ପୋଲ ନିର୍ମାଣରେ ବାଧକ ସାଜିଛି ବେଆଇନ ଇଟାଭାଟି

ନୀଳଗିରି,୨୯।୪:(ସ୍ବ.ପ୍ର) ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଛତ୍ରପୁରରୁ ପିଠାହତା ପଞ୍ଚାୟତକୁ ସଂଯୋଗ କରୁଥିବା ନିର୍ମାଣାଧିନ ଏକ ପୋଲ ପାଇଁ ବାଧକ ସାଜିଛି ବେଆଇନ ଇଟାଭାଟି। ଅଞ୍ଚଳବାସୀ ଏହାକୁ ବିରୋଧ କରିବା ସହ ଉପ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସୂଚନା ଅନୁଯାୟୀ, ଖୁଁଟାଡିହା ଓ ପିଠାହତାକୁ ସଂଯୋଗ କରୁଥିବା ତରତରି ନାଳ ନିକଟରେ ବେଆଇନ ଭାବେ ଜଣେ ବ୍ୟକ୍ତି ଚଦର ଇଟାଭାଟି କରି ପ୍ରଶାସନ ଆଖିରେ ଧୂଳି ଦେଇ ଲକ୍ଷାଧିକ ଟଙ୍କାର ରାଜସ୍ବ ଫାଙ୍କି ଚାଲିଛନ୍ତି। ଏବେ ୨ଟି ଇଟାଭାଟି କରିଥିବା ଦେଖିବାକୁ ମିଳିଛି। ଏପଟେ ଉଭୟ ପଞ୍ଚାୟତକୁ ଯାତାୟାତ ପାଇଁ ବାଲେଶ୍ୱର ଡ୍ରେନେଜ ବିଭାଗ ପକ୍ଷରୁ ୫ ବର୍ଷ ପୂର୍ବରୁ ଦେଢ଼ କୋଟିରୁ ଉଦ୍ଧର୍‌ବ ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଇଟାଭାଟି ମାଲିକ ପୋଲର ଶେଷମୁଣ୍ଡରେ ଇଟାଭାଟି କରି ଯାତାୟତ କରୁଥିବା ରାସ୍ତାକୁ ଅବରୋଧ କରିଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଫଳରେ ଉଭୟ ଛତ୍ରପୁର ଓ ପିଠାହତା ପଞ୍ଚାୟତର ଅଧିବାସୀମାନଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି। ସମ୍ପୃକ୍ତ ଇଟାଭାଟି ମାଲିକ ନିଜସ୍ବ ଜାଗା କହୁଥିବା ବେଳେ ଡ୍ରେନେଜ୍‌ ବିଭାଗ ପୋଲ ନିର୍ମାଣ କରିବା ପୂର୍ବରୁ ସରଜମିନ ତଦନ୍ତ କରିଥିଲା କି, ଯଦି ବିଭାଗୀୟ ଅଧିକାରୀମାନେ ସରଜମିନ ତଦନ୍ତ ଠିକ୍‌ ଭାବେ କରିଥିଲେ ତେବେ ବ୍ୟକ୍ତିିଗତ ଜାଗା ଆସିଲା କିପରି ବୋଲି ପ୍ରଶ୍ନ ଉଠିଛି। ପୋଲ ନିର୍ମାଣର ଦିଗ ଯଦି ପରିବର୍ତ୍ତନ କରାଯାଇଥାନ୍ତା ତାହେଲେ ଏହି ସମସ୍ୟା ଉପୁଜି ନ ଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏନେଇ ଉପ-ଜିଲାପାଳ ଉଭୟ ପଞ୍ଚାୟତବାସୀଙ୍କ ସମୂହ ସ୍ବାର୍ଥକୁ ଦୃଷ୍ଟିରଖି ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri