ମାଳ ମାଳ ବେଆଇନ ପାଥୋଲାବ୍‌

ନୟାଗଡ଼,୯।୧୨ (ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଗଳିକନ୍ଦିରେ ଛତୁ ଫୁଟିଲା ଭଳି ବେଆଇନ ପାଥୋଲୋଜି ପରୀକ୍ଷାଗାର କାମ କରୁଛି। ଜିଲାରେ ମାତ୍ର ୧୫ଟି ପାଥୋଲାବ ଲାଇସେନ୍ସ ପାଇଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେଉଛି। ବର୍ଷତମାମ ବେଆଇନ ଭାବେ ଚାଲିଥିବା ଏହି ପାଥୋଲାବଗୁଡିକ ପ୍ରତି ଅନୁକମ୍ପା ଥିବାରୁ ତଦନ୍ତ ହେଉନାହିଁ। ଏଭଳିସ୍ଥଳେ ସରକାର ରାଜସ୍ବ ହରାଉଛନ୍ତି। ଆଉ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେବା ସହ ବେଳେ ବେଳେ ପ୍ରାଣ ହରାଉଛନ୍ତି। ପୁଣି ଅଧିକାଂଶ ରୋଗୀଙ୍କର ରିପୋର୍ଟ ତ୍ରୁଟିପୂର୍ଣ୍ଣ ରହୁଥିବାରୁ ରୋଗ ଭଲ ହେବା ପରିବର୍ତ୍ତ ବଢ଼ି ଚାଲିଛି।

ଅଭିଯୋଗ ଅନୁସାରେ, ୫ରୁ ୧୦ ହଜାର ଟଙ୍କା ଖର୍ଚ୍ଚ କଲେ ବିଭିନ୍ନ ଅନାମଧେୟ ସଂସ୍ଥାରୁ ଟେକନସିୟାନ ସାର୍ଟିଫିକେଟ୍‌ ହାସଲ କରାଯାଇ ପାରୁଛି। ସାର୍ଟିଫିକେଟ ହାସଲ ପରେ କ୍ୟାବନ୍‌ ଖଣ୍ଡେ ପକାଇ ପାଥୋଲାବ ଫଳକଟିଏ ମାରି ରକ୍ତ, ମଳ, ମୂତ୍ର ଆଦି ପରୀକ୍ଷା କରା ଚାଲିଛି। ବ୍ୟବହାରିକ ଓ ବୃତ୍ତିଗତ ଜ୍ଞାନ ଅଭାବରୁ ରୋଗୀମାନେ ଆର୍ଥିକ ଦୃଷ୍ଟିରୁ ଶୋଷିତ ହୋଇ ଚାଲୁଛନ୍ତି। ଅନ୍ୟପକ୍ଷେ ତ୍ରୁଟିପୂର୍ଣ୍ଣ ପରୀକ୍ଷଣ ଯୋଗୁ ବ୍ଲଡ ଗ୍ରୁପ ଚିହ୍ନଟ ବେଳେ ଜଣେ ବ୍ୟକ୍ତିର ବ୍ଲଡ ଗ୍ରୁପ ମଧ୍ୟ ଭିନ୍ନ ହୋଇଯାଉଛି। ପୁଣି ବିଭିନ୍ନ ପରୀକ୍ଷଣ ରିପୋର୍ଟରେ ତ୍ରୁଟି ରହୁଛି। ଫଳରେ କେତେକ କ୍ଷେତ୍ରରେ ରୋଗୀ ଗୁରୁତର ଓ ପ୍ରାଣ ହରାଉଛନ୍ତି।

ଏଭଳି ଘଟଣା ବିଭିନ୍ନ ସମୟରେ ଘଟି ଚାଲିଥିଲେ ମଧ୍ୟ ଅଭିଯୋଗକୁ ଆର୍ଥିକ ଲୋଭ ଓ ରାଜନୈତିକ ଚାପ ପକାଇ ଚାପି ଦିଆଯାଉଥିବା ଅଭିଯୋଗ ରହିଛି। ଏ ନେଇ ନୟାଗଡ଼ର ରାମଚନ୍ଦ୍ର ସାହୁ, ନୂଆଗଁାର ଶ୍ୟମବନ୍ଧୁ ନାୟକ, ଦଶପଲ୍ଲାର ରାଜେନ୍ଦ୍ର ସ୍ବାଇଁ କୁହନ୍ତି, କେଉଁ ପାଥୋଲାବ ବେଆଇନ ଓ କିଏ ପଞ୍ଜୀକୃତ ରୋଗୀ ଜାଣିବେ କିପରି। ରୋଗୀ ପରୀକ୍ଷା କରି ଶୀଘ୍ର ଡାକ୍ତର ପାଖକୁ ଯିବାକୁ ତରବର ହୋଇଥାଏ। ସବୁ ପାଥୋଲାବ ଲୋକଙ୍କୁ ପରୀକ୍ଷଣ କରୁଛନ୍ତି। କିଏ ଅସଲି କିଏ ନକଲି ରୋଗୀ ଜାଣି ନ ପାରି ଟଙ୍କା ଖର୍ଚ୍ଚ କରି ବିପଦକୁ ଆମନ୍ତ୍ରଣ କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ତଦନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ନଚେତ ରୋଗୀଙ୍କ ଜୀବନ ସହ ଖେଳ ଚାଲିଥିବ ବୋଲି କହିଛନ୍ତି। ଗଣିଆର ନାରାୟଣ ପ୍ରଧାନ, ରଣପୁରର ବବିତା ପ୍ରଧାନ କୁହନ୍ତି, ରୋଗୀ କ’ଣ ଜାଣିପାରିବ ପାଥୋଲୋଜି ପରୀକ୍ଷାଗାର ଅସଲି କି ନକଲି। ସ୍ବାସ୍ଥ୍ୟ ବିଭାଗ ଏ ନେଇ ଜାଣି ଚୁପ ରହିଛି କିପରି। ଲୋକଙ୍କ ଜୀବନ ସହ ଖେଳୁଥିବା ପାଥୋଲାବର ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ନିଆଯିବା ଦରକାର। ଚଢ଼ାଉ କରି କିଛି ପାଥୋଲାବ ଉପରେ କାର୍ଯ୍ୟାନୁଷ୍ଠାନ କରାଗଲେ ଆଉ ଖୋଲିବନି ବୋଲି ସେମାନେ କହିଛନ୍ତି ।

କାଗଜକଲମରେ ନିୟମ
ପାଥୋଲୋଜି ପରୀକ୍ଷାଗାର ଖୋଲିବା ପାଇଁ ସରକାରଙ୍କ ସ୍ବତନ୍ତ୍ର ନିୟମ ରହିଛି। ନିୟମ ଅନୁସାରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କ ନିକଟରେ ନିର୍ଦ୍ଧାରୀତ ଅର୍ଥଜମା କରି ପଞ୍ଜୀକୃତ କରାଯାଇପାରିବ। ହେଲେ ବିନା ପଞ୍ଜୀକରଣରେ ପାଥୋଲାବ ଚାଲିଥିବାରୁ ସରକାରଙ୍କ ନିୟମକୁ ଅଣଦେଖା କରାଯାଉଛି। ୧୫ଟି ଲାଇସେନ୍ସ ପାଥୋଲୋଜି ପରୀକ୍ଷାଗାର ମଧ୍ୟରୁ କେବଳ ୧୩ଟି ନୟାଗଡ଼ ଜିଲା ସଦର ମହକୁମାରେ ରହିଛି। ଅବଶିଷ୍ଟ ଦୁଇଟି ଚାନ୍ଦପୁର ଓ ଖଣ୍ଡପଡ଼ାରେ ରହିଛି। କିନ୍ତୁ ଜିଲାର ନୟାଗଡ଼, ରଣପୁର, ଭାପୁର, ଖଣ୍ଡପଡ଼ା, ଓଡ଼ଗାଁ, ନୂଆଗାଁ, ଗଣିଆ, ଦଶପଲ୍ଲା ବ୍ଲକ ସମତେ ୫ ସହରାଞ୍ଚଳରେ ନିୟମକୁ ଶୀତଳଭଣ୍ଡାରରେ ଫୋପାଡି ମାଳ ମାଳ ପାଥୋଲୋଜି ପରୀକ୍ଷାଗାର ଖୋଲାଯାଇଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ରମାକାନ୍ତ ପଣ୍ଡାଙ୍କୁ ପଚାରିବାରେ ଏନେଇ ଆମେ ତଦନ୍ତ ଆରମ୍ଭ କରିଛୁ। ଯେଉଁମାନେ ପଞ୍ଜୀକୃତ ନ କରି ପାଥୋଲୋଜି ପରୀକ୍ଷାଗାର କରିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?