ମୁଁ ଗଣିତର ବଡ଼ ପ୍ରଶଂସକ ନୁହେଁ, କାହିଁକି ଏମିତି କହିଲେ ଧୋନୀ

ମୁମ୍ବାଇ,୯।୫: କ୍ରିକେଟ ଖେଳ ମଧ୍ୟ ବେଳେବେଳେ ଗଣିତର ଏକ କଠିନ ପ୍ରଶ୍ନ ପରି ହୋଇଯାଏ। ଏଠାରେ ଏକ ବିଜୟ ଏବଂ ପରାଜୟ ପରେ, ଅନେକ ସମୀକରଣ ତିଆରି ହୁଏ। ବେଳେବେଳେ ଏହାକୁ ବୁଝିବା କଷ୍ଟକର ହୋଇଯାଏ। ଆଇପିଏଲ୍‌ ୨୦୨୨ରେ ପ୍ଲେ’ ଅଫ୍‌ରେ ସମୀକରଣ ସେମିତି କିଛି ଚାଲିଛି। ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ୍‌ରେ ପହଞ୍ଚିବା ରାସ୍ତା ପ୍ରାୟତଃ ବନ୍ଦ ହୋଇଯାଇଛି। କିନ୍ତୁ ଗଣିତ ଆଧାରରେ ସିଏସକେ ପ୍ଲେ’ ଅଫ୍‌ରେ ପହଞ୍ଚିବାର କିଛିଟା ଆଶା ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସକୁ ୯୧ ରନ ବ୍ୟବଧାନରେ ପରାସ୍ତ କରେ ଧୋନୀଙ୍କୁ ଦଳର ପ୍ଲେ ଅଫ ଆଶା ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତରରେ ସେ ତାଙ୍କ ସ୍କୁଲ ଦିନ କଥା ମନେ ପକାଇଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ବିଜୟ ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପଚରାଯାଇଥିଲା ଯେ ସିଏସକେ ପାଇଁ ୩ଟି ମ୍ୟାଚ ବାକି ଅଛି ଏବଂ ଯଦି ଦଳ ସମସ୍ତ ମ୍ୟାଚ ଜିତେ ତେବେ କିଛି ବି ହୋଇପାରେ? ଏହାର ଜବାବରେ ଧୋନୀ କହିଛନ୍ତି, ମୁଁ ଗଣିତର ବଡ଼ ପ୍ରଶଂସକ ନୁହେଁ। ସ୍କୁଲରେ ମଧ୍ୟ ମୁଁ ଏହି ବିଷୟରେ ବହୁତ ଭଲ ନ ଥିଲି। ଆମେ ନିଜ ଭାଗ୍ୟ ନିଜେ ଲେଖିଥାଉ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତୁମେ ସର୍ବଦା ନିଜର ସର୍ବଶ୍ରେଷ୍ଠ ଦେବା ଉଚିତ୍‌। ଅନ୍ୟ ଦଳକୁ ପରାସ୍ତ କରିବା ଆବଶ୍ୟକ ବୋଲି ଭାବିବାରେ କୌଣସି ଅର୍ଥ ନାହିଁ। ଏହା କେବଳ ଅତିରିକ୍ତ ଚାପ ପକାଇଥାଏ। କେବଳ ମ୍ୟାଚ ବିଷୟରେ ଚିନ୍ତା କରି ପ୍ରସ୍ତୁତ ହେବା ଆବଶ୍ୟକ। ଆଇପିଏଲ୍‌ ଉପଭୋଗ କରନ୍ତୁ, ଏହା ଏକ ଭଲ ଟୁର୍ନାମେଣ୍ଟ।
ଆଇପିଏଲ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗ୍ସ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳିଛି। ଏଥିରେ ସେ ୪ଟି ଜିତିଛି ଏବଂ ୭ରେ ହାରିଛି। ଚେନ୍ନାଇର ଦଳର ଆଉ ତିନୋଟି ମ୍ୟାଚ ବାକି ଅଛି ଏବଂ ପ୍ଲେ ଅଫ ଦୌଡରେ ରହିବାକୁ ହେଲେ ସେମାନଙ୍କୁ ଯେକୌଣସି ଭାବରେ ତିନୋଟି ମ୍ୟାଚ ଜିତିବାକୁ ପଡିବ । ଏହି ୩ଟି ମ୍ୟାଚ୍‌ ଜିତିଲେ ସିଏସକେ ୧୪ ପଏଣ୍ଟ ପାଇବ। କିନ୍ତୁ ତାହା କେବଳ ପ୍ଲେ ଅଫ ପହଞ୍ଚିବାକୁ ଯଥେଷ୍ଟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri