Posted inଖେଳ

ଭାରତୀୟ ରୀତିନୀତିରେ ବିବାହ କରିବେ ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୧୫।୨:ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଖୁବ ଶୀଘ୍ର ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଭାରତୀୟ ଯୁବତୀ ଭିନି ରମଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ତାମିଲରେ ଲେଖାଯାଇଥିବା ମ୍ୟାକ୍ସୱେଲଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୩୩ ବର୍ଷୀୟ ମ୍ୟାକ୍ସୱେଲ ମାର୍ଚ୍ଚ ୨୦୨୦ ରେ ଭିନିଙ୍କ ସହ ନିର୍ବନନ୍ଧ କରିଥିଲେ। କିନ୍ତୁ ଲକଡାଉନ ଯୋଗୁ ତାଙ୍କୁ ବିବାହ ରୋକିବାକୁ ପଡିଥିଲା। ମ୍ୟାକ୍ସୱେଲ ଏବଂ ଭିନିଙ୍କ ବିବାହ ମାର୍ଚ୍ଚ ୨୭ରେ ମେଲବୋର୍ନରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି।
ଭିନିଙ୍କ ପରିବାର ଅଷ୍ଟ୍ରେଲିଆରେ ରୁହନ୍ତି। ସେ ଭିକ୍ଟୋରିଆର ମେଣ୍ଟନ ବାଳିକା ମାଧ୍ୟମିକ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ସେ ମେଡିକାଲ ସାଇନ୍ସରେ ଅଧ୍ୟୟନ ସମାପ୍ତ କରିଛନ୍ତ। ଭିନି ରମଣ ନିଜେ ଏକ ପୋଷ୍ଟ କରି ଗ୍ଲେନ ମ୍ୟାକ୍ସୱେଲଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ କହିଥିଲେ। ଡିସେମ୍ବର ୨୦୧୩ରେ ମେଲବୋର୍ନ ଷ୍ଟାର୍ସ ଇଭେଣ୍ଟରେ ଦୁହେଁ ସାକ୍ଷାତ ହୋଇଥିଲେ। ୨୦୧୭ରୁ ମ୍ୟାକ୍ସୱେଲ ଏବଂ ଭିନି ପରସ୍ପରକୁ ଡେଟ କରୁଛନ୍ତି।
ଆଇପିଏଲର ୧୫ତମ ସିଜନ ମଧ୍ୟ ମାର୍ଚ୍ଚ ୨୭ରୁ ଆୟୋଜିତ ହେବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ମ୍ୟାକ୍ସୱେଲ ଆଇପିଏଲର ପ୍ରଥମ କିଛି ମ୍ୟାଚରୁ ବାଦ୍‌ ପଡିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫ୍ଲପ୍‌ ହେଲେ କେ.ଏଲ୍‌. ରାହୁଲ

ହରାରେ,୨୦।୮: ନିରାଶ କଲେ ଭାରତୀୟ ଟିମ୍‌ର ଅଧିନାୟକ କେ.ଏଲ୍‌. ରାହୁଲ। ଶନିବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ମାତ୍ର ୫ ବଲ୍‌ରେ ୧...

ବାରବାଟୀ ମୁକାବିଲା: ଗ୍ୟାଲେରୀ ୭ ବାଦ୍‌, କମିଲା ୫୨୮୨ ଟିକେଟ୍‌

କଟକ ଅଫିସ,୨୭ା୧୧- ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ କ୍ରମେ ପାଖେଇ ଆସିଛି। ସେଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ମ୍ୟାଚ୍‌କୁ...

ଐତିହାସିକ ମ୍ୟାଚ୍‌ ପୂର୍ବରୁ ସଙ୍କଟରେ ଭାରତୀୟ ଦଳ

ଅହମଦାବାଦ୍‌,୩।୨:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଦିନିକିଆ ସିରିଜ ଫେବୃୟାରୀ ୬ରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ମଧ୍ୟ ଟଭାରତୀୟ ଦଳର ଅଧିକାଂଶ...

୧୦୬ ରନ୍‌ରେ ଅଲଆଉଟ୍‌ ବାଂଲାଦେଶ

କୋଲକାତା,୨୨।୧୧- ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ପେସର ବାଂଲାଦେଶ ବ୍ୟାଟିଂ ଲାଇନ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି। ସ୍ଥାନୀୟ ଇଡେନ ଗାର୍ଡେନଠାରେ...

ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ: ଭିଏତ୍‌ନାମଠାରୁ ହାରିଲା ଭାରତ

ନୂଆଦିଲ୍ଲୀ, ୪।୧୧(ପି.ଟି.)- ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୦-୩ ଗୋଲ ବ୍ୟବଧାନରେ ଭିଏତ୍‌ନାମଠାରୁ ପରାସ୍ତ ହୋଇଛି। ରବିବାର...

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡ ୧୧୭ରେ ଅଲ୍‌ଆଉଟ ବସନ୍ତଙ୍କୁ ୬, ଅଗ୍ରଣୀ ପଥରେ ଓଡ଼ିଶା

କଟକ ଅଫିସ,୨୬।୧୨-  ଚଳିତ ରଣ୍‌ଜୀ ସିଜନରେ ଓଡ଼ିଶା ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଛି। ବୁଧବାରଠାରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ମ୍ୟାଚ୍‌...

କ୍ୟାମେରାରେ ଦେଖିହେବ ଖେଳାଳିଙ୍କ ହୃଦ୍‌ସ୍ପନ୍ଦନ

ଟୋକିଓ,୧୯ା୭(ପି.ଟି.)-ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀ ପ୍ରତିଯୋଗିତାର ନକ୍‌ଆଉଟ ପର୍ଯ୍ୟାୟରେ ଦର୍ଶକମାନେ କ୍ୟାମେରା ଜରିଆରେ ତୀରନ୍ଦାଜମାନଙ୍କ ମାନସିକ ଚାପ ଓ ହୃଦ୍‌ସ୍ପନ୍ଦନର ମାପ ଦେଖିବାକୁ ପାଇବେ। ବିଶ୍ୱ ତୀରନ୍ଦାଜୀ...

ବାର୍ଟିଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ପ୍ୟାରିସ, ୯ା୬ (ଏଏଫ୍‌ପି)- ଫ୍ରେଞ୍ଚ ଓପନ୍‌ ସିଙ୍ଗଲ୍ସ ଟାଇଟଲ ଜିତି ଆସଲେ ବାର୍ଟି ଅଷ୍ଟ୍ରେଲିଆର ଦୀର୍ଘ ୪୬ବର୍ଷ ପ୍ରତୀକ୍ଷାର ପରିସମାପ୍ତି ଘଟାଇଛନ୍ତି। ଶନିବାର ଏକ ଏକତରଫା...

Advertisement
Archives

Model This Week