ସଲମାନଙ୍କୁ ଅଙ୍କଲ ଡାକିଲେ ସାରା

ମୁମ୍ବାଇ: ଆଇଫା ଆୱାର୍ଡ ୨୦୨୨ ଶନିବାର ରାତି ୮ଟାରେ କଲର୍ସ ଚ୍ୟାନେଲରେ ପ୍ରସାରିତ କରାଯିବ । ହେଲେ ଏବେ ଆସିଥିବା ଏହାର ଏକ ପ୍ରମୋ ବେଶ୍ ଭାଇରାଲ ହୋଇଛି । ଏହି ପ୍ରମୋରେ ସଲମାନ ଖାଁ ଓ ସାରା ଅଲି ଖାଁଙ୍କ ଭିତରେ ନୋକଝୋକ ଲାଗି ରହିଥିବା ଦେଖାଯାଇଛି । ଏହି ସମୟରେ ସାରା ବଲିଉଡ ଭାଇଜାନ ସଲମାନଙ୍କୁ ଅଙ୍କଲ ବୋଲି ସମ୍ବୋଧନ କରିଛନ୍ତି । ଆଉ ହଠାତ୍ ସଲମାନ ଏହା ଶୁଣି ରାଗି ଯାଇଥିବା ଦେଖାଯାଇଛି । ଏହାର ଉତ୍ତରରେ ସଲମାନ କହଉଛନ୍ତି ତୁମର ଫିଲ୍ମ ଗଲା । ସାରା ପଚାରୁଛନ୍ତି କାହିଁକି । ଆପଣ ତ ମୋତେ କହିଥିଲେ ଆପଣଙ୍କୁ ଅଙ୍କଲ ଡାକିବାକୁ । ଏମିତି ଟଣାଭିଡା ଭିତରେ ଉଭୟ ସଲମାନଙ୍କ ଫିଲ୍ମ ‘ଜୁଡୱା’(୧୯୯୭)ର ଗୀତ ଟନ ଟନା ଟନ ଟନ ଟନ ତାରାରେ ହୁକ ଷ୍ଟେପ କରୁଥିବା ଦେଖାଯାଇଛି ।
ସୂଚନାଯୋଗ୍ୟ, ଆବୁଧାବିରେ ଅନୁଷ୍ଠିତ ହୋଇଥିବା ଆଇଫା ୨୦୨୨ ଆୱାର୍ଡ ସେରିମନିରେ ବହୁ ବଲିଉଡ କଳାକାର ଯୋଗ ଦେଇଥିଲେ । ଏହି ଲିଷ୍ଟରେ ରହିଥିଲେ ଭିକ୍କି କୌଶଲ, ଶାହିଦ କପୁର, ଅନନ୍ୟା ପାଣ୍ଡେଙ୍କ ସମେତ ସୁନିଲ ସେଟ୍ଟି, ସାନ୍ୟା ମାଲହୋତ୍ରା ପ୍ରମୁଖ । ଭାଇରାଲ ହୋଇଥିବା ଭିଡିଓ ଆରମ୍ଭରେ ସାରା କହୁଛନ୍ତି ସେ କିଛି ବ୍ରାଣ୍ଡ ଲଞ୍ଚ କରିବାକୁ ଚାହୁଁଛନ୍ତି । ତାହାପୁଣି ସଲମାନ ଅଙ୍କଲଙ୍କ ସହ । ଏହାକୁ ନେଇ ସଲମାନ କହୁଛନ୍ତି ଆପକି ପିକଚର ଗଇ । ଏବେ ଏହି ଭିଡିଓ ଭାଇରାଲ ହେବା ପରେ ସରାଙ୍କ ଫ୍ୟାନମାନେ ଯେଉଁ କମେଣ୍ଟସ୍ ଦେଉଛନ୍ତି ତାହା ବି ବେଶ ମଜାଦାର ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

ସାବିତ୍ରୀ ମହିଳା ମହାବିଦ୍ୟାଳୟର ୩୫ ପ୍ରାର୍ଥିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?