ମୁଁ ମାସ୍କ ପିନ୍ଧିବିନି, ଦରକାର ପଡ଼ିଲେ ରାସ୍ତା ମଝିରେ ଦେବି ଚୁମ୍ବନ; ପୋଲିସ ନେଲା ଏମିତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୪: କୋଭିଡ ନିୟମ ଉଲ୍ଲଂଘନ କରିବା ଏବଂ ଓ୍ବିକେଣ୍ଡ କର୍ଫ୍ୟୁ ନ ମାନି ଦିଲ୍ଲୀର ଏକ ଦମ୍ପତି ଫସିଛନ୍ତି। ଦିଲ୍ଲୀ ପୋଲିସ ଦମ୍ପତି ପଙ୍କଜ ଦତ୍ତା ଏବଂ ଆଭାଙ୍କ ନାମରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଏଫ୍‌ଆଇଆର ଦାଖଲ କରିଛି। ଏହି ଦମ୍ପତି ମାସ୍କ ନ ପିନ୍ଧି କାର୍‌ ଚଲାଇ ଯାଉଥିଲେ। ରବିବାର ସନ୍ଧ୍ୟାରେ ଦରିଆଗଞ୍ଜ ଅଞ୍ଚଳରେ ପୋଲିସ ସେମାନଙ୍କୁ ଅଟକାଇବାରୁ ଏମାନେ ଦୁର୍ବ୍ୟବହାର କରିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଆଭା ପୋଲିସକୁ କହୁଛନ୍ତି, ମୁଁ କେବେ ବି ମାସ୍କ ପିନ୍ଧିବିନି। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋର କ’ଣ କରିବେ। ଏପରିକି ଆଭା କାର୍‌ରୁ ବାହାରି ଆସି ପୋଲିସ କର୍ମଚାରୀଙ୍କୁ କହିଥିଲେ, ମୁଁ ଏବେ ବିନା ମାସ୍କରେ ମୋ ସ୍ବାମୀଙ୍କୁ ଚୁମ୍ବନ ଦେବି। କରୋନା ବୋଲି କିଛି ନାହିଁ। ତୁମେ ଫାଲ୍‌ତୁରେ ଲୋକଙ୍କୁ ହଇରାଣ କରୁଛ। ପୋଲିସକୁ ଭିକାରି ବୋଲି କହୁଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

ସୂଚନାଯୋଗ୍ୟ, ଏହି ଦମ୍ପତି ଦିଲ୍ଲୀ ପରି ବ୍ୟସ୍ତବହୁଳ ସହରରେ କାର୍‌ ଚଳାଇ ଯାଉଥିଲେ ମଧ୍ୟ ତାଙ୍କ ନିକଟରେ କୌଣସି ଜରୁରିକାଳୀନ ପାସ୍‌ କିମ୍ବା ଇ-ପାସ୍‌ ନ ଥିଲା। ଏପରି ବିନା ମାସ୍କରେ ଯାଉଥିଲେ। ପୋଲିସ ଅଟକାଇବାରୁ ଦମ୍ପତି ଦୀର୍ଘ ସମୟ ଧରି ମଝି ରାସ୍ତାରେ ଯୁକ୍ତିତର୍କ କରିଥିଲେ। ଶେଷରେ ପୋଲିସ ସେମାନଙ୍କୁ ଥାନାକୁ ନେବା ସହ ତାଙ୍କ ନାମରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ଡି ଆନିମେଟେଡ୍‌ ଭିଡିଓ ଶେୟାର କରି ଯୋଗ କରିବାକୁ ମୋଦିଙ୍କ ନିବେଦନ

ନୂଆଦିଲ୍ଲୀ,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଫିଟ୍‌ନେସ୍‌କୁ ନେଇ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ଲୋକଙ୍କୁ ଯୋଗ କରିବାକୁ ନିବେଦନ କରିଛନ୍ତି। ସୋମବାର...

ବିହାର ବୋର୍ଡ ମାଟ୍ରିକ୍‌ ପରୀକ୍ଷା ଟପ୍ପର ହେଲେ ହିମାଂଶୁ ରାଜ

ପାଟନା,୨୬।୫: ବିହାର ବୋର୍ଡର ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହିମାଂଶୁ ରାଜ ୯୬.୨୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ମୋଟ ୫୦୦ରୁ...

ମମତାଙ୍କୁ ଟକ୍କର ଦେବେ ଶୁଭେନ୍ଦୁ

କୋଲକାତା,୮ ।୩: ବେଳକୁ ବେଳ ପଶ୍ଚିମବଙ୍ଗ ରାଜନୀତି ହେଉଛି ସରଗରମ । ଗତ ସପ୍ତାହରେ ଶାସକ ତୃଣମୂଳ କଂଗ୍ରେସ ୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ...

ମୁସଲମାନ ବିବାହରେ ନିମନ୍ତ୍ରଣ ଦେଉଛନ୍ତି ଭଗବାନ ଗଣେଶ

ମିରଟ,୨୮।୨: ଉତ୍ତର ପ୍ରଦେଶ ମିରଟରେ ଏକ ମୁସଲମାନ ପରିବାରର ବିବାହ ପାଇଁ ନିମନ୍ତ୍ରଣ ପତ୍ର ଛପା ଯାଇଛି। ଯେଉଁଥିରେ ହିନ୍ଦୁ ଦେବତା ଗଣେଶଙ୍କ ଫଟୋ ଦେଖିବାକୁ...

ବିଧାନସଭା କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ରାଜ୍ୟପାଳ, ଅଭିଯୋଗ ଆଣିଲେ ବାଚସ୍ପତି…

କୋଲକାତା,୨୩।୬: ବିଧାନସଭା କାର୍ଯ୍ୟ ବାଧା ସୃଷ୍ଟି କରିବା ସହିତ ରାଜ୍ୟପାଳ ଜଗଦୀପ୍‌ ଧାନଖର ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ...

୧୮ହଜାର ପକ୍ଷୀଙ୍କୁ ନୂଆ ଜୀବନ ଦେଲେ ସୀମା ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୧୨।୭: ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନମାନେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାରେ ଚୋରା ଚାଲାଣ ହେଉଥିବା ବିରଳ ପ୍ରଜାତିର କଇଁଛ ଓ...

ଭିଣୋଇଙ୍କ କାର୍‌ ଚୋରି କରୁଥିଲେ ଶଳା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗାଜିଆବାଦ,୧୪।୧୧: ଗାଜିଆବାଦର ବସୁନ୍ଧରା ସେକ୍ଟର ୩ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ ଯୁବକ ନିଜ ଭିଣୋଇଙ୍କ ଦୁଇଟି କାର ଚୋରି କରନେଇଛନ୍ତି। ଚୋରି...

ନଭେମ୍ବର ୨୪ରେ ତିନି କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ,୨୧।୧୧: ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ନଭେମ୍ବର ୨୪ରେ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଏହି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ଅନୁମୋଦନ...

Advertisement


Archives

Model This Week