Posted inଜାତୀୟ

ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ୫ ଲକ୍ଷ ଟଙ୍କା

ଜୟପୁର,୧୪।୨: ଭାଲେଣ୍ଟାଇନ୍ସ ଦିବସ ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ଏକ ନିଆରା ପଦକ୍ଷେପ ନେଇଛନ୍ତି। ପ୍ରେମ ଯୋଡିଙ୍କ ପ୍ରେମ ବିବାହକୁ ସହଜ କରିବା ପାଇଁ ସରକାର ଏକ ନୂତନ ଘୋଷଣା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୮୦ ପ୍ରତିଶତ ଦିବ୍ୟାଙ୍କ ବ୍ୟକ୍ତିଙ୍କୁ ଜୀବନସାଥୀ ଯୋଗାଇ ଦେବା ପାଇଁ କଂଗ୍ରେସ ସରକାର ଏକ ଉପହାର ପ୍ରଦାନ କରିବେ। ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିବାହ କଲେ ସରକାର ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ଏହା ସହିତ ସରକାର ଭିନ୍ନ ଜାତିରେ ବିବାହ ପାଇଁ ଦିଆଯାଇଥିବା ଆର୍ଥିକ ସହାୟତା ପରିମାଣକୁ ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିଛନ୍ତି।
ସାମୂହିକ ବିବାହକୁ ପ୍ରୋତ୍ସାହିତ କରିବାକୁ ଗେହଲଟ ସରକାର ମଧ୍ୟ ଚେଷ୍ଟା କରିଛନ୍ତି। ସରକାର ସାମୂହିକ ବିବାହ ଅନୁଦାନ ଯୋଜନା ଅନ୍ତର୍ଗତ ଦେୟ ଅନୁଦାନ ପରିମାଣକୁ ଦମ୍ପତିଙ୍କ ପାଇଁ ୧୮ ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ବିଭିନ୍ନ ସମାଜ, ଜାତି ଏବଂ ଧର୍ମର ଲୋକେ ସାମୂହିକ ବିବାହ ସମାରୋହରେ ଅଂଶଗ୍ରହଣ କରି ବିବିଧତାର ଏକତାର ଆତ୍ମାକୁ ଅନୁଭବ କରନ୍ତି ଏବଂ ଅତି କମରେ ୨୫ ଦମ୍ପତି ବିବାହ କରନ୍ତି, ତେବେ ଏହି କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷ ପରେ କ୍ଷମତା ପରିବର୍ତ୍ତନ କରିବାର ପରମ୍ପରା ଏଠାରେ ଦୀର୍ଘ ଦିନ ଧରି ଚାଲିଆସୁଛି। କିନ୍ତୁ ଏଥର କଂଗ୍ରେସ ପୁରୁଣା ପରମ୍ପରାକୁ ଭାଙ୍ଗି ପୁଣିଥରେ ରାଜ୍ୟରେ କ୍ଷମତାକୁ ଫେରିବାକୁ ଚାହୁଁଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସମଗ୍ର କଂଗ୍ରେସ ଦଳ ସବୁ ପ୍ରକାର କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ ମିଳିବାର ୮ ଦିନ ପରେ ଦଳରୁ ବହିଷ୍କୃତ ହେଲେ ପ୍ରାର୍ଥୀ

ଲକ୍ଷ୍ନୌ,୧୮।୪: ବହୁଜନ ସମାଜ ପାର୍ଟୀ ପ୍ରାର୍ଥୀ ରାକେଶ କୁମାର କୁଶୱାହା ବାରୁଆଙ୍କୁ ଝାନସୀ-ଲଲିତପୁର ଲୋକ ସଭା ଆସନରୁ ଟିକେଟ୍‌ ଦେବାର ୮ ଦିନ ପରେ ଦଳରୁ...

ମୋ ଭୋଟ ବି ମ୍ୟାଡାମଙ୍କ ବୁଥକୁ ଟ୍ରାନ୍ସଫର କରି ଦିଅନ୍ତୁ, ଭାଇରାଲ ହେଉଛି ଏହି ନିର୍ବାଚନ ଅଧିକାରୀଙ୍କ ଫଟୋ

ନୂଆଦିଲ୍ଲୀ,୧୮।୪: ଦେଶରେ ଗଣତନ୍ତ୍ରର ମହାନ ପର୍ବ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଆସନ୍ତାକାଲି...

ଜେଲରେ ମିଠା-ଆମ୍ବ ଖାଉଛନ୍ତି କେଜରିଓ୍ବାଲ, କାହିଁକି କୋର୍ଟଙ୍କୁ ଏମିତି କହିଲେ ଇଡି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁମତି ମାଗିଥିବା ଆବେଦନ ଉପରେ ଇଡି ରାଉଜ ଆଭେନ୍ୟୁ କୋର୍ଟରେ...

ନିର୍ବାଚନ ପ୍ରଚାର ଛାଡି ଏହି ବ୍ୟକ୍ତିଙ୍କ ଜନ୍ମଦିନ ପାଳନ କରିବାକୁ ଗଲେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚରମ ସୀମାରେ ରହିଛି। ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶୁକ୍ରବାର ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ଲୋକ ସଭା ପାଇଁ ପୁଣି ଏକ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ପାଇଁ ଭାଜପାର ଆଉ ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ମହାରାଷ୍ଟ୍ରର ଗୋଟିଏ ଲୋକ ସଭା ଆସନ ପାଇଁ...

ମୋଦି-ଯୋଗୀଙ୍କୁ ଯିଏ ନିଜର ଭାବେ ନାହିଁ ସେ ନିଜ ପିତାଙ୍କୁ ମଧ୍ୟ ଆପଣାଇପାରିବ ନାହିଁ :ଭାଜପା ଏମ୍‌ପି ମନ୍ତବ୍ୟକୁ ନେଇ ଉଠିଲା ବିବାଦ

ଲକ୍ଷ୍ନୌ,୧୮।୪: ପଶ୍ଚିମ ୟୁପିରେ କ୍ଷତ୍ରିୟ ସମାଜର ଅସନ୍ତୋଷ ଭାରତୀୟ ଜନତା ପାର୍ଟିର ସମସ୍ୟାକୁ ବଢାଇ ଦେଇଛି। ଏହି ସମୟରେ ୟୁପିର ଗୌତମ ବୁଦ୍ଧ ନଗର ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri