Posted inଫୁରସତ

ପ୍ରଥମ ରୋଜଗାର: ‘ସୁଚରିତା’ରୁ ପାଇଥିଲି ୫୦ ଟଙ୍କା

ୟା’ ଭିତରେ ଅନେକ ବର୍ଷ ଅତିବାହିତ ହୋଇଗଲାଣି। ଅବସର ନେବା ଆଜିକୁ କୋଡ଼ିଏ ଦିନ ପୂରିଗଲାଣି। ହେଲେ ଗୋଟିଏ କଥା ଏଇଠି ନ କହି ମୁଁ ନୀରବୀ ପାରୁନି। ୧୯୮୨ ମସିହା କଥା, ସେତେବେଳର ସ୍ବନାମଧନ୍ୟ ମହିଳା ପତ୍ରିକା ସୁଚରିତାରେ ମୋର ‘କୁକୁଡ଼ା’ ଶୀର୍ଷକ କବିତାଟିଏ ପ୍ରକାଶିତ ହୋଇଥାଏ। କବିତାଟିକୁ ଲଫାପାରେ ପୂରାଇ ତା’ଉପରେ ଠିକଣା ଲେଖି ଡାକଘରେ ପୋଷ୍ଟ କଲାବେଳେ ମୁଁ ଭାବି ନ ଥିଲି ପତ୍ରିକା ସହ ପଚାଶ ଟଙ୍କାର ମନିଅର୍ଡର ଆସି ପହଞ୍ଚତ୍ବ ବୋଲି। ଓଃ ସେଦିନର ସେ ଖୁସି ବର୍ଣ୍ଣନା କରିହେବ ନାହିଁ। ସେଇ ପାଞ୍ଚଖଣ୍ଡ ଦଶଟଙ୍କିଆ ନୋଟ୍‌କୁ ମୁଁ କେମିତି ଖର୍ଚ୍ଚ କରିଥିଲି ଆଜି ମନେପଡୁନି ସତ କିନ୍ତୁ ପାଖାପାଖି ପଚାଶ ଜଣଙ୍କୁ ସେ ଟଙ୍କାକୁ ଦେଖାଇଥିଲି; ଯେଉଁମାନେ କି କବିତା କ’ଣ, ପତ୍ରିକା କ’ଣ, ଏସବୁ ବିଷୟରେ ତାଙ୍କ ଗ୍ରାମୀଣ ଜୀବନରେ ପରିଚିତ ନ ଥିଲେ। ଏହି ଘଟଣାର ତିନିବର୍ଷ ପରେ ମୋର ବାହାଘର, ଆଉ ବାହାଘରର ତିନିମାସ ପରେ ମୋତେ ଶିକ୍ଷୟିତ୍ରୀ ଚାକିରି ମିଳିଲା ସେତେବେଳର ବାଲେଶ୍ବର ଜିଲା ଆଉ ପରେ ପରେ ଭଦ୍ରକ ଜିଲାର କେନ୍ଦୁଆପଦାରେ। ସେତେବେଳେ ହାଇସ୍କୁଲ ଶିକ୍ଷକଙ୍କର ବହୁତ କମ୍‌ ଦରମା ଥିଲା। ମୋତେ ପ୍ରଥମ ଦରମା ମିଳିଥିଲା, ଏକାବେଳେକେ ତିନିମାସର ମିଶି ୭୫୦୦ଟଙ୍କା। ମୋ ଶାଶୁଘର ବଡ଼ ପରିବାର। ତେଣୁ ସ୍ବଳ୍ପ ଦରମାରେ ଶାଶୁ, ଶ୍ୱଶୁର, ଯା’, ଦେଢଶୁର, ପୁତୁରା, ଝିଆରୀ ଆଦି ସମସ୍ତଙ୍କ ପାଇଁ ନୂଆ ଲୁଗା କିଣିବା ସମ୍ଭବ ନ ଥିଲା। ସେଥିପାଇଁ ସ୍ଥିର ହେଲା କେବଳ ମହିଳାମାନଙ୍କ ପାଇଁ କିଣାହେବ।
ମୋ ଶାଶୁ; ଯାହାଙ୍କୁ ଆମେ ସ୍ନେହରେ ଖୁଡ଼ୀ ଡାକୁ। ଖୁଡୀ ବିନା ସାୟା, ବ୍ଲାଉଜ୍‌, ଚପଲରେ ଜଣେ ଅବଗୁଣ୍ଠନବତୀ ସ୍ନେହମୟୀ ନାରୀ। ଲୁଗା କିଣାହେବା ଦିନ ମୁଁ ଓ ମୋ ସ୍ବାମୀ ବସ୍‌ରେ କେନ୍ଦୁଆପଦାରୁ ଭଦ୍ରକ ଯାଇଥିଲୁ। ଆଜି ଅନେକ ଦିନ ପରେ ଭଦ୍ରକର ଭୌଗୋଳିକ ଅବସ୍ଥିତି ବିଷୟରେ ମୋତେ ଜଣା ନାହିଁ ସତ କିନ୍ତୁ ସେଦିନ କଚେରି ବଜାରରେ ଥିବା ଖେମକା ଶାଢ଼ି ଦୋକାନରୁ ସମସ୍ତଙ୍କ ପାଇଁ ଶାଢ଼ି କିଣାହେଲା। ତା’ପରେ ମୋ ଶାଶୁ ଅର୍ଥାତ୍‌ ଖୁଡ଼ୀଙ୍କ ପାଇଁ ଗୋଟିଏ ଜରିଧଡ଼ି ଥିବା ଲାଲ ରଙ୍ଗର ଶାଢ଼ି, ମ୍ୟାଚିଂ ବ୍ଲାଉଜ ଓ ସାୟା ଏବଂ ସ୍ଲିପର୍‌ ହଳେ କିଣିଥିଲୁ। ଆଜି ବି ଖୁଡୀଙ୍କର ସେଇ ଶାଢ଼ି, ଚପଲ ପିନ୍ଧା ରୂପ ଝଲସି ଉଠେ ମୋ ଆଖି ସାମ୍ନାରେ। ତାଙ୍କ ଗୋରା ତକତକ ସୁନ୍ଦର ରୂପକୁ ଶାଢ଼ି, ସାୟା, ବ୍ଲାଉଜ ପିନ୍ଧିବା ଯେତିକି ମାନୁଥିଲା ତା’ଠାରୁ ଅଧିକ ସୁନ୍ଦର ଲାଗୁଥିଲା ନୂଆ ଚପଲ ପିନ୍ଧା ପାଦ ଦୁଇଟି। ଚପଲ ପିନ୍ଧିଲାବେଳେ ଖୁଡ଼ୀଙ୍କର ଲାଜଲାଜ ଭାବର ଠାଣି ମୋତେ ବହୁତ ଆନନ୍ଦିତ କରିଥିଲା ସେଦିନ। ସମୟ ସ୍ରୋତରେ ୟା’ଭିତରେ କେତେ କ’ଣ ଘଟିଗଲାଣି। ଝିଅ, ବୋହୂ ପାଇଁ ତଥା ଅନ୍ୟାନ୍ୟ ସମ୍ପର୍କୀୟଙ୍କ ଲାଗି କେତେ ଦାମୀ ଶାଢ଼ି କିଣାଯାଇଛି, ହେଲେ ସେହି ପ୍ରଥମ ରୋଜଗାରରେ ସମସ୍ତଙ୍କ ପାଇଁ ଶାଢ଼ି କିଣି ରିକ୍ସାରେ ବସି ଘରକୁ ଫେରିବାର ଆନନ୍ଦ ଆଉ କ’ଣ କେବେ ମିଳୁଛି। ସେଦିନ ଆମେ ସ୍ବାମୀସ୍ତ୍ରୀ ଦୁହେଁ ନିଜ ପାଇଁ କିଛି ବି କିଣି ନ ଥିଲୁ ସତ କିନ୍ତୁ ସମସ୍ତଙ୍କୁ ଖୁସି କରିବା ପାଇଁ ଯେଉଁ ଚେଷ୍ଟା କରିଥିଲୁ ସେଥିରୁ ଆମକୁ ବହୁତ ଆତ୍ମତୃପ୍ତି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri