ଅକ୍ଟୋବରରେ ବଡ଼ ବାତ୍ୟା ଆଶଙ୍କା! ସତର୍କ କରାଇଲେ ଆଇଏମ୍‌ଡି ଡିଜି

ଭୁବନେଶ୍ୱର, ୧୪ା୯(ବନ୍ଦନା ସେଠୀ): ଚଳିତ ବର୍ଷ ବହୁଦିନ ଧରି ମୌସୁମୀ ବର୍ଷା ଲାଗି ରହିଛି। ଇତିମଧ୍ୟରେ ବଙ୍ଗୋପସାଗରରେ ୧୫ରୁ ଊର୍ଦ୍ଧ୍ୱ ଲଘୁଚାପ କ୍ଷେତ୍ର ଓ ଘୂର୍ଣ୍ଣିବଳୟ ଆଗକୁ ପ୍ରାକୃତିକ ଦୁର୍ବିପାକର ସଙ୍କେତ ଦେଉଛି। ଏପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଓଡ଼ିଶା ସହ ପୂର୍ବ ଭାରତୀୟ ରାଜ୍ୟଗୁଡିକୁ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଥିବାରୁ ଲୋକଙ୍କ ମନରେ ବାତ୍ୟା ନେଇ ଛନକା ପଶିଛି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲା-ନିନା ପ୍ରଭାବରେ ବାତ୍ୟା ସଙ୍ଗଠିତ ହେବା ଆଶଙ୍କା ଅଧିକ ରହିଛି। ବିଶେଷକରି ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ହେଉଛି ଓଡ଼ିଶା ପାଇଁ ବାତ୍ୟାର ସମୟ। ତେଣୁ ଏହି ସମୟରେ ଲା-ନିନା ସୃଷ୍ଟି ହେଲେ ବାତ୍ୟା ଆସିଥାଏ। ତେବେ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ରୂପ ନେଇନାହିଁ। ୧୫ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଲା-ନିନା ପ୍ରଭାବରେ ଏହା ଅଧିକରୁ ଅଧିକ ବିଳମ୍ବ ହେବ। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବାତ୍ୟା ଆଶଙ୍କାକୁ
ଏଡାଇ ଦିଆଯାଇ ନ ପାରେ ବୋଲି ଡିଜି କହିଛନ୍ତି। ସେହିପରି ୧୫ ଦିନ ଆଗରୁ ବାତ୍ୟାର ପୂର୍ବାନୁମାନ କରାଯାଇପାରିବ ଏବଂ ଓଡ଼ିଶାରେ ଏନେଇ ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଆଇଏମ୍‌ଡି ଓ ଅନ୍ୟ ଘରୋଇ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡିକର ଆକଳନ ଅନୁଯାୟୀ, ଲା-ନିନା ସେପ୍ଟେମ୍ବର ଶେଷରେ ସକ୍ରିୟ ହୋଇପାରେ, ଯାହା ଅକ୍ଟୋବରରେ ବାତ୍ୟା ଗଠନକୁ ସହଜ କରିବ। ନ୍ୟାଶନାଲ୍‌ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସ୍ଫିୟର ଆଡ୍‌ମିନିଷ୍ଟ୍ରେଶନ୍‌(ଏନ୍‌ଓଏଏ) ସଂସ୍ଥାର ଆନୁମାନିକ ରିପୋର୍ଟ ଅନୁଯାୟୀ, ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଲା-ନିନାର ସମ୍ଭାବନା ୭୧% ରହିଛି। ବିଶ୍ବ ପାଣିପାଗ ସଂସ୍ଥାନ (ଡବ୍ଲ୍ୟୁଏମ୍‌ଓ)ର ଆକଳନ ଅନୁଯାୟୀ ଏହି ଅବଧିରେ ଲା-ନିନାର ସମ୍ଭାବନା ୬୦% ରହିଛି, ଯାହା ତାପମାନ ଉପରେ ପ୍ରଭାବ ପକାଇବା ସହ ବାତ୍ୟା ବୃଦ୍ଧି ଘଟାଇପାରେ।

ଲା-ନିନା ହେଉଛି ଏକ ଜଳବାୟୁ ପ୍ରକ୍ରିୟା। ପ୍ରଶାନ୍ତ ମହାସାଗରରେ ପାଣି ସାଧାରଣ ତାପମାତ୍ରାଠାରୁ ଅଧିକ ଥଣ୍ଡା ହେଲେ ଲା-ନିନା ସ୍ଥିତି ସୃଷ୍ଟି ହୁଏ। ଏହାଦ୍ବାରା ପ୍ରଶାନ୍ତ ମହାସାଗରରୁ ଗରମ ବାୟୁ ଓ ଜଳ ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଭାରତ ମହାସାଗରରେ ପ୍ରବେଶ କରେ। ଏହା ଭାରତ ମହାସାଗରରେ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ କରିଥାଏ। ଭାରତରେ ମୌସୁମୀ ସକ୍ରିୟ ଥିବାରୁ ଏହା ବାତ୍ୟାକୁ ଆକର୍ଷିତ କରିଥାଏ। ଲା-ନିନା ପରିସ୍ଥିତି ସଙ୍ଗଠିତ ହେଲେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାକୁ ବଳ ଯୋଗାଇବା ସହ ଏହାର ତୀବ୍ରତାକୁ ବୃଦ୍ଧିରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?