ବିଶୋଧନ ଆଳରେ ରାଜସ୍ୱକୁ ଅଣଦେଖା

ପୁରୀ ଅଫିସ,୫।୩: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଚାଲିଛି। କଟକଣା କୋହଳ କରାଯାଇ ଭକ୍ତଙ୍କୁ ଦାରୁଦିଅଁଙ୍କ ଦର୍ଶନର ସୁଯୋଗ ଦିଆଯାଉଛି। ତେବେ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ପରିସର ସାନିଟାଇଜ ଲାଗି ସାଧାରଣ ଦର୍ଶନ ବନ୍ଦ ରହୁଛି। ଫଳରେ ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ ହେବାକୁ ପଡୁଛି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେହିପରି ରବିବାର ଛୁଟିଦିନ ହୋଇଥିବାରୁ ବହୁ ଭକ୍ତ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମି ବୁଲି ଓ ସମୁଦ୍ର ସ୍ନାନ କରି ମଜା ଉଠାଇଥାନ୍ତି। ମାତ୍ର ଉକ୍ତ ଦିନ ଦର୍ଶନ ବନ୍ଦ ରହୁଥିବାରୁ ଭକ୍ତମାନେ ନିରାଶ ହେଉଥିବାବେଳେ ହୁଣ୍ଡି ଆୟ ନାହିଁ କହିଲେ ଚଳେ। ତେଣୁ ବିଶୋଧନ ଆଳରେ ଶ୍ରୀମନ୍ଦିର ରାଜସ୍ବକୁ ଅଣଦେଖା କରାଯାଉଛି।
ସମ୍ପ୍ରତି ନୂଆ ଏସ୍‌ଓପି ଅନୁଯାୟୀ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଚାଲିଛି। ଡବଲ ଡୋଜ୍‌ କୋଭିଡ୍‌ ଟିକା ପ୍ରମାଣପତ୍ର କିମ୍ବା ଆର୍‌ଟି-ପିସିଆର୍‌ ସାର୍ଟିଫିକେଟ ବିନା ସପ୍ତାହରେ ୬ଦିନ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ସୁଯୋଗ ମିଳୁଛି। ତେବେ ପ୍ରତ୍ୟେକ ରବିବାର ଦର୍ଶନ ବନ୍ଦ ରଖାଯାଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବାଲେଶ୍ୱରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଶଶାଙ୍କ ନାୟକ କହିଛନ୍ତି, ରବିବାର ଛୁଟିଦିନ ହୋଇଥିବାରୁ ଆମ ଭଳି ଚାକିରିଆ ଲୋକେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁଥିଲେ ମଧ୍ୟ ପ୍ରଶାସନର କଟକଣା ଯୋଗୁ ତାହା ସମ୍ଭବ ହୋଇପାରୁ ନାହିଁ। ଛୁଟିଦିନରେ ଶ୍ରୀମନ୍ଦିର ବନ୍ଦ ରଖାଯିବା ଯଥାର୍ଥ ନୁହେଁ। ଶଶାଙ୍କଙ୍କ ପରି ଅନେକେ ଏଭଳି ମତ ରଖିଛନ୍ତି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି, ପ୍ରକୃତ ଉଦ୍ଦେଶ୍ୟ ଲୁଚାଯାଉଛି। ସାନିଟାଇଜ ଉଦ୍ଦେଶ୍ୟରେ ନୁହେଁ ବରଂ ରବିବାର ଗହଳି ରୋକିବା ପାଇଁ ପ୍ରଶାସନ ଏଭଳି କଟକଣା କରିଛି। ଏହି ଆଳରେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ କରାଯାଉଛି। ସେହିପରି ହୁଣ୍ଡି ଆୟ ହେଉଛି ଶ୍ରୀମନ୍ଦିର ପ୍ରଶାସନର ରାଜସ୍ବ ସଂଗ୍ରହର ଅନ୍ୟତମ ମାଧ୍ୟମ। ତେବେ ରବିବାର ଦର୍ଶନ ବନ୍ଦ ଯୋଗୁ ହୁଣ୍ଡି ଆୟ ସମେତ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ମଧ୍ୟ ପ୍ରଭାବିତ ହେଉଛି। ତେଣୁ ରାଜସ୍ବକୁ ଅଣଦେଖା କରାଯାଉଛି ବୋଲି କୁହାଯାଇପାରେ। ସେହିପରି ଏକ ହୋଟେଲର ମାଲିକ ସୁଶାନ୍ତ ସାହୁ କହିଛନ୍ତି, ବେଳାଭୂମି ଉଠାଦୋକାନୀଙ୍କ ସମେତ ହୋଟେଲ ଶିଳ୍ପ ପ୍ରଭାବିତ ହେଉଛି। ଛୁଟି ଦିନଗୁଡ଼ିକରେ ଭଲ ବ୍ୟବସାୟ ହୋଇଥାଏ। ଏଭଳି ସ୍ଥଳେ ଶ୍ରୀମନ୍ଦିର ବନ୍ଦ ରହିଲେ ବ୍ୟବସାୟ ମାନ୍ଦା ପଡୁଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସର ସାନିଟାଇଜ ପାଇଁ ୩ରୁ ୪ଘଣ୍ଟା ଲାଗିଥାଏ ବୋଲି ପୁରୀ ଅଗ୍ନିଶମ ଅଧିକାରୀ ମନୋଜ ମହାପାତ୍ର କହିଛନ୍ତି। ଏ ନେଇ ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି, ଶନିବାର ରାତି କିମ୍ବା ରବିବାର ସକାଳେ ସାନିଟାଇଜ କରାଯାଇପାରିବ। ତେବେ ପ୍ରଶାସନ କାହିଁକି ଗୋଟିଏ ଦିନ ଶ୍ରଦ୍ଧାଳୁଙ୍କୁ ଦର୍ଶନରୁ ବଞ୍ଚିତ କରୁଛି ତାହା ବୁଝାପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌

ଭୁବନେଶ୍ୱର,୧୬।୪: ପ୍ରକାଶ ପାଇଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା। ରାଉଲକେଲାରୁ ପ୍ରାର୍ଥୀ ହେଲେ ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri