Advertisement

କୃତ୍ରିମ ହାର୍ଟ ବିକଶିତ କଲା ଆଇଆଇଟି କାନପୁର…

କାନପୁର,୨୫।୧୨ : ପରିବର୍ତ୍ତିତ ଜୀବନଶୈଳୀ ଏବଂ କରୋନା ପରି ସଂକ୍ରାମକ ରୋଗ ପରେ ହାର୍ଟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ହଠାତ ହାର୍ଟ ଆଟାକ୍‌ ଯୋଗୁ ଲୋକଙ୍କର ମୃତ୍ୟୁ ଘଟୁଛି। ତେବେ ଏକ୍ଷେତ୍ରରେ ଆଇଆଇଟି କାନପୁରର ବୈଜ୍ଞାନିକ ଏବଂ ହୃଦରୋଗ ବିଶେଷଜ୍ଞମାନେ ବର୍ତ୍ତମାନ ହୃଦୟ ରୋଗୀଙ୍କ ପାଇଁ ଏକ କୃତ୍ରିମ ହାର୍ଟ ବିକଶିତ କରିଛନ୍ତି, ଯାହା ମାଧ୍ୟମରେ ହାର୍ଟ ପ୍ରତିରୋପଣ କରାଯାଇପାରିବ। ଆଇଆଇଟି କାନପୁର ନିର୍ଦ୍ଦେଶକ ପ୍ରଫେସର ଅଭୟ କରନ୍ଦିକର କହିଛନ୍ତି ଯେ ୨୦୨୩ ରେ ପରୀକ୍ଷା ପରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ମନୁଷ୍ୟଠାରେ କୃତ୍ରିମ ହାର୍ଟ ପ୍ରତିରୋପଣ କରାଯାଇପାରିବ।

ପ୍ରଫେସର ଅଭୟ କହିଛନ୍ତି ଯେ ଅନୁଷ୍ଠାନର ୧୦ ଜଣ ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଏକ ଟିମ କୃତ୍ରିମ ହାର୍ଟ ବିକଶିତ କରିଛନ୍ତି। ଆସନ୍ତା ଫେବୃଆରୀ ପୂର୍ବରୁ ଏହାର ପରୀକ୍ଷା ଆରମ୍ଭ ହେବ।
କୃତ୍ରିମ ହାର୍ଟର ଉଦ୍ଦେଶ୍ୟ ଶରୀରର ସମସ୍ତ ଅଙ୍ଗକୁ ସଠିକ ଭାବରେ ରକ୍ତ ପହଞ୍ଚାଇବା ହେବ। ଯଦି ଏହା ସଫଳ ହୁଏ ତେବେ ଏହାକୁ ମଧ୍ୟ ପ୍ରତିରୋପଣ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀଙ୍କ ଶାସନ: ୩ ବର୍ଷରେ ୧୧୨ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ, ୧୨।୭: ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଏବେ ୫ ବର୍ଷର ଏନ୍‌କାଉଣ୍ଟର ତଥ୍ୟ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି।...

ଘୁଷୁରୀ ମଳଦ୍ୱାରରେ ଗ୍ରହଣ କରେ ଅକ୍ସିଜେନ୍‌: ମଣିଷଙ୍କଠାରେ ଏଭଳି ଜ୍ଞାନକୌଶଳ ପ୍ରୟୋଗ ସମ୍ଭାବନା …

ଟୋକିଓ/ନୂଆଦିଲ୍ଲୀ,୧୫।୫:ସମ୍ପ୍ରତି ପୃଥିବୀରେ କରୋନା ଆକ୍ରାନ୍ତଙ୍କ ଗୁରୁତର ସ୍ଥିତି ନେଇ ସଙ୍କଟ ସୃଷ୍ଟି ହୋଇଛି। କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁଥିବାରୁ ଆକ୍ରାନ୍ତଙ୍କ ସ୍ବାଭାବିକ ନିଶ୍ୱାସ ପ୍ରକ୍ରିୟାରେ...

ନିଷ୍ପତ୍ତି ବଦଳାଇଲେ ସରକାର

ନୂଆଦିଲ୍ଲୀ,୫ା୫: ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ନେବା ଲାଗି ସରକାର ଟ୍ରେନ ଚଳାଚଳକୁ ଅନୁମତି ଦେଇଛନ୍ତି।...

ମୁକ୍ତ, ଅବାଧ ଇଣ୍ଟରନେଟ ଆକ୍ରମଣର ସମ୍ମୁଖୀନ: ପିଚାଇ

ନୂଆଦିଲ୍ଲୀ, ୧୩।୭: ମୁକ୍ତ ଓ ଅବାଧ ଇଣ୍ଟରନେଟ ବିଭିନ୍ନ ଦେଶରେ ଆକ୍ରମଣର ସମ୍ମୁଖୀନ ହୋଇଥିବା ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ କହିଛନ୍ତି। ଅଧିକାଂଶ ଦେଶ ତଥ୍ୟ...

ଆର୍‌ସିପି ସିଂଙ୍କ ଟିକେଟ କାଟିଲେ ନୀତୀଶ

ପାଟନା, ୩୦ା୫ : ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ତଥା କେନ୍ଦ୍ରମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂଙ୍କୁ ମୋଦିପ୍ରେମ ମହଙ୍ଗା ପଡ଼ିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

ଦାମୀ କିନ୍ତୁ ଅଦରକାରୀ

ବେଳେବେଳେ ଚର୍ଚ୍ଚାର ପରିସରଭୁକ୍ତ ହେବା ଅବା ରେକର୍ଡ କରିବା ଲାଗି ମଣିଷ ଏମିତି କିଛି ଜିନିଷ ତିଆରି କରିଥାଏ, ଯାହାର ମୂଲ୍ୟ ଆକାଶ ଛୁଆଁ ହୋଇଥାଏ।...

୨୩ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଜଣାଶୁଣା ବିଲଡର୍‌

ମୁମ୍ବାଇ,୨୦।୧୦: ଜଣାଶୁଣା ରିଏଲ ଇଷ୍ଟେଟ ଡେଭଲପର୍‌ ପାରସ ପୋରୱାଲ ଗୁରୁବାର ମୁମ୍ବାଇର ଏକ କୋଠାର ୨୩ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ପରେ ପୋଲିସ...

ଚୁମ୍ବନ ଦିବସ: ଚାଇନାରେ ନୋ କିସିଂ କଟକଣା

ବେଜିଂ,୧୨।୨: ଭାଲେଣ୍ଟାଇନ୍‌ ଓ୍ବିକ୍‌ର ଷଷ୍ଠ ଦିନକୁ କିସ୍‌ ଡେ’ ବା ଚୁମ୍ବନ ଦିବସ ଭାବେ ପାଳନ କରାଯାଇଥାଏ। ପ୍ରେମୀଯୁଗଳ ପରସ୍ପରକୁ ଚୁମ୍ବନ ଦେବାଦ୍ୱାରା ବହୁ ଶାରୀରିକ...

Advertisement
Archives

Model This Week