ସକାଳୁ ଉଠି ନିଶ୍ଚୟ କରନ୍ତୁ ଏହି ୪ କାମ; ସବୁ କାର୍ଯ୍ୟରେ ହେବେ ସଫଳ…

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ପ୍ରତିଟି ସମସ୍ୟା ଏବଂ ତାର ସମାଧାନର ବାଟ ରହିଛି। ଆଜି ବି ଏହି ଜ୍ଞାନ ଲୋକଙ୍କୁ ଆଗକୁ ବଢ଼ିବାକୁ ମାର୍ଗଦର୍ଶନ ଦେଇଆସୁଛି। ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଦିନର ଆରମ୍ଭ ସଠିକ ଭାବେ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ଏହାଦ୍ୱାରା ବ୍ୟକ୍ତି ପ୍ରତିଟି କାର୍ଯ୍ୟକୁ ଭଲ ଭାବେ କରିପାରିଥାଏ। ଯେପରିକି:

-ଯୋଜନା ଅଥବା ରୂପରେଖ:
ଚାଣକ୍ୟ କୁହନ୍ତି ବ୍ୟକ୍ତିଙ୍କୁ ସର୍ବପ୍ରଥମେ ଦିନ ଯାକ କ’ଣ କରିବାକୁ ହେବ ସେନେଇ ଯୋଜନା ପ୍ରସ୍ତୁତ କରିବା ଉଚିତ। ନିଜର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହାକୁ କରନ୍ତୁ। ଏହା ଦିନତମାମ ମୁଣ୍ଡରେ ରହିବ। ଏହାଦ୍ୱାରା ଯେକେହି ଆଗକୁ ବଢ଼ି ପାରିବ।
-ସମୟ ପରିଚାଳନା:
ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ସମୟର ମୂଲ୍ୟକୁ ଜାଣେ, ସେ ସଫଳ ହୋଇଥାଏ। ଏଥିପାଇଁ ବ୍ୟକ୍ତିକୁ ନିଜର ସମସ୍ତ କାର୍ଯ୍ୟ ସମୟ ଥାଇ ପୂରଣ କରିବା ଉଚିତ। ଯୋଜନା ମୁତାବକ ସମୟକୁ ଧ୍ୟାନରେ ରଖି ଯିଏ କାମ କରିଥାଏ ସେ ସଫଳ ହୁଏ। କାରଣ ଅତିତ କେବେ ଲେଉଟେନାହିଁ। ଏଣୁ ସମୟର ସଦୁପଯୋଗ କରନ୍ତୁ।

-ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ:
ଚାଣକ୍ୟ କୁହନ୍ତି କୌଣସି କାର୍ଯ୍ୟରେ ସଫଳ ହେବା ଲାଗି ନିରୋଗୀ ରହିବା ଉଚିତ। ଏଥିଲାଗି ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ। ପ୍ରତିଦିନ ସକାଳୁ ଉଠି କିଛି ସମୟ ଯୋଗ ଅଥବା ବ୍ୟାୟାମ କରନ୍ତୁ। ଏହାଦ୍ୱାରା ଶରୀର ମଜଭୂତ ହେବା ସହ ନିଜର କ୍ଷମତା ବଢ଼ିଥାଏ।

-ପରିବାରକୁ ସମୟ: ଚାଣକ୍ୟ କୁହନ୍ତି ପ୍ରତିଟି ବ୍ୟକ୍ତି ପରିବାର ପାଇଁ ସବୁକିଛି କରିଥାଏ। ଏଥିଲାଗି ଲୋକଙ୍କୁ ସକାଳେ କିଛି ସମୟ ପରିବାର ସହ ବିତାଇବା ଉଚିତ। ଏହାଦ୍ୱାରା ବ୍ୟକ୍ତିଙ୍କୁ ସୁଖଦ ଅନୁଭୂତି ମିଳିଥାଏ। ସେହିଭଳି କାର୍ଯ୍ୟ କରିବାକୁ ଶକ୍ତି ମଧ୍ୟ ମିଳିଥାଏ। ପରିବାରରୁ ମିଳୁଥିବା ପ୍ରେରଣାରୁ ବ୍ୟକ୍ତିଟିଏ ନିଷ୍ଠାର ସହ ଲକ୍ଷ୍ୟ ପ୍ରାପ୍ତି କରିବାର ଚେଷ୍ଟା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri