Posted inଖେଳ

ଇଲି ସିଦ୍ଧିକିଙ୍କୁ ବାହାହେଲେ ମନପ୍ରୀତ୍‌

ଜଳନ୍ଧର,୧୭।୧୨: ଭାରତୀୟ ହକି ଅଧିନାୟକ ମନପ୍ରୀତ୍‌ ସିଂ ଦୀର୍ଘଦିନର ବାନ୍ଧବୀ ମାଲେସିଆର ଇଲି ନଜବା ସିଦ୍ଧିକିଙ୍କୁ ବିବାହ କରିଛନ୍ତି। ଗତ ୯ ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଥିଲା ଓ ଉଭୟ ଡେଟିଂ କରିଆସୁଥିଲେ। ବୁଧବାର ସ୍ଥାନୀୟ ଗୁରୁ ତେଜ୍‌ ବାହାଦୁର ନଗରରେ ଏହି ବବାହ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି। ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ପରେ ଉଭୟେ ବିବାହ କରିବେ ବୋଲି କହି ଆସୁଥିଲେ। ତେବେ କୋଭିଡ୍‌-୧୯ କାରଣରୁ ଅଲିମ୍ପିକ୍ସ ଘୁଞ୍ଚିଯାଇଥିଲା। ଫଳରେ ବିବାହ ହୋଇପାରି ନ ଥିଲା ଓ ଏହାକୁ ଘୁଞ୍ଚାଇବାକୁ ପଡିଥିଲା।
ଜଳନ୍ଧରର ମିଠାପୁର ଗାଁରେ ମନପ୍ରୀତ୍‌ଙ୍କ ଘର। ବିବାହ ପରେ ଇଲିଙ୍କ ନାମ ପରିବର୍ତ୍ତନ କରାଯାଇ ନବପ୍ରୀତ୍‌ କୌର ରଖାଯାଇଛି। ୨୦୧୨ରେ ମାଲେସିଆରେ ଅନୁଷ୍ଠିତ ସୁଲତାନ ଆଜଲାନ ଶାହ କପ୍‌ ଖେଳିବା ଅବସରରେ ମନପ୍ରୀତ୍‌ଙ୍କ ସହ ଇଲିଙ୍କ ପରିଚୟ ହୋଇଥିଲା। ସେତେବେଳେ ମନପ୍ରୀତ୍‌ ଭାରତୀୟ ଜୁନିୟର ଦଳର ନେତୃତ୍ୱ ନେଉଥିଲେ। ହକି କାରଣରୁ ଧୀରେ ଧୀରେ ସମ୍ପର୍କ ପ୍ରେମ ଓ ପରେ ବିବାହର ରୂପ ନେଇଛି। କରୋନା କାରଣରୁ ବିବାହରେ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ସୁରକ୍ଷା ତଥା ନିରାପତ୍ତାର ବ୍ୟବସ୍ଥା କରାଯାଇଥିଲା। ମନପ୍ରୀତ୍‌ ଏପର୍ଯ୍ୟନ୍ତ ଭାରତ ପାଇଁ ୨୪୨ଟି ମ୍ୟାଚ ଖେଳି ୧୯ଟି ଗୋଲ ସ୍କୋର କରିଛନ୍ତି। ଅନ୍ତର୍ଜାତୀୟ ହକିରେ ସେ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରିଛନ୍ତି।
ଗତ ୯ ବର୍ଷ ଧରି ଆମେ ପରସ୍ପରକୁ ଜାଣିଛୁ ଓ ଆମ ମଧ୍ୟରେ ବନ୍ଧୁତା ରହିଆସିଛି। ବିବାହ କରି ବେଶ୍‌ ଖୁସି ଅଛି। ବାହାଘର ପୂର୍ବରୁ ଇଲି ମୋତେ ସମର୍ଥନ ଦେଇଆସୁଥିଲେ। ପରେ ମଧ୍ୟ ଏହି ସମର୍ଥନ ଜାରି ରହିବ। ଇଲି ଏବେ ଆମା ଗଁା ମିଠାପୁରରେ ମା’ଙ୍କ ପାଖରେ ରହିବେ। ଯଦି ସେ କିଛି ବ୍ୟବସାୟ କରିବାକୁ ଚାହାନ୍ତ ତା’ହେଲେ କରିପାରିବେ ବୋଲି ମନପ୍ରୀତ୍‌ କହିଛନ୍ତି। ଏବେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରୁଛି ଓ ଏହା ଉପରେ ମୋର ସମ୍ପୂର୍ଣ୍ଣ ଲକ୍ଷ୍ୟ ରହିବ। ଏବେ ଫିଟ୍‌ ନେଓ ଉପରେ ଧ୍ୟାନ ଦେଉଛି। ଅଲିମ୍ପିକ୍ସ ପୂର୍ବରୁ ଏକାଧିକ ଟୁର୍ନାମେଣ୍ଟ ଆୟୋଜନ ହେବ ଓ ଏଥିରେ ଫିଟ୍‌ନେସ୍‌ର ପ୍ରମାଣ ମିଳିବ। ଏବେ ଦଳ ଡିଫେନ୍ସ ଓ ଆଟାକ ଉପରେ ଅଧିକ ଧ୍ୟାନ ଦେଉଛି। ଅଲିମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସେ ଅଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri