ବିଶୋଧନ ଆଳରେ ରାଜସ୍ୱକୁ ଅଣଦେଖା

ପୁରୀ ଅଫିସ,୫।୩: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଚାଲିଛି। କଟକଣା କୋହଳ କରାଯାଇ ଭକ୍ତଙ୍କୁ ଦାରୁଦିଅଁଙ୍କ ଦର୍ଶନର ସୁଯୋଗ ଦିଆଯାଉଛି। ତେବେ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ପରିସର ସାନିଟାଇଜ ଲାଗି ସାଧାରଣ ଦର୍ଶନ ବନ୍ଦ ରହୁଛି। ଫଳରେ ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ ହେବାକୁ ପଡୁଛି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେହିପରି ରବିବାର ଛୁଟିଦିନ ହୋଇଥିବାରୁ ବହୁ ଭକ୍ତ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମି ବୁଲି ଓ ସମୁଦ୍ର ସ୍ନାନ କରି ମଜା ଉଠାଇଥାନ୍ତି। ମାତ୍ର ଉକ୍ତ ଦିନ ଦର୍ଶନ ବନ୍ଦ ରହୁଥିବାରୁ ଭକ୍ତମାନେ ନିରାଶ ହେଉଥିବାବେଳେ ହୁଣ୍ଡି ଆୟ ନାହିଁ କହିଲେ ଚଳେ। ତେଣୁ ବିଶୋଧନ ଆଳରେ ଶ୍ରୀମନ୍ଦିର ରାଜସ୍ବକୁ ଅଣଦେଖା କରାଯାଉଛି।
ସମ୍ପ୍ରତି ନୂଆ ଏସ୍‌ଓପି ଅନୁଯାୟୀ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଚାଲିଛି। ଡବଲ ଡୋଜ୍‌ କୋଭିଡ୍‌ ଟିକା ପ୍ରମାଣପତ୍ର କିମ୍ବା ଆର୍‌ଟି-ପିସିଆର୍‌ ସାର୍ଟିଫିକେଟ ବିନା ସପ୍ତାହରେ ୬ଦିନ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ସୁଯୋଗ ମିଳୁଛି। ତେବେ ପ୍ରତ୍ୟେକ ରବିବାର ଦର୍ଶନ ବନ୍ଦ ରଖାଯାଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବାଲେଶ୍ୱରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଶଶାଙ୍କ ନାୟକ କହିଛନ୍ତି, ରବିବାର ଛୁଟିଦିନ ହୋଇଥିବାରୁ ଆମ ଭଳି ଚାକିରିଆ ଲୋକେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁଥିଲେ ମଧ୍ୟ ପ୍ରଶାସନର କଟକଣା ଯୋଗୁ ତାହା ସମ୍ଭବ ହୋଇପାରୁ ନାହିଁ। ଛୁଟିଦିନରେ ଶ୍ରୀମନ୍ଦିର ବନ୍ଦ ରଖାଯିବା ଯଥାର୍ଥ ନୁହେଁ। ଶଶାଙ୍କଙ୍କ ପରି ଅନେକେ ଏଭଳି ମତ ରଖିଛନ୍ତି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି, ପ୍ରକୃତ ଉଦ୍ଦେଶ୍ୟ ଲୁଚାଯାଉଛି। ସାନିଟାଇଜ ଉଦ୍ଦେଶ୍ୟରେ ନୁହେଁ ବରଂ ରବିବାର ଗହଳି ରୋକିବା ପାଇଁ ପ୍ରଶାସନ ଏଭଳି କଟକଣା କରିଛି। ଏହି ଆଳରେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ କରାଯାଉଛି। ସେହିପରି ହୁଣ୍ଡି ଆୟ ହେଉଛି ଶ୍ରୀମନ୍ଦିର ପ୍ରଶାସନର ରାଜସ୍ବ ସଂଗ୍ରହର ଅନ୍ୟତମ ମାଧ୍ୟମ। ତେବେ ରବିବାର ଦର୍ଶନ ବନ୍ଦ ଯୋଗୁ ହୁଣ୍ଡି ଆୟ ସମେତ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ମଧ୍ୟ ପ୍ରଭାବିତ ହେଉଛି। ତେଣୁ ରାଜସ୍ବକୁ ଅଣଦେଖା କରାଯାଉଛି ବୋଲି କୁହାଯାଇପାରେ। ସେହିପରି ଏକ ହୋଟେଲର ମାଲିକ ସୁଶାନ୍ତ ସାହୁ କହିଛନ୍ତି, ବେଳାଭୂମି ଉଠାଦୋକାନୀଙ୍କ ସମେତ ହୋଟେଲ ଶିଳ୍ପ ପ୍ରଭାବିତ ହେଉଛି। ଛୁଟି ଦିନଗୁଡ଼ିକରେ ଭଲ ବ୍ୟବସାୟ ହୋଇଥାଏ। ଏଭଳି ସ୍ଥଳେ ଶ୍ରୀମନ୍ଦିର ବନ୍ଦ ରହିଲେ ବ୍ୟବସାୟ ମାନ୍ଦା ପଡୁଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସର ସାନିଟାଇଜ ପାଇଁ ୩ରୁ ୪ଘଣ୍ଟା ଲାଗିଥାଏ ବୋଲି ପୁରୀ ଅଗ୍ନିଶମ ଅଧିକାରୀ ମନୋଜ ମହାପାତ୍ର କହିଛନ୍ତି। ଏ ନେଇ ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି, ଶନିବାର ରାତି କିମ୍ବା ରବିବାର ସକାଳେ ସାନିଟାଇଜ କରାଯାଇପାରିବ। ତେବେ ପ୍ରଶାସନ କାହିଁକି ଗୋଟିଏ ଦିନ ଶ୍ରଦ୍ଧାଳୁଙ୍କୁ ଦର୍ଶନରୁ ବଞ୍ଚିତ କରୁଛି ତାହା ବୁଝାପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri