Posted inଭଦ୍ରକ

ବେଆଇନ ଇଟାଭାଟି, ଲୋକେ ଅତିଷ୍ଠ

ପଦ୍ମପୁର,୨୧।୪ (ଡି.ଏନ.ଏ.):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ବେଧଡ଼କ ଭାବେ ଚାଲିଛି ବେଆଇନ ଇଟାଭାଟି। ନାୟକାଣିଡିହୀ, କରଞ୍ଜଆଡ଼ିଆ, ଗୋବିନ୍ଦପୁର, ବିଦେଇପୁର, ବିରସ, ବାଲିମେଦ, ଲକ୍ଷ୍ମୀଦାସପୁର, ଜଗନ୍ନାଥପ୍ରସାଦ, ରାଜଘରପୋଖରୀ ଓ ଆନ୍ଦୋଳା ପଞ୍ଚାୟତରେ ଶତାଧିକ ଇଟାଭାଟି ଗଢ଼ି ଉଠିଛି। ଏପରିକି ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ, ଜନବସତି, ଶିକ୍ଷାନୁଷ୍ଠାନ ନିକଟରେ ପୋଡ଼ା ଚାଲିଛି ଇଟାଭାଟି। ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏଭଳି ସମୟରେ ଜନବସତି ପାଖରେ ତିଆରି ହୋଇଥିବା ଇଟାଭାଟି ତାତି ବଢ଼ାଉଛି। ଇଟାଭାଟିର ତାତି ଓ ଏଥିରୁ ବାହାରୁଥିବା ଧୂଆଁରେ ଲୋକେ ଅତିଷ୍ଠ ହେଉଛନ୍ତି। ଏନେଇ ରାଜସ୍ବ ବିଭାଗ କଁା ଭଁା ଜରିମାନା କରୁଥିବା ବେଳେ ବାକି ସବୁ ଭାଟି ମାଲିକ ଧର୍ମକୁ ଆଖିଠାର ମାରି ଇଟାଭାଟି ପୋଡୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ତହସିଲଦାର ଅନିତା ନାୟକଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?