ପୁଅକୁ ମାରିଦେଲା ଗର୍ଲଫ୍ରେଣ୍ଡର ପୂର୍ବତନ ବୟଫ୍ରେଣ୍ଡ

କଟକ ଅଫିସ,୫।୮: ୨ ଦିନ ହେବ ନିଖୋଜ ପୁଅର ପତ୍ତା ପାଉ ନ ଥିବା ପରିବାର ଲୋକ ଶେଷରେ କଟକ ମହାନଦୀ ଜୋବ୍ରା ଆନିକଟ ନିକଟରୁ ମୃତଦେହ ପାଇଛନ୍ତି। ପ୍ରେମ ବ୍ୟାପାରରୁ ପୁଅର ଜୀବନ ଚାଲିଯାଇଥିବା ବେଳେ ପୁଅ ଗର୍ଲଫ୍ରେଣ୍ଡର ପୁରୁଣା ବୟଫ୍ରେଣ୍ଡକୁ ଘଟଣା ପାଇଁ ପରିବାର ଲୋକ ଦାୟୀ କରିଛନ୍ତି। ମୃତକ ହେଲେ କଟକସ୍ଥିତ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ।
ସୂଚନାଯୋଗ୍ୟ, ଗତ ୩ ତାରିଖରୁ ତୁଷାର ବାଇକ ନେଇ ଘରୁ ବାହାରି ଆସିଥିଲେ। ହେଲେ ଆଉ ଫେରି ନ ଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପୁଅର ପତ୍ତା ମିଳି ନ ଥିଲା। ଏ ନେଇ କ୍ୟାଣ୍ଟେନମେଣ୍ଟ ଥାନାରେ ଅଭିଯୋଗ କରି ପୁଅର ଗର୍ଲଫ୍ରେଣ୍ଡଙ୍କ ପୂର୍ବତନ ବୟଫ୍ରେଣ୍ଡ ତୁଷାରଙ୍କୁ ଅପହରଣ କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ପରେ ଧବଳେଶ୍ୱର ଘାଟରୁ ତାଙ୍କ ବାଇକ୍‌ ମିଳିଥିବା ବେଳେ ପୋଲିସ ଉପସ୍ଥିତିରେ ମହାନଦୀରେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟ ଖୋଜାଖୋଜି ପରେ କଟକ ମହାନଦୀ ଜୋବ୍ରା ଆନିକଟରୁ ତୁଷାରଙ୍କ ମୃତଦେହ ଉଦ୍ଧାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଛେଦ ନୋଟିସ୍‌ ବିରୋଧରେ ପ୍ରତିବାଦ ସଭା

ବାରିପଦା ଅଫିସ,୨।୮- ବାରିପଦା ସହର ୱାର୍ଡ ନଂ.୨୭ର ଦେବେନ୍ଦ୍ରପୁର ବସ୍ତି ଅଞ୍ଚଳରେ ବସବାସ କରୁଥିବା ଭୂମହୀନମାନଙ୍କୁ ଉଚ୍ଛେଦ କରିବା ପାଇଁ ବାରିପଦା ଉପଜିଲାପାଳ ନୋଟିସ କରିଛନ୍ତି।...

ବିନା ହେଲ୍‌ମେଟରେ ଚାଲିବନି ବାଇକ୍

ସଜନାଗଡ଼, ୧।୧(ଡି.ଏନ.ଏ.)-ବିନା ହେଲ୍‌ମେଟରେ ବାଇକ୍‌ ଚାଲିବନି କି ଚୋରି ମଧ୍ୟ ହୋଇପାରିବନି। ଏପରି ଏକ ଅଭିନବ ଉପାୟ ଅବଲମ୍ବନ କରି ନୀଳଗିରି ବଜାରରେ ନନ୍ଦିଘୋଷ ପ୍ରୋଜେକ୍ଟର...

ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

ରାଉରକେଲା ଅଫିସ,୨୭।୬: ଭୁବନେଶ୍ୱର ଇନଫୋସିସ୍‌ ଥାନା ଅଧୀନ ଫ୍ଲାଟ ନଂ-୪୦୧ରେ ଗତ ଫେବୃଆରୀ ୨୮ରେ ରାଉରକେଲାର ଯୁବକ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର ମୋଡ଼ ବଦଳିଛି।...

ମତ୍ସ୍ୟଜେଟି ମୁହାଣ ଖନନ ଦାବିରେ ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ

ଛତ୍ରପୁର,୨୭।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଗୋପାଳପୁର ପୋର୍ଟ ପରିସରରେ ଥିବା ମତ୍ସ୍ୟଜେଟିର ମୁହାଣ ଖନନ ଦାବିରେ ଶନିବାର ମତ୍ସ୍ୟଜୀବୀଙ୍କ ପକ୍ଷରୁ ଧାରଣା ଦିଆଯିବା ସହ ଆନ୍ଦୋଳନ ଆରମ୍ଭ...

ମହାପ୍ରଭୁଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି: ସୁପ୍ରିମକୋର୍ଟଙ୍କୁ ଦିଆଯିବ ସ୍ବତ୍ୱଲିପି ତଥ୍ୟ

ପୁରୀ ଅଫିସ, ୨୧ା୧୨: ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛିି। ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି...

ସରକାରୀ ମେଡିକାଲ କଲେଜରେ ଖାଲିପଡ଼ିଛି ୨୪୪ ପଦବୀ

ଭୁବନେଶ୍ୱର, ୨୫ା୨(ବ୍ୟୁରୋ):  ରାଜ୍ୟରେ ୭ ମେଡିକାଲ କଲେଜ ରହିଛି। ଏସବୁ କଲେଜରେ ମୋଟ ୧୨୬୭ ମଞ୍ଜୁରପ୍ରାପ୍ତ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ...

ଆଠମଲ୍ଲିକରୁ ଗଲା ତୁଳସୀ, ପଦ୍ମଫୁଲ

ଆଠମଲ୍ଲିକ, ୧୯ା୪(ଡି.ଏନ.ଏ.)- ଲକଡାଉନ ଯୋଗୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ତୁଳସୀ ପତ୍ର ଓ ଫୁଲର ଅଭାବ ଦେଖା ଯାଉଥିବାବେଳେ ରବିବାର ଏକ କାର୍ ଆଠମଲ୍ଲିକରୁ...

ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ର ଅଭିନବ ପ୍ରୟାସ: ଆରମ୍ଭ ହେଲା ସବୁଜ ବିଦ୍ୟାଳୟ ପରିଯୋଜନା

ଢେଙ୍କାନାଳ ଅଫିସ, ୨୫।୧୦- ଛାତ୍ରୀଛାତ୍ରଙ୍କୁ ପରିବେଶ ସହ ଯୋଡ଼ିବା ଭଳି ମହତ୍‌ ଉଦ୍ଦେଶ୍ୟ ରଖି ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ ପକ୍ଷରୁ ଗୁରୁବାରଠାରୁ ଆରମ୍ଭ...

Advertisement
Archives

Model This Week