ପିଇଲେ ମରିବ

ଗୁଜରାଟ ଭଳି ବିହାର ଏକ ମଦବିହୀନ ରାଜ୍ୟ ବା ‘ଡ୍ରାଏ ଷ୍ଟେଟ୍‌’। ଚଳିତବର୍ଷ ଜୁଲାଇ ୨୫ରେ ଗୁଜରାଟର ବୋଟାଡ୍‌ ଜିଲାରେ ବିଷାକ୍ତ ମଦ ପିଇ ୪୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେ ବିହାରର ସରନ୍‌ ଜିଲା ଅନ୍ତର୍ଗତ ଛାପ୍ରାରେ ମଧ୍ୟ ବିଷାକ୍ତ ମଦ ପିଇ ୮୦ ଜଣଙ୍କ ଜୀବନ ଗଲାଣି। ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିବା ପରେ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ସମ୍ପୃକ୍ତ ଅଞ୍ଚଳକୁ ନିଜ ଟିମ୍‌ ପଠାଇ ତଦନ୍ତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅତ୍ୟନ୍ତ ରୁକ୍ଷ ହୋଇ ମତ ଦେଇଛନ୍ତି, ‘ଯିଏ ପିଇବ ସେ ମରିବ’। ଏଭଳି ମନ୍ତବ୍ୟ ଦେଇ ନୀତୀଶ ତାଙ୍କର ମଦ ବିରୋଧୀ ଆଭିମୁଖ୍ୟ ଅତ୍ୟନ୍ତ କଠୋର ବୋଲି ପ୍ରମାଣ କରିଛନ୍ତି।
ଡ୍ରାଏ ଷ୍ଟେଟ୍‌ରେ ମଦର ଉପଲବ୍ଧତା ନେଇ ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ। ରାଜନୈତିକ ସମର୍ଥନ ଓ ପୋଲିସର ବିନା ସାହାଯ୍ୟରେ ବେଆଇନ ମଦ ବିକ୍ରି ସମ୍ଭବ ହୋଇ ନ ଥାଏ। ୨୦୧୬ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାରକୁ ମଦବିହୀନ ରାଜ୍ୟ ଭାବେ ଘୋଷଣା କରିଥିଲେ। ଏହା କୁହାଯାଇପାରେ ଯେ, ନୀତୀଶଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ବିହାରରେ ପୂର୍ବାପେକ୍ଷା ଆପରାଧିକ କାର୍ଯ୍ୟକଳାପ ଯଥେଷ୍ଟ ହ୍ରାସ ପାଇଛି। ଏକ ଉତ୍ତମ ଉଦ୍ଦେଶ୍ୟ ରଖି ରାଜ୍ୟରେ ମଦ ବିକ୍ରି ଉପରେ ସେ କଡ଼ା ଆଭିମୁଖ୍ୟ ରଖିଥିଲେ। ହେଲେ ପ୍ରଶାସନ ଓ ପୋଲିସର ବିଫଳତା ତାଙ୍କ ଲକ୍ଷ୍ୟକୁ ଭ୍ରଷ୍ଟ କରିଦେଇଛି। ଯେହେତୁ ରାଜ୍ୟରେ ମଦ କାରବାର ହେଉନାହିଁ, ମଦ ପ୍ରତି ଆସକ୍ତ ବ୍ୟକ୍ତିମାନେ ବାହାର ରାଜ୍ୟରୁ ଏହାକୁ ଚୋରାରେ ଆଣି ପିଇଥାଆନ୍ତି। ସୀମାନ୍ତରେ ଦୁର୍ବଳ ଯାଞ୍ଚ ବ୍ୟବସ୍ଥା ରାଜ୍ୟ ଭିତରକୁ ଅବାଧରେ ମଦ ଆସିବାରେ ସହାୟକ ହେଉଛି। ଯେଉଁସବୁ ଅଞ୍ଚଳକୁ ଏହା ପହଞ୍ଚତ୍ପାରୁ ନାହିଁ ସେଠାରେ ଦେଶୀମଦ ପ୍ରସ୍ତୁତ କରାଯାଇ ଲୁଚାଛପାରେ ବ୍ୟବସାୟ କରାଯାଉଛି। ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ସମ୍ପୃକ୍ତ ଅଞ୍ଚଳର ପୋଲିସ ଓ ରାଜନୈତିକ ବ୍ୟକ୍ତିଙ୍କୁ ଖୁସି କରାଉଥିବେ। ସେ ଯେତିକି ଅର୍ଥ ଏହି ଦୁଇ ବର୍ଗଙ୍କୁ ଲାଞ୍ଚ ଆକାରରେ ଦେବେ ନିଶ୍ଚିତ ଭାବେ ତାଙ୍କ ବ୍ୟବସାୟରୁ ଲାଭ ଉଠାଇବାକୁ ଚେଷ୍ଟା କରିବେ। ତେଣୁ ଶସ୍ତା ମଦ ପ୍ରସ୍ତୁତ କରିବାକୁ ଯାଇ ବେପାରୀ ଭାଗମାପ ପ୍ରତି ଆଖିବୁଜି ଦେଉଥିବେ। ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଗୋଟିଏ ରାଜ୍ୟକୁ କେବଳ ଡ୍ରାଏ ଷ୍ଟେଟ୍‌ ଘୋଷଣା କରିଦେଲେ ଲକ୍ଷ୍ୟ ପୂରଣ କଷ୍ଟକର ହେବ। କାରଣ ଯଦି ତା’ର ପଡ଼ୋଶୀ ପ୍ରଦେଶରେ ମଦ କାରବାର ହେଉଥିବ, ତାହା ହେଲେ ମଦପ୍ରିୟ ଲୋକଙ୍କୁ ନିୟନ୍ତ୍ରଣରେ ରଖିବା ସହଜ ହେବ ନାହିଁ। ଯେତେବେଳେ ଜଣେ ବ୍ୟକ୍ତି ହୁଅନ୍ତୁ ବା ଗୋଷ୍ଠୀ ମଦ ପିଇବାକୁ ଚାହିଁବେ ଏବଂ ତାହା ହାତ ପାହାନ୍ତାରେ ଉପଲବ୍ଧ ହେବ ନାହିଁ, ସେତେବେଳେ ସେ ବା ସେମାନେ ଜାକିଜୁକି ହୋଇ ରହିପାରନ୍ତି। ତେଣୁ ଏ ଦିଗରେ ପଡ଼ୋଶୀ ରାଜ୍ୟଗୁଡ଼ିକ ପରସ୍ପର ମଧ୍ୟରେ ଆଲୋଚନା କରିବାର ଆବଶ୍ୟକତା ରହିଛି।
ମଦ୍ୟପାନ କରି ଲୋକେ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡ଼ୁଥିବା ବେଳେ ଆପରାଧିକ ଘଟଣା ବୃଦ୍ଧି ପାଉଛି। ତାହା ଓଡ଼ିଶାରେ ଆମେ ଭୋଗୁଛୁ। ସରକାର ଅବକାରୀ ଦ୍ରବ୍ୟରୁ ପ୍ରଚୁର ଟିକସ ଆଦାୟ କରୁଥିବାରୁ ତାହାକୁ ତ୍ୟାଗ କରିବାକୁ ସାଧାରଣରେ ଚାହିଁ ନ ଥାନ୍ତି। ଅନ୍ୟପକ୍ଷରେ କୁହାଯାଇଥାଏ ମଦ କାରବାର ବନ୍ଦ କରିଦିଆଗଲେ ସେଥିରୁ ମିଳିବାକୁ ଥିବା ସୁଫଳ ସରକାରଙ୍କୁ ଏହାର କୁଫଳ ପାଇଁ ବ୍ୟୟ କରୁଥିବା ଅର୍ଥକୁ ରୋକିପାରନ୍ତା। ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁ ପ୍ରତି ମୁହୂର୍ତ୍ତରେ ଲୋକଙ୍କ ଜୀବନ ଯାଉଛି। ସଡ଼କ ଦୁର୍ଘଟଣାର ଏହା ଏକ ପ୍ରମୁଖ କାରଣ ବୋଲି ହିସାବ କରାଯାଇଛି। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି, ଭାରତରେ ନିଶାସକ୍ତ ଡ୍ରାଇଭରଙ୍କ ଯୋଗୁ ପ୍ରତି ଘଣ୍ଟାରେ ୧୬ ଜଣଙ୍କ ଜୀବନ ଯାଉଛି। ଦୁର୍ଘଟଣା ଯୋଗୁ ଆହତଙ୍କୁ ଡାକ୍ତରଖାନା ଅଣାଯିବା ପରେ ସେମାନଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟୟ ହେଉଥିବା ଅର୍ଥ ସରକାରୀ ତହବିଲରୁ ଖର୍ଚ୍ଚ ହୁଏ। ସେହିପରି ପାରିବାରିକ କନ୍ଦଳଠାରୁ ଆରମ୍ଭକରି ରାଜନୀତିଜନିତ ମାର୍‌ପିଟକୁ ମଦ ମଧ୍ୟ ଖୋରାକ ଯୋଗାଇଥାଏ। ତେଣୁ ମଦକୁ ନିୟନ୍ତ୍ରଣ କରିବା ଲାଗି ସଂଘୀୟ ବ୍ୟବସ୍ଥାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଗଲେ ହୁଏତ କିଛି ପରିବର୍ତ୍ତନ ଆସିପାରନ୍ତା। ତା’ ନ ହେଲେ ମଦବିହୀନ ରାଜ୍ୟ ଘୋଷଣା ହେଉଥିଲେ ମଧ୍ୟ ଲୋକେ ଚୋରା କିମ୍ବା ଦେଶୀ ମଦରେ ଭାସିବା ସାର ହେଉଥିବ, ଯାହାକି ଗୁଜରାଟ ଓ ବିହାରରେ ସ୍ପଷ୍ଟ ପ୍ରମାଣିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri