ଅନୈତିକ ସମ୍ପର୍କ ଯୋଗୁ ବାପାଙ୍କ ଠାରୁ ଦୂରେଇ ଯାଇଥିଲେ ଏଲନ ମସ୍କ, ଏବେ…

ଓ୍ବାଶିଂଟନ୍‌,୨୫।୧୧: ଏଲନ ମସ୍କ ଓ ତାଙ୍କ ବାପାଙ୍କ ଭିତରେ ଥିବା ସମ୍ପର୍କର ଦୂରତା ଏବେ କାହାକୁ ଅଛପା ନାହିଁ। ଏପରିକି ଦୁହେଁ ସାର୍ବଜନିକ ସ୍ଥାନରେ ପରସ୍ପରକୁ ଆଙ୍ଗୁଠି ଦେଖାନ୍ତି। ଚଳିତ ବର୍ଷ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସର ପ୍ରଥମ ଷ୍ଟାରଶିପ୍‌ ଲଞ୍ଚ ସମୟରେ ମସ୍କ ନିଜ ବାପାଙ୍କୁ ନିମନ୍ତ୍ରଣ କରିଥିଲେ। ଦୀର୍ଘ ୭ବର୍ଷ ପରେ ମସ୍କ ନିଜ ବାପାଙ୍କୁ ଭେଟିଥିଲେ। ଏହି ସମୟରେ ପୁରା ପରିବାର ଭାବବିହ୍ବଳ ହୋଇଯାଇଥିଲେ।
ଏଲନଙ୍କ ବାପା ଏରୋଲ ମସ୍କ ଏଲନଙ୍କ ନିମନ୍ତ୍ରଣ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ପୁଅର ନିମନ୍ତ୍ରଣରେ ଖୁସି ହୋଇ ନିଜର ପୂର୍ବ ସ୍ତ୍ରୀ ଓ ନାତୁଣୀଙ୍କ ସହ ପହଞ୍ଚିଥିଲେ।

ନିଜ ଧରମ ଝିଅ ସହ ଏରୋଲ ଶାରୀରିକ ସମ୍ପର୍କ ରଖିଥିବା ସେ ନିଜେ ସ୍ବୀକାର କରିଛନ୍ତି। ଏଥିରେ ତାଙ୍କର ଦୁଇଟି ଶିଶୁ ମଧ୍ୟ ଜନ୍ମ ହୋଇଛି। ଏଲନଙ୍କୁ ବାପାଙ୍କର ଏପରି ବ୍ୟବହାର ଭଲ ଲାଗି ନ ଥିଲା। ଏବଂ ବାପାଙ୍କ ସହ ମତଭେଦ ହୋଇଯାଇଥିଲା। ଖାସ୍‌ ଏଥିପାଇଁ ସେ ତାଙ୍କ ବାପାଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି ତାଙ୍କ ଠାରୁ ୭ବର୍ଷ ଯାଏଁ ଦୂରେଇ ରହିଥିଲେ। ଏଲନ ମସ୍କଙ୍କର ମଧ୍ୟ ୭ଟି ପିଲା ଅଛନ୍ତି। ତାଙ୍କ କମ୍ପାନୀର ଅଧିକାରୀଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିବା ବହୁ ଅଭିଯୋଗ ମଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଶସ୍ତା ହେବା ଆଶାକୁ ଶକ୍ତ ଧକ୍କା: ଇରାନ ଉପରେ ଆମେରିକାର ବୋମା ବର୍ଷଣ, ଅଶୋଧିତ ତୈଳ ଦରରେ ନିଆଁ

ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ହର୍ମୁଜ୍‌ରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

ତେହରାନ୍‌,୮ା୭: ଇରାନରେ ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବାବେଳେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ୩ଟି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି।…

ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ମୋଦି: କହିଦେଲେ ଏମିତି, ଚାରିଆଡେ ଚର୍ଚ୍ଚା

ଜାକର୍ତ୍ତା,୮ା୭: ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri