ନାଗାବଳୀରୁ ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ

ରାୟଗଡ଼ା,୬।୧୦ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପ୍ରବାହିତ ଚିରସ୍ରୋତା ନାଗାବଳୀ ନଦୀରୁ ବେଆଇନ ଭାବେ ବାଲି ଖନନ କରାଯାଇ ପ୍ରତିଦିନ ୫୦ରୁ ୬୦ ଟ୍ରକ୍‌ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଛି। ନଦୀ ଗର୍ଭରେ ବଡ଼ ବଡ଼ ମେଶିନ ଲଗାଇ ବାଲି ଖନନ କରାଯାଉଥିବାରୁ ନାଗାବଳୀ ନଦୀ ଏବେ କୂଳ ଲଂଘିବା ପରିସ୍ଥିତିକୁ ଆସିଗଲାଣି। ରାୟଗଡ଼ା ବ୍ଲକ ଖିଲମିସଗୁଡ଼ାସ୍ଥିତ ନାଗାବଳୀ ନଦୀ ତଟରୁ ବାଲି ଖନନ ବେଳେ ଗୁରୁବାର ରାଜସ୍ବ ବିଭାଗ ପକ୍ଷରୁ ୨ ଟ୍ରକ୍‌ ଓ ଏକ ଏକ୍ସାଭେଟର ଜବତ କରାଯାଇଛି।
ଖିଲମିସଗୁଡ଼ାସ୍ଥିତ ନାଗାବଳୀ ନଦୀ ତଟରୁ ବାଲି ଖନନ କରାଯାଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ ସହରକୁ ଚାଲାଣ କରାଯାଉଛି। ଖଣି ବିଭାଗର ଅପାରଗତା ଓ ଦୁର୍ନୀତି ମନୋଭାବ ଯୋଗୁ ଆନ୍ଧ୍ରପ୍ରଦେଶର ବାଲି ମାଫିଆମାନେ ଏହି ବେଆଇନ କାରବାର କରୁଥିବା ଅଭିଯୋଗ ହୋଇଛି। ବାଲି ଚୋରା ଚାଲାଣ ହେଉଥିବା ଜିଲାପାଳ ସ୍ବଧାଦେବ ସିଂ ଖବରପାଇବା ପରେ ବୁଧବାର ତହସିଲଦାରଙ୍କୁ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ା ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁ ଓ ଅତିରିକ୍ତ ତହସିଲଦାର ପର୍ଶୁରାମ ଭତରା ଗୁରୁବାର ଖିଲମିସଗୁଡ଼ା ଯାଇ ତଦନ୍ତ କରିଥିଲେ। ୨ଟି ଟ୍ରକ୍‌ରେ ବାଲି ଚୋରା ଚାଲାଣ ହେଉଥିବାବେଳେ ରାଜସ୍ବ ବିଭାଗ ଧରିଥିଲା। ଗୋଟିଏ ଟ୍ରକ୍‌ ପାଖରେ ୱାଇ-ଫର୍ମ ରହିଥିବା ବେଳେ ଅନ୍ୟ ଟ୍ରକ୍‌ ପାଖରେ ୱାଇ ଫର୍ମ ନ ଥିଲାା ତଥାପି ବେନିୟମ ଭାବରେ ବାଲି ଚାଲାଣ କରାଯାଉଥିବାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଅନ୍ୟ ଏକ ଟ୍ରକ୍‌କୁ ଜବତକରି ତହସିଲ କାର୍ଯ୍ୟାଳୟ ଆଣିଥିଲେ। ଏହି ଟ୍ରକ୍‌କୁ ୧ ଲକ୍ଷ ଟଙ୍କା ଜରିମାନା ପକାଯାଇଥିବା ଅତିରିକ୍ତ ତହସିଲଦାର ଭତରା କହିଛନ୍ତି। ତେବେ ନଦୀ ଗର୍ଭରେ ଖନନ କରୁଥିବା ଏକ ଏକ୍ସାଭେଟର କୁ ମଧ୍ୟ ଜବତ କରାଯାଇଛି। ମେଶିନ ବାବଦରେ ଜରିମାନା ପକାଇବା ପାଇଁ ନିଷ୍ପତ୍ତି ହୋଇ ନାହିଁ। ଏ ବାବଦରେ ସମ୍ପୂର୍ଣ୍ଣ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି। ତେବେ ବାଲି ଚୋରା ଚାଲାଣ ସମ୍ପୂର୍ଣ୍ଣ ରୋକିବା ଓ ବେଆଇନ ଖନନ ବନ୍ଦ କରିବା ପାଇଁ ଖଣି ବିଭାଗ ବର୍ତ୍ତମାନ ସୁଦ୍ଧା ଏନ୍‌ଫୋର୍ସମେଣ୍ଟ ଗଠନ କରିନାହିଁ, ଯାହାକି ମାଫିଆମାନଙ୍କୁ ବେଶ୍‌ ସୁହାଉଛି। ଏହା ପଛରେ ଏକ ବଡଧରଣର ରାକେଟ ଚାଲିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଦେଲାନି ଚାପି, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି...

ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଅଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

ମାରାଥନ ପ୍ରଚାର କଲେ ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକ

କେସିଙ୍ଗା,୨ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩ଟି ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ଗୁରୁବାର ମାରାଥନ ପ୍ରଚାର କରିଛନ୍ତି।...

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

ନଦୀରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା

ଯାଜପୁର,୨ା୫: ଗୁରୁବାର ମା’ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର...

ନାମାଙ୍କନ ଦାଖଲ ବେଳେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ

ଖୋର୍ଦ୍ଧା,୨ା୫: ଗୁରୁବାର ନାମାଙ୍କନପତ୍ର ଦାଖଲ ବେଳେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଏମ୍‌ପି ତଥା ଭାଜପା ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri