Posted inଜାତୀୟ

“ମୁଁ … ବିଷ ପିଇଦେବି”: ମା’ଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପରେ ମୋଦି ଦେଲେ ଜବାବ

ଆସାମ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଜନତା ହିଁ ତାଙ୍କର ଈଶ୍ୱର ଓ “ରିମୋଟ୍ କଣ୍ଟ୍ରୋଲ”। ନିଜ ଓ ତାଙ୍କ ମାତା ହୀରାବେନ ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସେ କହିଛନ୍ତି, “ମୁଁ ଶିବଙ୍କ ଭକ୍ତ, ଏହି ବିଷକୁ ମୁଁ ଗିଳି ନେବି।” ଆସାମର ଦାରାଙ୍ଗରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ପରେ ସେ କହିଛନ୍ତି, “ଜନତା ମୋର ମାଲିକ, ମୋର ଦେବତା। ମୋର ଅନ୍ୟ କୌଣସି ରିମୋଟ୍ କଣ୍ଟ୍ରୋଲ ନାହିଁ।”

ମୋଦି ବିହାରରେ ନିର୍ବାଚନ ପ୍ରଚାର ସମୟରେ ଆରଜେଡି-କଂଗ୍ରେସ ପକ୍ଷରୁ ହୋଇଥିବା ଅପମାନଜନକ ମନ୍ତବ୍ୟ ଓ କଂଗ୍ରେସ ଦ୍ୱାରା ତାଙ୍କ ମାତାଙ୍କୁ ନେଇ ଏଆଇ ଭିଡିଓ ନିର୍ମାଣ ପାଇଁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଆସାମରେ କଂଗ୍ରେସର ପୂର୍ବତନ ଶାସନକୁ ଟାର୍ଗେଟ କରି କହିଛନ୍ତି, ୬୦-୬୫ ବର୍ଷରେ କଂଗ୍ରେସ ବ୍ରହ୍ମପୁତ୍ର ନଦୀ ଉପରେ ମାତ୍ର ତିନୋଟି ସେତୁ ନିର୍ମାଣ କରିଥିବା ବେଳେ ତାଙ୍କ ସରକାର ଗୋଟିଏ ଦଶନ୍ଧିରେ ଛଅଟି ସେତୁ ନିର୍ମାଣ କରିଛନ୍ତି।

ଅନୁପ୍ରବେଶ ପ୍ରସଙ୍ଗରେ ମୋଦି କହିଛନ୍ତି, “କଂଗ୍ରେସର ମୁଖ୍ୟ ଲକ୍ଷ୍ୟ ହେଉଛି ଭୋଟ୍ ବ୍ୟାଙ୍କ। ସେମାନେ ଦେଶର ଚିନ୍ତା ନକରି ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଉଛନ୍ତି।” ସେ ଅପରେସନ ସିନ୍ଦୁର ଉଲ୍ଲେଖ କରି କଂଗ୍ରେସକୁ ଆତଙ୍କବାଦୀ ଓ ପାକିସ୍ତାନର ଏଜେଣ୍ଡାକୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି।ଏହା ସହିତ ସେ ଭୁପେନ ହଜାରିକାଙ୍କୁ ଭାରତ ରତ୍ନ ପ୍ରଦାନ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୂର୍ବ ମନ୍ତବ୍ୟକୁ ନେଇ ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି, “କଂଗ୍ରେସ ଉତ୍ତର-ପୂର୍ବାଞ୍ଚଳର ଜନତାଙ୍କ ଘାଆ ଉପରେ ଲୁଣ ଛିଞ୍ଚୁଛି।”


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଆଖି ଦେଖାଇଲା ପାକିସ୍ତାନ! ବାଂଲାଦେଶରୁ କଲା ଗର୍ଜନ…

ଢାକା,୯।୧୧: ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରଠାରୁ, ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ଏହା ପ୍ରଥମ ଥର ପାଇଁ...

ରାତି ପାହିଲେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ: ପୂର୍ବରୁ ୨୫୬ଟି ଅଭିଯୋଗ ଶୁଣି କରିଥିଲେ ରେକର୍ଡ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସର ମଧ୍ୟରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷନ ଏବଂ ଏଏସ୍‌ପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ...

ମ୍ୟାନ ଅଫ ଦି ମ୍ୟାଚ ଖେଳାଳି କେତେ ଟଙ୍କା ପାଆନ୍ତି? ଏହା ମ୍ୟାଚ ଫି ଠାରୁ କେତେ କମ

ନୂଆଦିଲ୍ଲୀ,୯।୧୧: ନିକଟରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ODI ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚରେ, ଶାଫାଲି ବର୍ମା ଏକ ଚମତ୍କାର ଇନିଂସ...

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ, ନିଆଁ ଲଗାଇ ବସୁଛନ୍ତି…

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ...

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଘାସିରାମ ନିଷ୍କଳଙ୍କ: ଚେୟାରମ୍ୟାନ ଥାଇ ନିଜ ବିଡିଓଙ୍କୁ ଧରାଇଥିଲେ ଭିଜିଲାନ୍ସ ହାତରେ

ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ...

ଏଇ ଭାରତରେ

ରୋଗପୋକ ନିୟନ୍ତ୍ରଣ ଓ ଜଳବାୟୁର ପ୍ରତିକୂଳ ସ୍ଥିତି ସମ୍ପର୍କିିତ ତଥ୍ୟ ସଂଗ୍ରହ କରୁଥିବା ଟେକ୍ନୋଲୋଜି ଏବେ ଆଧୁନିକ କୃଷିକୁ ନୂଆ ଦିଗ ଦେଖାଇଛି। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri