Posted inଖେଳ

Ind Vs Pak ମହାମୁକାବିଲା ପୂର୍ବରୁ IIT ବାବାଙ୍କ ବଡ଼ ଭବିଷ୍ୟବାଣୀ, କିଏ ଜିତିବ ଶୁଣି ପ୍ରଶଂସକଙ୍କୁ ଲାଗିଲା ଝଟ୍‌କା,Video

ନୂଆଦିଲ୍ଲୀ,୨୨।୨: ମହାକୁମ୍ଭରୁ ପ୍ରସିଦ୍ଧ ହୋଇଥିବା ଆଇଆଇଟି ବାବା ଏବେ ଇଣ୍ଟରନେଟ ସେନସେଶନ ପାଲଟିଛନ୍ତି। ତାଙ୍କର ସାକ୍ଷାତକାର ଏବଂ ପଡ୍‌କାଷ୍ଟର ଭିଡିଓ ପ୍ରତିଦିନ ଇଣ୍ଟରନେଟରେ ଭାଇରାଲ ହେଉଛି। ହେଲେ ଏବେ ତାଙ୍କର ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ କ୍ରୋଧିତ ହେଉଛନ୍ତି। କାରଣ ସେ ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ କିଏ ଜିତିବ ସେନେଇ ଭବିଷ୍ୟବାଣୀ କରିଛନ୍ତି।

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତର ପରାଜୟ ନିଶ୍ଚିତ। ଏପରିକି ଦଳ ଚାମ୍ପିଅନ୍ସ ଟ୍ରଫିରୁ ମଧ୍ୟ ବାଦ୍‌ ପଡ଼ିବ ବୋଲି ଆଇଆଇଟି ବାବା କହିଛନ୍ତି। ଏହା ଶୁଣି ଅନେକେ ଦୁଃଖିତ ହୋଇପଡ଼ିଥିବା ବେଳେ କିଛି ରାଗରେ ପ୍ରତିକ୍ରିୟା ଦେଉଛନ୍ତି। ତେବେ ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୩ ଫେବୃଆରୀ ୨୦୨୫ ରବିବାର ଦିନ ୨.୩୦ ସମୟରେ ଦୁବାଇରେ ଖେଳାଯିବ।

ପୂର୍ବରୁ ମଧ୍ୟ କ୍ରିକେଟ ଉପରେ IIT ବାବା ଏକ ବୟାନ ଦେଇଥିଲେ। ଯେଉଁଥିରେ ସେ ଦାବି କରିଥିଲେ ଯେ ସେ ପୂର୍ବରୁ ଜାଣିଥିଲେ ଯେ ଭାରତ ୨୦୨୪ ଟି-୨୦ ବିଶ୍ୱକପ୍‌ ଜିତିବାକୁ ଯାଉଛି। କିନ୍ତୁ ଏବେ ସେ ପାକିସ୍ତାନ ହାତରେ ଭାରତର ପରାଜୟ ଭବିଷ୍ୟବାଣୀ କରି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛନ୍ତି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ପୂର୍ବରୁ, ବ୍ୟବହାରକାରୀମାନେ IIT ବାବାଙ୍କ ଏହି ଭାଇରାଲ କ୍ଲିପ ଉପରେ ମଧ୍ୟ ଭଳିକି ଭଳି ପ୍ରତିକ୍ରିୟା ରଖୁଛନ୍ତି। ଜଣେ ୨୩ ଫେବୃଆରୀ ରାତିରେ ଏହାର ଉତ୍ତର ଦିଆଯିବ ବୋଲି କହୁଥିବା ବେଳେ ଆଉ ଜଣେ କର୍ମ ଉପରେ ବିଶ୍ୱାସ ନାହିଁ ହେଲେ ରୋହିତ ଶର୍ମାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଥିବା କହୁଛନ୍ତି।

आईआईटी बाबा की भविष्यवाणी…

23 फरवरी की रात…

ଏହି କ୍ଲିପ୍‌କୁ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିବା ସମୟରେ @unibit.in ନାମକ ଏକ ହ୍ୟାଣ୍ଡେଲ ଲେଖିଛି- ସେହି ହସ ପ୍ରକୃତରେ ଦୁଃଖଦାୟକ ଥିଲା। ଏହି ଭିଡିଓଟି ୩ ଲକ୍ଷରୁ ଅଧିକ ଲାଇକ ପାଇଛି। ଭିଡିଓଟି ୧ କୋଟି ୭୦ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ସେହିଭଳି ପୋଷ୍ଟଟିରେ ୧୮ ହଜାରରୁ ଅଧିକ ପ୍ରତିକ୍ରିୟା ମିଳିଛି।

 

View this post on Instagram

 

A post shared by UNIBIT Games (@unibit.in)


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri