ଝାରପଡ଼ା ଜେଲରୁ ବିଦେଶକୁ ଯାଉଥିଲା କଲ୍‌

ଭୁବନେଶ୍ୱର,୨୪ା୫(ବ୍ୟୁରୋ):କଟକଣା ସତ୍ତ୍ୱେ ଝାରପଡା ଜେଲକୁ ବେଆଇନ ମୋବାଇଲ୍‌ ଫୋନ୍‌ ଯାଉଛି। ଯେତେ ଜବତ କଲେ ସେତେ ମିଳୁଛି। ଅଧିକାଂଶ ମୋବାଇଲ୍‌ ଫୋନ୍‌ ଦୁର୍ଦ୍ଦାନ୍ତ ଅପରାଧୀ ଓ ହାଇପ୍ରୋଫାଇଲ୍‌ ଅଭିଯୁକ୍ତଙ୍କ ସେଲ୍‌ ନିକଟ ମାଟିତଳୁ ମିଳୁଥିବାରୁ ସତେ ଯେମିତି ଏଠାରେ ଖଣି ପଡିଥିବା ଭଳି ଲାଗୁଛି। କେବଳ ମେ’ ମାସ ୨୩ ଦିନରେ ୧୩ଟି ଫୋନ୍‌ ଜବତ ହେଲାଣି। ଜେଲ୍‌ ଭିତରକୁ ମୋବାଇଲ୍‌ ଫୋନ୍‌, ଟଙ୍କା ଓ ନିଶାଦ୍ରବ୍ୟ ଯାଉଥିବାର ଅନେକ ପ୍ରମାଣ ମିଳିଛି। ଭିତରେ ଅପରାଧୀମାନେ ମୋବାଇଲ୍‌ ଫୋନ୍‌ରେ ଅପରାଧ ନିୟନ୍ତ୍ରଣ କରୁଥିବା ନଜିର ରହିଛି। ନିକଟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସେଲ୍‌ ନିକଟରୁ ମୋବାଇଲ୍‌ ଫୋନ୍‌ ମିଳିବା, କଏଦୀମାନେ କର୍ମଚାରୀଙ୍କୁ ଟଙ୍କା ଦେଇ ନିଶା ସେବନ କରିବା ସହ ମଉଜମସ୍ତି କରୁଥିବାର ଭିଡିଓ ଭାଇରାଲ ହେବା ପରେ ଜେଲ୍‌ ଅଧୀକ୍ଷକଙ୍କୁ ବଦଳି କରାଯାଇଛି। ନୂତନ ଭାବେ ଯୋଗଦେଇଥିବା ଜେଲ ଅଧୀକ୍ଷକ ସରୋଜ ବିଶ୍ୱାଳଙ୍କ ନେତୃତ୍ୱରେ ରବିବାର ଚଢାଉ ଓ ଯାଞ୍ଚ କରାଯାଇଥିଲା। ଏହି ସମୟରେ ମାଟି ତଳେ ପୋତା ହୋଇଥିବା ଏକ ମୋବାଇଲକୁ ଜବତ କରାଯାଇଛି। ମୋବାଇଲ ଫୋନ୍‌ଟି ଜଣେ ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତଙ୍କ ସେଲ ନିକଟରୁ ମିଳିଛି। ବଡ କଥା ହେଉଛି, ଉକ୍ତ ମୋବାଇଲରୁ ବିଦେଶକୁ ବାରମ୍ବାର କଲ୍‌ ହୋଇଛି। ତଦନ୍ତବେଳେ ଉକ୍ତ ମୋବାଇଲରୁ ଗୋଟିଏ ମିନିଟକୁ ୧୦୦ ଟଙ୍କା ହିସାବରେ ଆଇଏସ୍‌ଡି କଲ୍‌ କରାଯାଉଥିଲା। ଏଥିରୁ ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତଙ୍କ ବିଦେଶ ଲିଙ୍କ ରହିଥିବା ଜେଲ ବିଭାଗ ଜାଣିବାକୁ ପାଇଛି। ଏନେଇ ଅଧିକ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିବା ଅଧୀକ୍ଷକ ବିଶ୍ୱାଳ କହିଛନ୍ତି।
ସୂଚନାଯୋଗ୍ୟ, କିଛିମାସ ଭିତରେ ଜେଲ୍‌ ପରିସରରୁ ବିପୁଳ ମୋବାଇଲ୍‌ ଫୋନ୍‌ ମିଳିଲାଣି। କେବଳ ମେ’ ମାସରେ ୧୩ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ମେ ୧ରେ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ ପରେ ଚଢାଉ କରାଯାଇ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ସେଲ ପଛପଟୁ ଗୋଟିଏ ମୋବାଇଲ ଫୋନ ମିଳିଥିଲା। ସେହିପରି ୧୦ ତାରିଖରେ ୯ଟି ଓ ୧୨ ତାରିଖରେ ୨ଟି ମୋବାଇଲ ଫୋନ ଜବତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ୧୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଦେଶର ୫୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫେମ୍‌ ଇଣ୍ଡିଆ ମାଗାଜିନ୍‌ ଓ ଏସିଆ ପୋଷ୍ଟ ପକ୍ଷରୁ...

ଖରିଫ୍‌ ଋତୁ ଧାନ ସଂଗ୍ରହ ୨୦୧୯-୨୦: ୧୩୦୦ରୁ ଅଧିକ ଚାଷୀଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ଧାନ ସଂଗ୍ରହ କିପରି ଚାଲୁଛି, ସେ ସମ୍ପର୍କରେ ପ୍ରତ୍ୟକ୍ଷ ଖବର ନେବା ପାଇଁ ଏଯାବତ୍‌ ୧୩୦୦ରୁ ଅଧିକ ଚାଷୀଙ୍କ ସହ କଲ୍‌ସେଣ୍ଟର ଜରିଆରେ କଥାବାର୍ତ୍ତା...

କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୮୩୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫ା୮(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮୩୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୭,୩୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ରାଜ୍ୟରେ ‘ବୁଲବୁଲ୍‌’ ପ୍ରଭାବ: ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ାର ସମସ୍ତ ସ୍କୁଲ ୨ ଦିନ ଛୁଟି ଘୋଷଣା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ୍‌’ର ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲାର ସ୍କୁଲଗୁଡ଼ିକୁ ୨ ଦିନ ଲାଗି ଛୁଟି ଘୋଷଣା କରାଯାଇଛି। ଉଭୟ...

ଶାସକ ଦଳର ନେତାଙ୍କ ପାଇଁ ଆଇନ ଅବାଟରେ ଯାଉଛି : କଂଗ୍ରେସ

ଭୁବନେଶ୍ୱର,୭ା୫(ବ୍ୟୁରୋ): ଶାସକ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀଙ୍କ ଯୋଗୁ ରାଜ୍ୟରେ ଆଇନ ଅବାଟରେ ଯାଉଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଶୁକ୍ରବାର କଂଗ୍ରେସ...

ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

ଭବାନୀପାଟଣା,୧୬।୧(ସ୍ବ.ପ୍ର.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ...

ରାସ୍ତା ମରାମତି ନ ହେଲେ ଆନ୍ଦୋଳନ : ଚେତାବନୀ ଦେଲା ଯୁବ କଂଗ୍ରେସ

ଜଳେଶ୍ୱର, ୬।୧୨(ସ୍ବ.ପ୍ର./ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆର ୧୪ଟି ପଞ୍ଚାୟତର ଲାଇଫ ଲାଇନ୍‌ କୁହାଯାଉଥିବା ଜଳେଶ୍ୱର-ଓଲମରା ଶାନ୍ତିପୁର ରୋଡ଼ର ଦୁରବସ୍ଥା ବଦଳୁ ନାହିଁ। ୩ମାସ ପୂର୍ବରୁ ଜିଲାପାଳ ଦେଇଥିବା...

ଚନ୍ଦନେଶ୍ୱରରେ ବଙ୍ଗୀୟ ମହିଳାଙ୍କୁ ବଳାତ୍କାର

ଭୋଗରାଇ, ୧୩।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ମେରାଇନ୍‌ ଥାନା ଅଧୀନ ଚନ୍ଦନେଶ୍ୱରସ୍ଥିତ ଏକ ହୋଟେଲରେ ଜଣେ ବଙ୍ଗୀୟ ମହିଳାଙ୍କୁ ରବିବାର ରାତିରେ ବଳାତ୍କାର କରାଯାଇଛି। ଏହି...

Advertisement
Archives

Model This Week