ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଅନେକ ପାରାଙ୍କୁ ଦେଖିବାକୁ ମିଳୁଛି। ସେଥିରୁ ଏକ ତା’ ପକ୍ଷୀ ମେଲାଇ ଲଗାତାର ବ୍ୟାକଫ୍ଲିପ୍ସ କରୁଛି। ଏହି ଧଳା ଏବଂ ନୀଳ ମିଶା ପାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଭିଡିଓକୁ ଫିଗେନର ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିଲା। ଏହାକୁ ଏପର୍ଯ୍ୟନ୍ତ ୪.୩ ନିୟୁତ ଲୋକେ ଦେଖି ସାରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
The best backflip ever!💕🤗🤗pic.twitter.com/paXXsU1ewr
— Figen (@TheFigen) July 28, 2022