ଦର୍ପଣ ତହସିଲ ଅଞ୍ଚଳରେ ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୩।୫(ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ପଶ୍ଚିମ ବଡ଼ଚଣା କୁହାଯାଉଥିବା ୪ଟି ପଞ୍ଚାୟତରେ ବେଆଇନ ମାଙ୍କଡ଼ା ଖାଦାନ ଦୀର୍ଘ ଦିନ ଧରି ଚାଲିଛି। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୩ ବେଆଇନ ଖାଦାନରେ ୧୪୪ଧାରା ଜାରି କରାଯିବା ସହ ନାଲିପତକା ମରାଯାଇଛି। ଏତିକିରେ ତହସିଲ କର୍ତ୍ତୃପକ୍ଷ କାମ ସାରି ଦେଇଛନ୍ତି।
ସୂଚନା ଥାଉକି, ଏହି ତହସିଲ ଅନ୍ତର୍ଗତ ବୈରୀ, ପାରିଆ, ସମିଆ ଓ ଶାଳପଡ଼ା ପଞ୍ଚାୟତରେ ୧୨ରୁ ଊର୍ଦ୍ଧ୍ୱ ବେଆଇନ ମାଙ୍କଡ଼ା ଖାଦାନ ଚାଲୁଛି। ଦିନରେ ମାଙ୍କଡ଼ା ଖନନ କରାଯାଉଥିବା ବେଳେ ସନ୍ଧ୍ୟାପରେ ଟ୍ରକ୍‌ଯୋଗେ ବାହାରକୁ ଚାଲାଣ ହେଉଛି। ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାକୁ ଏସବୁ ଚାଲାଣ କରାଯାଉଛି। ନିକଟରେ ବୈରୀ ଥାନା ଥିବାବେଳେ ପୋଲିସ ମଧ୍ୟ ଦେଖି ନ ଦେଖିଲା ପରି ଅଭିନୟ କରୁଛି। ଦୈନିକ ସନ୍ଧ୍ୟାପରେ ଛତିଆ କଳକଳା ରାସ୍ତା ଓ ଶାଳପଡ଼ା-ଦର୍ପଣୀ ରାସ୍ତା ଦେଇ ଟ୍ରକ୍‌ଗୁଡ଼ିକ ମାଙ୍କଡ଼ା ବୋଝେଇ କରି ଯାତାୟାତ କରୁଛନ୍ତି।
ଫେବୃୟାରୀ ପ୍ରଥମ ସପ୍ତାହରେ ଯାଜପୁର ରୋଡ୍‌ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ବୈରୀ ଥାନାକୁ ଯାଉଥିବାବେଳେ ରାସ୍ତାରେ ଆସୁଥିବା ଦୁଇଟି ମାଙ୍କଡ଼ା ପଥର ବୋଝେଇ ଟ୍ରକ୍‌କୁ ଅଟକାଇ ବୈରୀ ପୋଲିସ ଜିମା ଦେଇଥିଲେ। ଏହାପରେ ପୋଲିସ କିମ୍ବା ତହସିଲ ପ୍ରଶାସନ ଏହାକୁ ରୋକିବାରେ ସକ୍ଷମ ହୋଇନାହାନ୍ତି, ଯଦ୍ଦ୍ବାରା ବିପୁଳ ଟଙ୍କାର ରାଜସ୍ବ ହାନି ଘଟୁଥିବା ଜଣାପଡ଼ିଛି। ୧୫ ବର୍ଷ ତଳେ ତତ୍କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅଚାନକ ବେଆଇନ ମାଙ୍କଡ଼ା ଖାଦାନରେ ଚଢ଼ାଉ କରିଥିଲେ। ଏହି ସମୟରେ ବନବିଭାଗର ୬ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। ଏହାପରେ କିଛି ବର୍ଷ ବେଆଇନ ଖାଦାନ ବନ୍ଦ ହୋଇଯାଇଥିଲା। ଠିକ୍‌ ସେହିଭଳି ୨୦୨୧ରେ ପ୍ରଦୀପ କୁମାର ସେଠୀ ତହସିଲଦାର ଭାବେ ନିଯୁକ୍ତି ପାଇଲା ପରେ ସେ ମଧ୍ୟ ବିଭିନ୍ନ ସମୟରେ ଚଢ଼ାଉ କରିବା ଦ୍ୱାରା ବେଆଇନ ମାଙ୍କଡ଼ା କାଟୁଥିବା ମାଫିଆ ଖନନ ବନ୍ଦ କରିଦେଇଥିଲେ। ତାଙ୍କ ସମୟରେ ୫୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ଜବତ ହୋଇଥିଲା। ଏବେ ଆଖିଦୃଶିଆ ଚଢ଼ାଉ ନ ହେବା ଯୋଗୁ ବେଆଇନ ଖାଦାନ ଚାଲିଥିବାସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ମାଫିଆ କଟର ମେଶିନ ସାହାଯ୍ୟରେ ମାଙ୍କଡ଼ା କାଟି ଦିନସାରା ଗଚ୍ଛିତ ରଖୁଛନ୍ତି। ରାତି ହେଲେ ଏହାକୁ ବାହାରକୁ ଚାଲାଣ କରୁଛନ୍ତି। ତୁରନ୍ତ ଯାଜପୁର ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ମାଙ୍କଡ଼ା ଖାଦାନ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ମୋର ଅନ୍ୟତ୍ର ବଦଳି ହୋଇଗଲାଣି। ମୋ ସମୟରେ କେତେକ ଖାଦାନରେ ଚଢ଼ାଉ କରି ୧୪୪ଧାରା ଜାରି କରିଛି। ଯେ ନୂଆ ତହସିଲଦାର ଆସିବେ ସେ କାର୍ଯ୍ୟନୁଷ୍ଠାନ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?