Posted inଜାତୀୟ

‘ମୁଁ ମୁଖ୍ୟମନ୍ତ୍ରୀ, ଆତଙ୍କବାଦୀ ନୁହେଁ’

ଚଣ୍ଡିଗଡ଼,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଉଡାଣ ଲାଗି ଅନୁମତି ନ ମିଳିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାଲିରେ ମୋତେ ଯୋଗଦେବାକୁ ଦିଆଗଲା ନାହିଁ। ଏଭଳି ଅଭିଯୋଗ ଆଣିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜୀତ ସିଂ ଚନ୍ନି।

“ଚରନଜିତ ସିଂ ଚନ୍ନି ଜଣେ ମୁଖ୍ୟମନ୍ତ୍ରୀ। ସେ ଆତଙ୍କବାଦୀ ନୁହେଁ ଯେ, ତାଙ୍କୁ ହୋଶିଆରପୁର ଉପରେ ଉଡ଼ାଣ ପାଇଁ ଅନୁମତି ଦିଆଗଲା ନାହିଁ” ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ପାଇଁ ଘଣ୍ଟାଏ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଜଲନ୍ଦର ଗସ୍ତ କାରଣରୁ ତାଙ୍କ ଉଡାଣକୁ ଅନୁମତି ମିଳି ନ ଥିଲା। ହୋଶିଆରପୁରରେ ରାହୁଲ ଗାନ୍ଧୀଙ୍କ ରାଲିରେ ଯୋଗଦେବା ପାଇଁ ଚଣ୍ଡିଗଡ଼ରୁ ଚପର ନେବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଉଡାଣ ପାଇଁ ଅନୁମତି ନ ମିଳିବାରୁ ସେ ଘରକୁ ଫେରି ଆସିଥିଲେ।

“ମୁଁ ୧୧ଟା ବେଳେ ଉନାରେ ଥିଲି। କିନ୍ତୁ ହଠାତ୍‌ ହୋଶିରଆରପୁରକୁ ଉଡାଣ ପାଇଁ ଅନୁମତି ବାତିଲ କରି ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାରଣରୁ ଏହାକୁ ନୋ-ଫ୍ଲାଏ ଜୋନ ଘୋଷଣା କରାଯାଇଥିଲା। ଏଥିଯୋଗୁ ମୁଁ ରାହୁ୍‌ଲଙ୍କ ରାଲିରେ ଯୋଗ ଦେଇ ପାରି ନ ଥିଲି” ବୋଲି ଚନ୍ନି କହିଛନ୍ତି।

“ମୁଖ୍ୟମନ୍ତ୍ରୀ ଏଠାକୁ ଆସିବାର କାର୍ଯ୍ୟସୂଚୀ ଥିଲା। କିନ୍ତୁ ଏହି ସରକାର ଅନୁମତି ବାତିଲ କରିବା ଲଜ୍ଜାଜନକ ଘଟଣା। ଯଦି ନିର୍ବାଚନ ଆୟୋଗ ଏହି ଘଟଣାକୁ ସଂଜ୍ଞାକୁ ନ ନିଅନ୍ତି, ତେବେ ଏହି ନିର୍ବାଚନକୁ ମୁଁ ପ୍ରହସନ ବୋଲି ବୁଝିବି” ବୋଲି କଂଗ୍ରେସ ନେତା ସୁନୀଲ ଝାଖର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?