Posted inଜାତୀୟ

ସିଡବ୍ଲ୍ୟୁସି ରିପୋର୍ଟକୁ ଅଣଦେଖା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ,୭ା୧୦: ସିକିମ୍‌ରେ ବାଦଲଫଟା ବର୍ଷା ସାଙ୍ଗକୁ ହିମ ହ୍ରଦ ମାଡ଼ିଆସିବାରୁ ଅଚାନକ ବନ୍ୟା ଆସି ୭ ଯବାନଙ୍କ ସମେତ ଅନୂ୍ୟନ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ହଜାର ହଜାର ଲୋକ ଫସିରହିଥିବାରୁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟାର ୩ ଦିନ ପରେ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚତ୍ଛି। ତିସ୍ତା ନଦୀରୁ ପାଣି କମିବା ପରେ ୨୨ ମୃତଦେହ ମିଳିଲାଣି। ଲାଚେନ ଏବଂ ଲାଚୁଙ୍ଗରେ ପ୍ରାୟ ୩,୦୦୦ ଲୋକ ଅଟକି ରହିଛନ୍ତି। ସେଠାକୁ ମୋଟରସାଇକେଲରେ ଯାଇଥିବା ୩,୧୫୦ ଜଣ ବନ୍ୟା ଯୋଗୁ ଫସିରହିଛନ୍ତି। ସ୍ଥଳସେନା ଓ ବାୟୁସେନା ହେଲିକପ୍ଟର ଯୋଗେ ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ସିକିମ୍‌ ମୁଖ୍ୟ ସଚିବ ବିଜୟ ଭୂଷଣ ପାଠକ କହିଛନ୍ତି। ଆଉ ଏକ ଗ୍ଲେସିୟର ହ୍ରଦ ଭୁଶୁଡ଼ିବା ଆଶଙ୍କା ଥିବାରୁ ପର୍ଯ୍ୟଟକମାନେ ବର୍ତ୍ତମାନ ପାଇଁ ସିକିମ ନ ଆସିବାକୁ ପରାମର୍ଶ ଦିଆଯାଇଛି। ପୂର୍ବ ସରକାର ସମୟରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଚୁଙ୍ଗ୍‌ଥାଙ୍ଗ ଡ୍ୟାମ୍‌ ଭାଙ୍ଗିଲା ବୋଲି ସିକିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ କହିଛନ୍ତି।
ଗ୍ଲେସିୟର ହ୍ରଦ ଉଛୁଳି ସିକିମ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିବା ସମ୍ଭାବନା ସମ୍ପର୍କରେ ଅତୀତରେ ଅନେକ ଗବେଷଣା କରାଯାଇଥିଲା। ୨୦୧୫ରେ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଦ୍ୱାରା କରାଯାଇଥିବା ଅଧ୍ୟୟନରେ ତିସ୍ତା ନଦୀ ଉପରେ ନିର୍ମିତ ଜଳବିଦ୍ୟୁତ୍‌ ପ୍ରକଳ୍ପ ପ୍ରତି ବିପଦ ଥିବା ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ଭାବେ ସତର୍କ କରିଦିଆଯାଇଥିଲା। ବନ୍ଧ ଭାଙ୍ଗି ଲୋନାକ ହ୍ରଦର ଗଚ୍ଛିତ ଜଳ ମାଡ଼ିଆସିବାରୁ ଗତ ୪ ତାରିଖରେ ତିସ୍ତା ନଦୀ ଅବବାହିକାରେ ହଠାତ୍‌ ଜଳସ୍ତର ଅତ୍ୟଧିକ ବଢ଼ିଯାଇଥିଲା। ଫଳରେ ଅଚାନକ ବନ୍ୟାରେ ମାଙ୍ଗନ, ଗାଙ୍ଗଟକ୍‌, ପକ୍ୟୋଙ୍ଗ ଏବଂ ନାମଚି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ୭ ଯବାନଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୩ ନିଖୋଜ ଅଛନ୍ତି। ହିମ ହ୍ରଦ ମାଡ଼ିଆସିବାରୁ ତିସ୍ତା ନଦୀରେ ୧,୨୦୦ ମେଗାଓ୍ବାଟ୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପର ମୁଖ୍ୟ ଅଙ୍ଗ ଚୁଙ୍ଗଥାଙ୍ଗ୍‌ ଡ୍ୟାମ୍‌ ଭାଙ୍ଗିଯାଇଥିଲା। ସିଡବ୍ଲ୍ୟୁସି ରିପୋର୍ଟରେ ହିମ ହ୍ରଦ ବନ୍ୟା ତିସ୍ତା ଅବବାହିକା ଏବଂ ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ବିପଦ ବୋଲି କୁହାଯାଇଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରିଥିଲେ। ଉକ୍ତ ହ୍ରଦ ସେକେଣ୍ଡ ପ୍ରତି ୬,୨୧୦ ଘନମିଟର ଜଳ ଛାଡ଼ିବ, ଯାହା ଦୁଇ ଘଣ୍ଟା ମଧ୍ୟରେ ଚୁଙ୍ଗ୍‌ଥାଙ୍ଗ ଓ ତିସ୍ତା-୩ ପ୍ରୋଜେକ୍ଟରେ ପହଞ୍ଚତ୍ପାରିବ ବୋଲି ରିପୋର୍ଟରେ କୁହାଯାଇଥିଲା। ଏହା ହେଲେ ତିସ୍ତା ନଦୀ ଜଳସ୍ତର ୪.୪୫ ମିଟର ବଢ଼ିଯିବା ସମ୍ଭାବନା ଥିବା ରିପୋର୍ଟରେ ସତର୍କ କରିଦିଆଯାଇଥିଲା। ରିପୋର୍ଟ ଆଧାରରେ ଜଳବିଦ୍ୟୁତ୍‌ ପ୍ରକଳ୍ପ କର୍ତ୍ତୃପକ୍ଷ ହ୍ରଦ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଏହା ଯେପରି ନ ଭାଙ୍ଗିବ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାର ଥିଲା। ଅଚାନକ ବନ୍ୟାଜନିତ ସ୍ଥିତିର ମୁକାବିଲା ପାଇଁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଜିଓରକୁ ବିକଶିତ କରିବା ଲାଗି ରିପୋର୍ଟରେ ସୁପାରିସ କରାଯାଇଥିଲା। ବାରମ୍ବାର ସତର୍କ କରାଇବା ସତ୍ତ୍ୱେ କର୍ତ୍ତୃପକ୍ଷ ଆଗୁଆ ବ୍ୟବସ୍ଥା କରିବାରେ ବିଫଳ ହେଲେ ବୋଲି ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?