ମାଳ ମାଳ ବେଆଇନ ପାଥୋଲାବ୍‌

ନୟାଗଡ଼,୯।୧୨ (ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଗଳିକନ୍ଦିରେ ଛତୁ ଫୁଟିଲା ଭଳି ବେଆଇନ ପାଥୋଲୋଜି ପରୀକ୍ଷାଗାର କାମ କରୁଛି। ଜିଲାରେ ମାତ୍ର ୧୫ଟି ପାଥୋଲାବ ଲାଇସେନ୍ସ ପାଇଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେଉଛି। ବର୍ଷତମାମ ବେଆଇନ ଭାବେ ଚାଲିଥିବା ଏହି ପାଥୋଲାବଗୁଡିକ ପ୍ରତି ଅନୁକମ୍ପା ଥିବାରୁ ତଦନ୍ତ ହେଉନାହିଁ। ଏଭଳିସ୍ଥଳେ ସରକାର ରାଜସ୍ବ ହରାଉଛନ୍ତି। ଆଉ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେବା ସହ ବେଳେ ବେଳେ ପ୍ରାଣ ହରାଉଛନ୍ତି। ପୁଣି ଅଧିକାଂଶ ରୋଗୀଙ୍କର ରିପୋର୍ଟ ତ୍ରୁଟିପୂର୍ଣ୍ଣ ରହୁଥିବାରୁ ରୋଗ ଭଲ ହେବା ପରିବର୍ତ୍ତ ବଢ଼ି ଚାଲିଛି।

ଅଭିଯୋଗ ଅନୁସାରେ, ୫ରୁ ୧୦ ହଜାର ଟଙ୍କା ଖର୍ଚ୍ଚ କଲେ ବିଭିନ୍ନ ଅନାମଧେୟ ସଂସ୍ଥାରୁ ଟେକନସିୟାନ ସାର୍ଟିଫିକେଟ୍‌ ହାସଲ କରାଯାଇ ପାରୁଛି। ସାର୍ଟିଫିକେଟ ହାସଲ ପରେ କ୍ୟାବନ୍‌ ଖଣ୍ଡେ ପକାଇ ପାଥୋଲାବ ଫଳକଟିଏ ମାରି ରକ୍ତ, ମଳ, ମୂତ୍ର ଆଦି ପରୀକ୍ଷା କରା ଚାଲିଛି। ବ୍ୟବହାରିକ ଓ ବୃତ୍ତିଗତ ଜ୍ଞାନ ଅଭାବରୁ ରୋଗୀମାନେ ଆର୍ଥିକ ଦୃଷ୍ଟିରୁ ଶୋଷିତ ହୋଇ ଚାଲୁଛନ୍ତି। ଅନ୍ୟପକ୍ଷେ ତ୍ରୁଟିପୂର୍ଣ୍ଣ ପରୀକ୍ଷଣ ଯୋଗୁ ବ୍ଲଡ ଗ୍ରୁପ ଚିହ୍ନଟ ବେଳେ ଜଣେ ବ୍ୟକ୍ତିର ବ୍ଲଡ ଗ୍ରୁପ ମଧ୍ୟ ଭିନ୍ନ ହୋଇଯାଉଛି। ପୁଣି ବିଭିନ୍ନ ପରୀକ୍ଷଣ ରିପୋର୍ଟରେ ତ୍ରୁଟି ରହୁଛି। ଫଳରେ କେତେକ କ୍ଷେତ୍ରରେ ରୋଗୀ ଗୁରୁତର ଓ ପ୍ରାଣ ହରାଉଛନ୍ତି।

ଏଭଳି ଘଟଣା ବିଭିନ୍ନ ସମୟରେ ଘଟି ଚାଲିଥିଲେ ମଧ୍ୟ ଅଭିଯୋଗକୁ ଆର୍ଥିକ ଲୋଭ ଓ ରାଜନୈତିକ ଚାପ ପକାଇ ଚାପି ଦିଆଯାଉଥିବା ଅଭିଯୋଗ ରହିଛି। ଏ ନେଇ ନୟାଗଡ଼ର ରାମଚନ୍ଦ୍ର ସାହୁ, ନୂଆଗଁାର ଶ୍ୟମବନ୍ଧୁ ନାୟକ, ଦଶପଲ୍ଲାର ରାଜେନ୍ଦ୍ର ସ୍ବାଇଁ କୁହନ୍ତି, କେଉଁ ପାଥୋଲାବ ବେଆଇନ ଓ କିଏ ପଞ୍ଜୀକୃତ ରୋଗୀ ଜାଣିବେ କିପରି। ରୋଗୀ ପରୀକ୍ଷା କରି ଶୀଘ୍ର ଡାକ୍ତର ପାଖକୁ ଯିବାକୁ ତରବର ହୋଇଥାଏ। ସବୁ ପାଥୋଲାବ ଲୋକଙ୍କୁ ପରୀକ୍ଷଣ କରୁଛନ୍ତି। କିଏ ଅସଲି କିଏ ନକଲି ରୋଗୀ ଜାଣି ନ ପାରି ଟଙ୍କା ଖର୍ଚ୍ଚ କରି ବିପଦକୁ ଆମନ୍ତ୍ରଣ କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ତଦନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ନଚେତ ରୋଗୀଙ୍କ ଜୀବନ ସହ ଖେଳ ଚାଲିଥିବ ବୋଲି କହିଛନ୍ତି। ଗଣିଆର ନାରାୟଣ ପ୍ରଧାନ, ରଣପୁରର ବବିତା ପ୍ରଧାନ କୁହନ୍ତି, ରୋଗୀ କ’ଣ ଜାଣିପାରିବ ପାଥୋଲୋଜି ପରୀକ୍ଷାଗାର ଅସଲି କି ନକଲି। ସ୍ବାସ୍ଥ୍ୟ ବିଭାଗ ଏ ନେଇ ଜାଣି ଚୁପ ରହିଛି କିପରି। ଲୋକଙ୍କ ଜୀବନ ସହ ଖେଳୁଥିବା ପାଥୋଲାବର ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ନିଆଯିବା ଦରକାର। ଚଢ଼ାଉ କରି କିଛି ପାଥୋଲାବ ଉପରେ କାର୍ଯ୍ୟାନୁଷ୍ଠାନ କରାଗଲେ ଆଉ ଖୋଲିବନି ବୋଲି ସେମାନେ କହିଛନ୍ତି ।

କାଗଜକଲମରେ ନିୟମ
ପାଥୋଲୋଜି ପରୀକ୍ଷାଗାର ଖୋଲିବା ପାଇଁ ସରକାରଙ୍କ ସ୍ବତନ୍ତ୍ର ନିୟମ ରହିଛି। ନିୟମ ଅନୁସାରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କ ନିକଟରେ ନିର୍ଦ୍ଧାରୀତ ଅର୍ଥଜମା କରି ପଞ୍ଜୀକୃତ କରାଯାଇପାରିବ। ହେଲେ ବିନା ପଞ୍ଜୀକରଣରେ ପାଥୋଲାବ ଚାଲିଥିବାରୁ ସରକାରଙ୍କ ନିୟମକୁ ଅଣଦେଖା କରାଯାଉଛି। ୧୫ଟି ଲାଇସେନ୍ସ ପାଥୋଲୋଜି ପରୀକ୍ଷାଗାର ମଧ୍ୟରୁ କେବଳ ୧୩ଟି ନୟାଗଡ଼ ଜିଲା ସଦର ମହକୁମାରେ ରହିଛି। ଅବଶିଷ୍ଟ ଦୁଇଟି ଚାନ୍ଦପୁର ଓ ଖଣ୍ଡପଡ଼ାରେ ରହିଛି। କିନ୍ତୁ ଜିଲାର ନୟାଗଡ଼, ରଣପୁର, ଭାପୁର, ଖଣ୍ଡପଡ଼ା, ଓଡ଼ଗାଁ, ନୂଆଗାଁ, ଗଣିଆ, ଦଶପଲ୍ଲା ବ୍ଲକ ସମତେ ୫ ସହରାଞ୍ଚଳରେ ନିୟମକୁ ଶୀତଳଭଣ୍ଡାରରେ ଫୋପାଡି ମାଳ ମାଳ ପାଥୋଲୋଜି ପରୀକ୍ଷାଗାର ଖୋଲାଯାଇଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ରମାକାନ୍ତ ପଣ୍ଡାଙ୍କୁ ପଚାରିବାରେ ଏନେଇ ଆମେ ତଦନ୍ତ ଆରମ୍ଭ କରିଛୁ। ଯେଉଁମାନେ ପଞ୍ଜୀକୃତ ନ କରି ପାଥୋଲୋଜି ପରୀକ୍ଷାଗାର କରିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ଫ୍ରିଜ୍‌ କମ୍ପ୍ରେସର ଫାଟି ଘରେ ଅଗ୍ନିକାଣ୍ଡ

ରାଉରକେଲା,୨୦।୩(ସଙ୍ଗୀତା ଜେନା): ରାଉରକେଲା ମଧୁସୂଦନପାଲୀରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଫ୍ରିଜ କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର...

୨ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକରଙ୍କ ଘରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି। ଉଭୟେ ଆୟକର...

ସମବାୟ ସମିତି ବୋର୍ଡ ସଦସ୍ୟଙ୍କ ଆମରଣ ଅନଶନ: ଦାବି ଶୁଣୁନି ପ୍ରଶାସନ

ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବୃହଦଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟ ମାନେ ବିଭିନ୍ନ ଦାବି ନେଇ ସମିତି...

ନାବାଳକ ଛାତ୍ର ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ମୋବାଇଲ ପାଇଁ…

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ପଣ୍ଡରିତରାଇ ଜଙ୍ଗଲ ଭିତରୁ ଗତ ସୋମବାର ନାବାଳକ ଛାତ୍ର ସମୀର ପ୍ରଧାନ(୧୪) ମୃତଦେହ ଉଦ୍ଧାର...

ଲୋକଙ୍କ ସ୍ବାର୍ଥରେ ବିଧାନସଭାରେ ୨ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ପାରଳାଖେମୁଣ୍ଡି ବିଧାୟକ

ଗଜପତି,୨୦।୩ (ଗିରିଧାରୀ ପରିଛା):ବିଧାନସଭା ବର୍ତ୍ତମାନ ଚାଲିଥିବା ବେଳେ ପ୍ରଶ୍ନ ଉତ୍ତର କାଳରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଲୋକଙ୍କ ସ୍ବାର୍ଥରେ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri