Posted inଜାତୀୟ

ଆଇଆଇଟି କାନପୁରରେ କୃତ୍ରିମ ବର୍ଷାର ଟେଷ୍ଟ ସଫଳ

କାନପୁର,୨୩।୬: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି-କାନପୁର (ଆଇଆଇଟି-କେ) ସଫଳତାର ସହ କ୍ଲାଉଡ ସିଡିଂ ପାଇଁ ଏକ ବିମାନର ସଫଳ ପରୀକ୍ଷଣ କରାଯାଇଛି। ଗୁରୁବାର ଆଇଆଇଟି-କେ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଅନୁଷ୍ଠାନ ଜୁନ ୨୧ରେ କ୍ଲାଉଡ ସିଡିଂ ପାଇଁ ଏକ ପରୀକ୍ଷଣ ଉଡ଼ାଣ କରିଥିଲା। ଏହି ପ୍ରକଳ୍ପ କିଛି ବର୍ଷ ପୂର୍ବେ ଆଇଆଇଟି କାନପୁରରେ ଆରମ୍ଭ ହୋଇଥିଲା ଏବଂ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଏହାର ନେତୃତ୍ୱ ନେଇଥିଲେ। ଏହି ପରୀକ୍ଷଣ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ)ଙ୍କ ଅନୁମୋଦନ କ୍ରମେ କରାଯାଇଥିଲା।

କ୍ଲାଉଡ ସିଡିଂରେ ବର୍ଷା ହେବାର ସମ୍ଭାବ୍ୟକୁ ଦୃଷ୍ଟିରେ ରଖି ବିଭିନ୍ନ ରାସାୟନିକ ଏଜେଣ୍ଟ ଯଥା ସିଲଭର ଆୟୋଡିଡ, ଶୁଖିଲା ବରଫ, ଲୁଣ ଏବଂ ଅନ୍ୟାନ୍ୟ ଉପାଦାନର ବ୍ୟବହାର କରାଯାଇଛି। ଗୁରୁବାର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଏହା ବିଷୟରେ କହିଛନ୍ତି, ଆମେ ଖୁସି ଯେ କ୍ଲାଉଡ ସିଡିଂ ପାଇଁ ଆମର ପରୀକ୍ଷା ସଫଳ ହୋଇଛି। ସଫଳ ପରୀକ୍ଷଣ ଉଡ଼ାଣର ଅର୍ଥ ହେଉଛି ଯେ, ବର୍ତ୍ତମାନ ପରବର୍ତ୍ତୀ ପର୍ଯ୍ୟାୟରେ କ୍ଲାଉଡ ସିଡିଂ କରିବା ଏବଂ ଏହାକୁ ସଫଳ କରିବା ପାଇଁ ଆମେ ପ୍ରସ୍ତୁତ।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଗତ କିଛି ବର୍ଷ ଧରି ଏହି ପ୍ରକଳ୍ପରେ କାର୍ଯ୍ୟ କରିଆସୁଛୁ। କୋଭିଡ ମହାମାରୀ ହେତୁ କ୍ରୟ ପ୍ରକ୍ରିୟା ବିଳମ୍ବ ହୋଇଥିଲା କିନ୍ତୁ ବର୍ତ୍ତମାନ ଡିଜିସିଏର ଅନୁମୋଦନ ଏବଂ ପ୍ରଥମ ପରୀକ୍ଷଣର ସଫଳ ସମାପ୍ତି ପରେ, ଆମେ ସେଟଅପ ସମାପ୍ତ କରିବାର ନିକଟରେ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯାଉଥିଲେ ରୋନକ, ଧକ୍କା ଦେଲା ବସ୍‌: ଆଉ ତା’ପରେ…

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ):ବରଗଡ ଘରୋଇ ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ…

ଇରାନ-ଆମେରିକା ମଧ୍ୟରେ ପୁଣି ହେଲା ସିଧାସଳଖ ଯୁଦ୍ଧ, ଆମେରିକାର ଆକ୍ରମଣ ପରେ ସିଧା ଜବାବ ରଖିଲା ଇରାନ

ତେହରାନ,୮।୭: ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ, ଆମେରିକା ଏବଂ ଇରାନ ଏବେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ଦୁଇ ଦେଶ…

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଗୋଟିଏ ରନ୍‌ଓ୍ବେରେ ୨ ବିମାନ ମୁହାଁମୁହିଁ, ଗୋଟିଏ କଲ୍‌ ପରେ…

ମୁମ୍ବାଇ,୮ା୭: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୋଟିଏ ରନଓ୍ବେରେ ଏୟାର ଇଣ୍ଡିଆର  ବିମାନ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ମୁହାଁମୁହିଁ ହେବା ପରେ ମୁମ୍ବାଇ…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri