Posted inଜାତୀୟ

ମୁଁ ଏଯାଏ ବୁଢ଼ା ହୋଇନାହିଁ, ବଡ଼ବଡ଼ିଆଙ୍କୁ ବି କରିପାରେ ସାବାଡ୍‌: କାହାକୁ ଏମିତି ଚେତାବନୀ ଦେଲେ ଶରଦ ପାଓ୍ବାର

ମୁମ୍ବାଇ,୧୮।୧୨: ଏନସିପି ସଭାପତି ଶରଦ ପାୱାରଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି। ସେ ପୁତୁରା ଅଜିତ ପାୱାରଙ୍କ ନାଁ ନେଇ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୁଁ ଏଯାଏ ବୁଢ଼ା ହୋଇନାହିଁ, ଏବେ ବି ବଡ଼ବଡ଼ିଆଙ୍କୁ ବି ସାବାଡ୍‌ କରିପାରେ ବୋଲି ଶରଦ ପାଓ୍ବାର କହିଛନ୍ତି।
ପୁଣେର ଆଲନ୍ଦୀରେ ଶଗଡ ଗାଡ଼ି ଦୌଡ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ସମୟରେ ଏଠାରେ ଲଗାତର ବର୍ଷା ହେଉଥିଲା। ଏହା ସତ୍ତ୍ୱେ ଶରଦ ପାୱାର ଦୃଢ ଭାବରେ ଠିଆ ହୋଇ ସମ୍ବୋଧନ ଜାରି ରଖିଥିଲେ। ପାୱାର ଏଠାରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି, ଆଜି ବର୍ଷା ହେତୁ ଏଠାରେ ଆମର ଯୋଜନା ବ୍ୟାହତ ହୋଇଛି। କିନ୍ତୁ ଆମେ ଏତେ ସହଜରେ ହାର ମାନିବା ନାହିଁ। ଭବିଷ୍ୟତରେ ମଧ୍ୟ ଆମର ସଂଗ୍ରାମ ଜାରି ରଖିବା ଆବଶ୍ୟକ। ମୋର ବୟସ ୮୪, କିନ୍ତୁ ମୁଁ ଏପର୍ଯ୍ୟନ୍ତ ବୃଢ଼ା ହୋଇନାହିଁ। କିଛି ଲୋକଙ୍କୁ ସିଧା କରିବା ପାଇଁ ମୋର ଶକ୍ତି ଅଛି।
ଅଜିତ ପାୱାରଙ୍କ ସମେତ ଅନେକ ନେତା ତାଙ୍କ ବୟସ ଉପରେ ମନ୍ତବ୍ୟ ଦେଉଛନ୍ତି। ଏହାକୁ ନେଇ ପାଓ୍ବାର ସେମାନଙ୍କୁ ଏପରି ଜବାବ ଦେଇଥିବା କୁହାଯାଉଛି। ପୁତୁରାଙ୍କଠାରୁ ଅଲଗା ହେବାପରେ ଶରଦ ପାୱାର ପୁଣିଥରେ ନିଜ ଦଳକୁ ମଜଭୁତ କରିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ରକ୍ଷାବନ୍ଧନ ପୂର୍ବରୁ ପେଟ୍ରୋଲ-ଡିଜେଲ ଦରରେ ବଡ଼ ହଲଚଲ: ବଢିଲା କି କମିଲା କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୭।୮: ଇରାନ ଉପରେ ଆମେରିକାର ନୂଆ କଠୋର ପ୍ରତିବନ୍ଧକ ଲାଗୁ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟରେ ବଡ଼ ହ୍ରାସ ଦେଖାଯାଉଛି।…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri