଡ଼ରୁ ଅଣଯୋଜନାରେ ନିର୍ମିିତ ମାର୍କେଟଗୁଡ଼ିକୁ ହଟାଇବାକୁ କମିଟି ପରାମର୍ଶ ଦେଇଛି। ଏଥିସହିତ ଯୁବପିଢ଼ିଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେବା ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଏବଂ ପରିବହନ ବିଭାଗର ଖାଲି ସ୍ଥାନରେ ବସଷ୍ଟାଣ୍ଡ ନିର୍ମାଣ କରିବାକୁ କମିଟି ବିଭାଗକୁ ସୁପାରିସ କରିଛନ୍ତି। ରାଜ୍ୟରେ ପର୍ଯ୍ୟଟନ ସ୍ଥଳକୁ ବସ ଚଳାଚଳ ପର୍ଯ୍ୟାପ୍ତ ନାହିଁ। ଫଳରେ ପର୍ଯ୍ୟଟକମାନଙ୍କର ଆଗମନ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବସ ଚଳାଇବା ପାଇଁ କମିଟି ପରାମର୍ଶ ଦେଇଛି। ପରିବହନ ବିଭାଗ ଅଧୀନରେ ଥିବା ସମସ୍ତ ବସ୍‌କୁ ରାଜ୍ୟର ସବୁ ରୁଟ୍‌ରେ ଯିବାକୁ ଅନୁମତି ଦେବା ପାଇଁ କମିଟି ସୁପାରିସ କରିଛନ୍ତି। ରାଜ୍ୟରେ ଯୁବ ପାଇଲଟ୍‌ଙ୍କ ସଂଖ୍ୟା ବଢ଼ାଇବା ସକାଶେ ଭୁବନେଶ୍ୱର ବିମାନ ମନ୍ଦରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ କମିଟି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ପ୍ରଥମ ପର୍ଯ୍ୟାୟରେ ୨୪ଟି ଜିଲାରେ ନିର୍ମାଣ ହେଉଥିବା ୫୫ଟି ବସ୍‌ଷ୍ଟାଣ୍ଡ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ଟି ବସଷ୍ଟାଣ୍ଟ ନିର୍ମାଣ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ କମିଟି ସୁପାରିଶ କରିଛନ୍ତି। ଏଥିସହିତ ପରିବହନ ବିଭାଗର ସମ୍ପତ୍ତିକୁ ଜିଆଇଏସ୍‌ ଆଧାରିତ ପରିଚାଳନା ବ୍ୟବସ୍ଥା କରିବାକୁ ସୁପାରିସ କରାଯାଇଛି। ଦୁର୍ଘଟଣାରେ ମୃତାହତଙ୍କ କ୍ଷତିପୂରଣ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପଞ୍ଚାୟତ, ପଞ୍ଚାୟତ ସମିତି ଓ ପୌର ପରିଷଦଗୁଡ଼ିକୁ ପ୍ରଚାର ପ୍ରସାର ଜୋରଦାର କରିବାକୁ ବିଧାନସଭା ଗୃହ କମିଟି ସୁପାରିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri