Posted inଭଦ୍ରକ

ବେଆଇନ ଇଟାଭାଟି, ଲୋକେ ଅତିଷ୍ଠ

ପଦ୍ମପୁର,୨୧।୪ (ଡି.ଏନ.ଏ.):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ବେଧଡ଼କ ଭାବେ ଚାଲିଛି ବେଆଇନ ଇଟାଭାଟି। ନାୟକାଣିଡିହୀ, କରଞ୍ଜଆଡ଼ିଆ, ଗୋବିନ୍ଦପୁର, ବିଦେଇପୁର, ବିରସ, ବାଲିମେଦ, ଲକ୍ଷ୍ମୀଦାସପୁର, ଜଗନ୍ନାଥପ୍ରସାଦ, ରାଜଘରପୋଖରୀ ଓ ଆନ୍ଦୋଳା ପଞ୍ଚାୟତରେ ଶତାଧିକ ଇଟାଭାଟି ଗଢ଼ି ଉଠିଛି। ଏପରିକି ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ, ଜନବସତି, ଶିକ୍ଷାନୁଷ୍ଠାନ ନିକଟରେ ପୋଡ଼ା ଚାଲିଛି ଇଟାଭାଟି। ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏଭଳି ସମୟରେ ଜନବସତି ପାଖରେ ତିଆରି ହୋଇଥିବା ଇଟାଭାଟି ତାତି ବଢ଼ାଉଛି। ଇଟାଭାଟିର ତାତି ଓ ଏଥିରୁ ବାହାରୁଥିବା ଧୂଆଁରେ ଲୋକେ ଅତିଷ୍ଠ ହେଉଛନ୍ତି। ଏନେଇ ରାଜସ୍ବ ବିଭାଗ କଁା ଭଁା ଜରିମାନା କରୁଥିବା ବେଳେ ବାକି ସବୁ ଭାଟି ମାଲିକ ଧର୍ମକୁ ଆଖିଠାର ମାରି ଇଟାଭାଟି ପୋଡୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ତହସିଲଦାର ଅନିତା ନାୟକଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଶାଳିଙ୍କୁ ଗର୍ଭବତୀ କରି ଜେଲ ଗଲେ ଭିଣୋଇ

ଭଦ୍ରକ ଅଫିସ, ୮।୪: ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଏକ ଆଶ୍ରମ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ନେଇ ତିହିଡ଼ି ଥାନାରେ ଅଭିଯୋଗ...

ଯୁବ ବ୍ୟବସାୟୀଙ୍କ ମୃତ୍ୟୁ, ଜଣେ ଗୁରୁତର

ବାସୁଦେବପୁର, ୨୯।୩ (ଡି.ଏନ୍‌.ଏ.) ଭଦ୍ରକ ଜିଲା ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ଗୁଆଗଁା ଛକଠାରେ ସୋମବାର ଏକ ନିର୍ମାଣାଧୀନ ପୋଲ ତଳକୁ ଖସିପଡ଼ି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ...

ମାସ୍କ ପିନ୍ଧି ନ ଥିବାରୁ ଜରିମାନା

ଭଣ୍ଡାରିପୋଖରୀ, ୧।୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ପୋଲିସ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିନା ମାସ୍କରେ ଯାତାୟାତ କରୁଥିବା ୮ ଜଣଙ୍କ ଠାରୁ ୧୬୦୦ ଟଙ୍କା ଜରିମାନା ଆଦାୟ...

ଅଗ୍ନିପଥ’କୁ ବିରୋଧ କରି ଜାତୀୟ ରାଜପଥ ଅବରୋଧ

ଭଦ୍ରକ ଅଫିସ,୨୦ା୬: ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ସୋମବାର ପୂର୍ବାହ୍ନରେ ଭଦ୍ରକ ବନ୍ତ ଛକଠାରେ ଆଶାୟୀ ଯୁବକମାନେ ୧୬ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସାମାଜିକ...

ରବିବାର ଖୋଲିବ ବହିଦୋକାନ: ରୋଗୀ ଯାତାୟତ ପାଇଁ ପ୍ରଶାସନ ଧାର୍ଯ୍ୟ କଲା ଅଟୋ ଭଡ଼ା

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଭଦ୍ରକରେ ଆଶିଂକ ଭାବେ ଏହାକୁ କୋହଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରୋଗୀ...

ଶଙ୍ଖାବାଲୀର ଶଙ୍ଖା, ଚୁଡ଼ି କିମିଆ

ଆରଡ଼ି, ୧୦।୧୨ (ଡି.ଏନ.ଏ.)- ଶଙ୍ଖା, ଚୁଡ଼ି, ସିନ୍ଦୂର ସୌଭାଗ୍ୟର ପ୍ରତୀକ। କାହିଁ କେଉଁ କାଳରୁ ବିବାହିତ ସଧବା ମହିଳାମାନେ ଏହାକୁ ପିନ୍ଧି ଆସୁଛନ୍ତି। ଆଜିକାଲି ହାଟବଜାରରେ...

ମେଳଣରେ ସାମିଲ ହେଲା ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ

ଭଦ୍ରକ ଅଫିସ,୮।୩: ଭଦ୍ରକ ଜିଲା ଅଗରପଡ଼ା ରାମଗଡ଼ ମେଳଣରେ ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ସାମିଲ ହୋଇଛନ୍ତି। ବୁଧବାର ଭୋରରୁ ରାଜାଗଡ଼, ପୁରୁଷଣ୍ଢ, କାଣ୍ଡବା, ମହାନ୍ତିପଡ଼ା,...

ଭଦ୍ରକ-ଚାନ୍ଦବାଲି ରାସ୍ତା ଘଣ୍ଟାଏ ଅବରୋଧ : ମା’ବାପାଙ୍କ ସହ ରାସ୍ତାରେ ଶୋଇଲେ ନିର୍ଯାତିତା

ତିହିଡ଼ି,୧୪।୮(ସ୍ବ.ପ୍ର.)- ଶାଶୁ ଘର ଲୋକଙ୍କ ନିର୍ଯାନତାରେ ଅତିଷ୍ଠ ହୋଇ ଜଣେ ମହିଳା ତାଙ୍କ ମା’ବାପାଙ୍କ ସହ ରାସ୍ତାରେ ଶୋଇ ପ୍ରତିବାଦ ଜଣାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର...

Advertisement
Archives

Model This Week