Posted inଖେଳ

ଇଲି ସିଦ୍ଧିକିଙ୍କୁ ବାହାହେଲେ ମନପ୍ରୀତ୍‌

ଜଳନ୍ଧର,୧୭।୧୨: ଭାରତୀୟ ହକି ଅଧିନାୟକ ମନପ୍ରୀତ୍‌ ସିଂ ଦୀର୍ଘଦିନର ବାନ୍ଧବୀ ମାଲେସିଆର ଇଲି ନଜବା ସିଦ୍ଧିକିଙ୍କୁ ବିବାହ କରିଛନ୍ତି। ଗତ ୯ ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଥିଲା ଓ ଉଭୟ ଡେଟିଂ କରିଆସୁଥିଲେ। ବୁଧବାର ସ୍ଥାନୀୟ ଗୁରୁ ତେଜ୍‌ ବାହାଦୁର ନଗରରେ ଏହି ବବାହ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି। ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ପରେ ଉଭୟେ ବିବାହ କରିବେ ବୋଲି କହି ଆସୁଥିଲେ। ତେବେ କୋଭିଡ୍‌-୧୯ କାରଣରୁ ଅଲିମ୍ପିକ୍ସ ଘୁଞ୍ଚିଯାଇଥିଲା। ଫଳରେ ବିବାହ ହୋଇପାରି ନ ଥିଲା ଓ ଏହାକୁ ଘୁଞ୍ଚାଇବାକୁ ପଡିଥିଲା।
ଜଳନ୍ଧରର ମିଠାପୁର ଗାଁରେ ମନପ୍ରୀତ୍‌ଙ୍କ ଘର। ବିବାହ ପରେ ଇଲିଙ୍କ ନାମ ପରିବର୍ତ୍ତନ କରାଯାଇ ନବପ୍ରୀତ୍‌ କୌର ରଖାଯାଇଛି। ୨୦୧୨ରେ ମାଲେସିଆରେ ଅନୁଷ୍ଠିତ ସୁଲତାନ ଆଜଲାନ ଶାହ କପ୍‌ ଖେଳିବା ଅବସରରେ ମନପ୍ରୀତ୍‌ଙ୍କ ସହ ଇଲିଙ୍କ ପରିଚୟ ହୋଇଥିଲା। ସେତେବେଳେ ମନପ୍ରୀତ୍‌ ଭାରତୀୟ ଜୁନିୟର ଦଳର ନେତୃତ୍ୱ ନେଉଥିଲେ। ହକି କାରଣରୁ ଧୀରେ ଧୀରେ ସମ୍ପର୍କ ପ୍ରେମ ଓ ପରେ ବିବାହର ରୂପ ନେଇଛି। କରୋନା କାରଣରୁ ବିବାହରେ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ସୁରକ୍ଷା ତଥା ନିରାପତ୍ତାର ବ୍ୟବସ୍ଥା କରାଯାଇଥିଲା। ମନପ୍ରୀତ୍‌ ଏପର୍ଯ୍ୟନ୍ତ ଭାରତ ପାଇଁ ୨୪୨ଟି ମ୍ୟାଚ ଖେଳି ୧୯ଟି ଗୋଲ ସ୍କୋର କରିଛନ୍ତି। ଅନ୍ତର୍ଜାତୀୟ ହକିରେ ସେ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରିଛନ୍ତି।
ଗତ ୯ ବର୍ଷ ଧରି ଆମେ ପରସ୍ପରକୁ ଜାଣିଛୁ ଓ ଆମ ମଧ୍ୟରେ ବନ୍ଧୁତା ରହିଆସିଛି। ବିବାହ କରି ବେଶ୍‌ ଖୁସି ଅଛି। ବାହାଘର ପୂର୍ବରୁ ଇଲି ମୋତେ ସମର୍ଥନ ଦେଇଆସୁଥିଲେ। ପରେ ମଧ୍ୟ ଏହି ସମର୍ଥନ ଜାରି ରହିବ। ଇଲି ଏବେ ଆମା ଗଁା ମିଠାପୁରରେ ମା’ଙ୍କ ପାଖରେ ରହିବେ। ଯଦି ସେ କିଛି ବ୍ୟବସାୟ କରିବାକୁ ଚାହାନ୍ତ ତା’ହେଲେ କରିପାରିବେ ବୋଲି ମନପ୍ରୀତ୍‌ କହିଛନ୍ତି। ଏବେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରୁଛି ଓ ଏହା ଉପରେ ମୋର ସମ୍ପୂର୍ଣ୍ଣ ଲକ୍ଷ୍ୟ ରହିବ। ଏବେ ଫିଟ୍‌ ନେଓ ଉପରେ ଧ୍ୟାନ ଦେଉଛି। ଅଲିମ୍ପିକ୍ସ ପୂର୍ବରୁ ଏକାଧିକ ଟୁର୍ନାମେଣ୍ଟ ଆୟୋଜନ ହେବ ଓ ଏଥିରେ ଫିଟ୍‌ନେସ୍‌ର ପ୍ରମାଣ ମିଳିବ। ଏବେ ଦଳ ଡିଫେନ୍ସ ଓ ଆଟାକ ଉପରେ ଅଧିକ ଧ୍ୟାନ ଦେଉଛି। ଅଲିମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସେ ଅଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri