Posted inଖେଳ

ଆଇଏଫ୍‌ଏ ଶିଲ୍ଡ: ସେମିରେ ରିୟଲ କଶ୍ମୀର, ୟୁନାଇଟେଡ ଏସ୍‌ସି

କୋଲକାତା,୧୦।୧୨(ପି.ଟି.): ଇଣ୍ଡିଆନ ଫୁଟବଲ ଆସୋସିଏଶନ (ଆଇଏଫ୍‌ଏ) ଆନୁକୂଲ୍ୟରେ ଏଠାରେ ଚାଲିଥିବା ଆଇଏଫ୍‌ଏ ଶିଲ୍ଡର ୧୨୩ତମ ସଂସ୍କରଣରେ ବୁଧବାର ରିୟଲ କଶ୍ମୀର ଓ ୟୁନାଇଟେଡ ଏଫ୍‌ସି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ୨-୧ ଗୋଲରେ ପିୟରଲେସ୍‌ ଏଫ୍‌ସିକୁ ହରାଇବା ପରେ ରିୟଲ କଶ୍ମୀର ୩-୦ ଗୋଲରେ ଆର୍ଯ୍ୟନ କ୍ଲବକୁ ହରାଇବା ସହିତ ସେମିକୁ ଉଠିଛି। ରିୟଲ କଶ୍ମୀର ତରଫରୁ ମାସନ ରବର୍ଟସନ ୭୨, ଡାନିସ ଫାରୁକ ୮୨ ଓ ଲୁକ୍‌ମ୍ୟାନ ଇଞ୍ଜୁରି ଟାଇମର ତୃତୀୟ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ତେବେ ଆର୍ଯ୍ୟନ ତରଫରୁ ଗୋଟିଏ ହେଲେ ବି ଗୋଲ ସ୍କୋର କରାଯାଇପାରି ନ ଥିଲା।
ସେହିପରି ୟୁନାଇଟେଡ ଏଫ୍‌ସି ତା’ର ପ୍ରଥମ ମ୍ୟାଚରେ ଗୋଗୁଳମ କେରଳକୁ ହରାଇବା ପରେ ବିବିଏସ୍‌ ସ୍ପୋର୍ଟିଂ କ୍ଲବ୍‌କୁ ୨-୧ ଗୋଲରେ ପରାସ୍ତ କରିଛି। ସେହିପରି ବିବିଏସ୍‌ ବିପକ୍ଷରେ ୟୁନାଇଟେଡ ତରଫରୁ ସୌରଭ ଦାସଗୁପ୍ତା ୨୦, ଜଗନ୍ନାଥ ଓରାଓ ୩୧ତମ ମିନିଟ୍‌ ଗୋଲ ଦେଇଥିଲେ। ଅନ୍ୟପଟେ ବିବିଏସ୍‌ ତରଫରୁ ସାଫିକ୍‌ ଅଲି ଗେନ୍‌ ୪୯ତମ ମିନିଟ୍‌ରେ ଗୋଟିଏ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠୁ ଆଇପିଏଲ୍‌ ମହାକୁମ୍ଭ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ଆରମ୍ଭ ହେବାକୁ ଗୋଟିଏ ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ଟାଇଟଲ ହାସଲ କରିବାକୁ ଜୋରଦାର...

ପଦାର୍ପଣ ଧାଡ଼ିରେ ଆଉ ୩ ଖେଳାଳି

କଲମ୍ବୋ,୨୪।୭: ଚଳିତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳ ପାଇଁ ୬ ଜଣ ଖେଳାଳି ପଦାର୍ପଣ କରିଥିଲେ। ହେଲେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ,...

କାର୍ତ୍ତିକ ତ୍ୟାଗି, ‘ନାମ୍‌ ତୋ ସୁନା ହୋଗା’; କିଛି ଏଭଳି ଥିଲା ଫାର୍ମରେ କାମ କରିବାଠାରୁ ଚର୍ଚ୍ଚିତ ପେସରର ଯାତ୍ରା..

ନୂଆଦିଲ୍ଲୀ,୨୨।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ବାଜିମାତ କରିଥିଲା। ଏହି ବିଜୟ ପରେ ଚର୍ଚ୍ଚାରେ ଭାରତର ଯୁବ ପେସର କାର୍ତ୍ତିକ...

ଭାରତୀୟ ସ୍କୁଲ ଛାତ୍ରୀଛାତ୍ରଙ୍କ କଳାବାଜିରେ ଚକିତ ଅଲିମ୍ପିକ୍ସ ଚାମ୍ପିୟନ

ନୂଆଦିଲ୍ଲୀ,୩୧।୮: ଦୁଇ ଛାତ୍ରୀଛାତ୍ରଙ୍କ ରାସ୍ତାରେ କଳାବାଜି (ସମରସଲ୍ଟିଂ) କରୁଥିବାବେଳର ଏକ ଭିଡିଓ କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଭିଡିଓରେ ପ୍ରଥମେ...

ଜାଭେଲିନ ଥ୍ରୋୟର ନିରଜଙ୍କୁ ଅଲିମ୍ପକ୍ସ ଯୋଗ୍ୟତା

ନୂଆଦିଲ୍ଲୀ,୨୯।୧- ଷ୍ଟାର ଜାଲେଭିନ ଥ୍ରୋୟର ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଆଥ୍‌ଲେଟିକ୍ସ ସେଣ୍ଟ୍ରାଲ ନର୍ଥ ଇଷ୍ଟ ପ୍ରତିଯୋଗିତାରେ ସେ ୮୭.୮୬...

‘ଧୋନୀ ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ’

ନୂଆଦିଲ୍ଲୀ, ୧୩।୨ (ପି.ଟି.)- ବେଶ୍‌ କିଛିଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତର ସର୍ବକାଳକୀନ ଶ୍ରେଷ୍ଠ ଅଧିନାୟକ ବୋଲି ଭେଟେରାନ ବ୍ୟାଟ୍ସମ୍ୟାନ...

ୟୁରୋକପ୍‌ ଫୁଟ୍‌ବଲ ଉଦ୍‌ଘାଟିତ

ରୋମ୍‌,୧୩।୬(ଏପି): କୋଭିଡ୍‌-୧୯ ସାରା ବିଶ୍ୱକୁ ପ୍ରଭାବିତ କରିବା ପରେ ପ୍ରଥମଥର ପାଇଁ କୌଣସି ବୃହତ୍‌ ସ୍ପୋଟର୍‌ସ ଇଭେଣ୍ଟ ଆରମ୍ଭ ହୋଇଛି। ୟୁରୋପ ମହାଦେଶର ସର୍ବବୃହତ୍‌ ଫୁଟ୍‌ବଲ...

ଇତିହାସ ରଚିଲେ ସିନ୍ଧୁ

ଟୋକିଓ,୧।୮: ଇତିହାସ ରଚିଲେ ଭାରତୀୟ ମହିଳା ଶଟଲର ପି ଭି ସିନ୍ଧୁ। ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ସିନ୍ଧୁ ଜିତିଛନ୍ତି ଦୁଇଟି ଅଲିମ୍ପିକ୍ସ ପଦକ।...

Advertisement
Archives

Model This Week