‘କରୋନା ଗଲେ ତିର୍ତ୍ତୋଲ ଯିବି’

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): କରୋନା ଦୂର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିର୍ତ୍ତୋଲ ଗସ୍ତ କରିବେ। ଲୋକଙ୍କୁ ଭେଟି ବିକାଶ କାମ ବୁଲି ଦେଖିବେ। ବୁଧବାର ଭର୍ଚୁଆଲ ରାଲିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ପରିଚାଳନାରେ ଓଡ଼ିଶା ସାରା ଦେଶରେ ଏକ ମଡେଲ ରାଜ୍ୟ ହୋଇଛି। ଆମ କାମକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରିଛି। କୋଭିଡ୍‌ ଯୋଦ୍ଧାଙ୍କ ନିଷ୍ଠା, ପରିଶ୍ରମ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି। ଆଗକୁ ଆମେ ସମସ୍ତେ କୋଭିଡ୍‌ ଗାଇଡ୍‌ଲାଇନ ପାଳି କରୋନାକୁ ହରାଇବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ତାଙ୍କ ପ୍ରତି ଜନସାଧାରଣଙ୍କ ଭଲ ପାଇବା, ସ୍ନେହଆଦର ରହିଛି। ତିର୍ତ୍ତୋଲ ଯାଇଥିଲେ ବହୁ ସଂଖ୍ୟାରେ ଜନସମାଗମ ହୋଇଥାନ୍ତା। କୋଭିଡ୍‌ ପରିସ୍ଥିତିରେ ଏହା ଉଚିତ ନୁହେଁ। ସୁରକ୍ଷାକୁ ଦୃଷ୍ଟିରୁ ଭିଡିଓ କନ୍‌ଫରେନ୍ସରେ ଜନସାଧାରଣଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ନିର୍ବାଚନରେ ବିଷ୍ଣୁ ବାବୁଙ୍କୁ ଭୋଟରମାନେ ଜିତାଇଥିଲେ। ଦୁଃଖର କଥା ସେ ଆଜି ଆମ ଗହଣରେ ନାହାନ୍ତି। ତିର୍ତ୍ତୋଲ ବିକାଶ କାମ ନେଇ ସେ ବହୁବାର ଭେଟୁଥିଲେ। ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ତିର୍ତ୍ତୋଲବାସୀ ସବୁବେଳେ ବିଜୁ ପରିବାର ସହିତ ଅଛନ୍ତି। ନିକଟରେ ତିର୍ତ୍ତୋଲ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ମହାନଦୀ ଉପରେ ଦୁଇଟି ବଡ଼ ସେତୁ ପାଇଁ କାମ ଆରମ୍ଭ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟ ଭିତ୍ତିଭୂମି ବିକାଶ ସହ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଛି। ଗତ ୮ ମାସରେ କୋଭିଡ୍‌ ପରିସ୍ଥିତିରେ ମଧ୍ୟ ରାଜ୍ୟକୁ ଅନେକ ଶିଳ୍ପସଂସ୍ଥା ଆସିଛନ୍ତି। କେତେକ କାମ ଆରମ୍ଭ କଲେଣି। ଯୁବତୀଯୁବକଙ୍କ ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବା ସରକାରଙ୍କ ପ୍ରାଥମିକତା। କେହି ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହେବେ ତାହା ହିଁ ପ୍ରଥମ ଲକ୍ଷ୍ୟ। ତିର୍ତ୍ତୋଲ ଅଞ୍ଚଳରେ ମିଶନ ଶକ୍ତିର ମା’ମାନେ ବହୁତ ଭଲ କାମ କରୁଛନ୍ତି। ସେମାନେ ବିକାଶର ନୂଆ ପରିଚୟ ଦେଇଛନ୍ତି। ଅଞ୍ଚଳର ବିକାଶକୁ ଆଗେଇ ନେବାକୁ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅନ୍ତୁ। ଭୋଟ୍‌ କେନ୍ଦ୍ରକୁ ଗଲାବେଳେ ସାବଧାନତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ମତଦାତାଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟାଙ୍କ କୋଟିଏ ଟଙ୍କାର ଘର ଉଚ୍ଛେଦ କଲା ପ୍ରଶାସନ: ମାଟିରେ ମିଶିଲା ଦ୍ୱାରିକାନଗର ଆଡ୍ଡାସ୍ଥଳ

ଖୋର୍ଦ୍ଧା ଅଫିସ,୧୬।୭: ବ୍ରାଉନ୍‌ସୁଗାର କାରବାରରୁ ପଥର ଚୋରା ଚାଲାଣ। ବନ୍ଧୁକ କାରବାରଠାରୁ ଆରମ୍ଭ କରି ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ସୁଧାଂଶୁ ପରିଡ଼ା ଓରଫ୍‌...

ଫସଲ ବୀମାକୁ ନେଇ ଟଣାଓଟରା

ଭୁବନେଶ୍ବର, ୧୭ା୧୧(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କୃଷକ ସଙ୍ଗଠନର ଅନୁରୋଧକ୍ରମେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ରାଜ୍ୟର ଚାଷୀଙ୍କ ବୀମାରାଶି ସମେତ ବିଭିନ୍ନ...

ଫେରିଯିବ ମୌସୁମୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର ଉତ୍ତର ଭାରତର ରାଜସ୍ଥାନଠାରୁ ଅପସାରଣ ଆରମ୍ଭ କରିବ। ଅକ୍ଟୋବର ପ୍ରଥମ ସପ୍ତାହର ଶେଷ ଭାଗରେ ମୌସୁମୀ ଓଡ଼ିଶାରୁ ବିଦାୟ ନେବ।...

ରାଜଧାନୀରୁ ୬୦ ଲକ୍ଷର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୧୯।୬(ବ୍ୟୁରୋ): କରୋନା କଟକଣା ଭିତରେ ରାଜ୍ୟରେ ବେଧଡ଼କ ଚାଲିଛି ନିଶା କାରବାର। ବିଶେଷକରି ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟ ବାଲେଶ୍ୱରରୁ ଭୁବନେଶ୍ୱର ଲମ୍ବିଛି। କିଛି ଦିନର...

ସ୍କୁଲ ଫି’ ମାମଲା: ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ ଅଫିସ,୧୯ା୧୦: ହାଇକୋର୍ଟରେ ସ୍କୁଲ ଫି’ ସମ୍ପର୍କିତ ମାମଲା ପ୍ରସଙ୍ଗରେ ଆଗତ କିଛି ଇଣ୍ଟରଭେନ୍‌ସନ ପିଟିଶନକୁ ସୋମବାର ମାନ୍ୟବର କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। କିଛି ଘରୋଇ...

ଏବେ ୫ ମହାନଗର ନିଗମରେ ଟିକାକରଣ

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟକୁ ଶନିବାର ଆସିଥିବା ୧ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା କେବଳ ୫ଟି ମହାନଗର ନିଗମରେ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଏ...

ରାଉରକେଲାରେ ନାବାଳିକାଙ୍କୁ ବଳାତ୍କାର

ରାଉରକେଲା ଅଫିସ,୧୪।୪: ବିସ୍କୁଟ ଆଣିବା ପାଇଁ ଦୋକାନକୁ ଯାଇଥିବା ବେଳେ ଷ୍ଟିଲ ସିଟି ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକା(୧୨ବର୍ଷ)ଙ୍କୁ ବଳାତ୍କାର କରାଯାଇଛି। ଏ...

ସୁଆର ମହାସୁଆର ନିଯୋଗ ନିର୍ବାଚନ: ପ୍ରାର୍ଥିପତ୍ର ଯାଞ୍ଚ ସରିଲା, ଆଜି ପ୍ରତ୍ୟାହାର

ପୁରୀ ଅଫିସ, ୨୭ା୭: ଆସନ୍ତା ଅଗଷ୍ଟ ୧୦ ତାରିଖରେ ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୨୧ ତାରିଖରେ ନାମାଙ୍କନପତ୍ର...

Advertisement
Archives

Model This Week