Posted inଫୁରସତ

ଏମିତି ପୁଷ୍କରିଣୀ, ଯାହାର ମାତ୍ର ୩ ବୁନ୍ଦା ପାଣି ପିଇଲେ ମେଣ୍ଟିଥାଏ ଶୋଷ

ଭାରତରେ ଅନେକ ପ୍ରାଚୀନ ମଠ, ମନ୍ଦିର, ପୁଷ୍କରିଣୀ ରହିଛି। ଯାହା ରହସ୍ୟରେ ପରିପୂର୍ଣ୍ଣ। ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ଠିକ୍‌ ଏପରି ଏକ ପୁଷ୍କରିଣୀ ଅଛି, ଯାହାର ରହସ୍ୟ ଆଜି ଯାଏ କେହି ଜାଣିପାରୁନାହାନ୍ତି। ଏହି ପୁଷ୍କରିଣୀର ଜଳ କେଉଁଠୁ ଆସେ, ଏହାର ଗଭୀରତା କେତେ କିଏ ଏହାକୁ ତିଆରି କରିଛି ଇତ୍ୟାଦି।

ଏହି ପୁଷ୍କରିଣୀର ନାମ ଭୀମକଣ୍ଡ। ଏହା ବିଷୟରେ ଅନେକ କିମ୍ବଦନ୍ତୀ ରହିଛି। କୁହାଯାଏ, ମହାଭାରତ ଯୁଗରେ ପାଣ୍ଡବମାନେ ବନବାସ ସମୟରେ ଏଠାକୁ ଯାଉଥିଲେ। ଏହି ସମୟରେ ଦ୍ରୌପଦୀଙ୍କୁ ଶୋଷ ଲାଗିଥିଲା। ପାଣ୍ଡବମାନେ ନିକଟରେ ଜଳ ଖୋଜିଲେ, କିନ୍ତୁ କୌଣସି ସ୍ଥାନରେ ଜଳର ସନ୍ଧାନ ପାଇଲେ ନାହିଁ। ତା’ପରେ ଧର୍ମରାଜ ଯୁଧିଷ୍ଠିର ନକୁଳଙ୍କୁ ମନେ ପକାଇଲେ। ନକୁଳଙ୍କର ଏତେ ଶକ୍ତି ଅଛି ଯେ, ସେ ପାତାଳ ଗଭୀରତାରେ ଜଳର ସନ୍ଧାନ ପାଇପାରନ୍ତି। ଏହା ପରେ ନକୁଳ ଧ୍ୟାନ କରି ଜଳ କେଉଁଠାରେ ଅଛି ଖୋଜିଲେ ହେଲେ ପାଇଲେ ନାହିଁ।

ଶେଷରେ ଯୁଧିଷ୍ଠିର ଭୀମଙ୍କୁ ଡାକିଲେ, ଭୀମ ନିଜ ଗଦାରେ ଭୂମିରେ ଗୋଟିଏ ପ୍ରହାର ପକାଇଲେ। ଏହା ପରେ ଜଳ ଦେଖା ଯାଇଥିଲା। ଜଳର ଉତ୍ସ ଭୂପୃଷ୍ଠରୁ ପ୍ରାୟ ୩୦ ଫୁଟ ତଳେ ଥିଲା। ତା’ପରେ ଯୁଧିଷ୍ଠିର ଅର୍ଜୁନଙ୍କୁ ତୀର ମାରିବା କୌଶଳ ଦେଖାଇଥିଲେ। ପରେ ଅର୍ଜୁନ ତୀର ସହିତ ଜଳ ଉତ୍ସକୁ ଯିବା ପାଇଁ ଶିଡ଼ି ତିଆରି କରିଥିଲେ। ଏହା ପରେ ଦ୍ରୌପଦୀ ଯାଇ ଶୋଷ ମେଣ୍ଟାଇଥିଲେ। ଏହି କାରଣରୁ ଏହା ଭୀମକଣ୍ଡ ନାମରେ ବି ଜଣାଶୁଣା।

ଅନ୍ୟ ଏକ ବିଶ୍ୱାସ ହେଉଛି, ଭୀମକଣ୍ଡ ଏକ ଶାନ୍ତ ଆଗ୍ନେୟଗିରି। ଅନେକ ଭୂବିଜ୍ଞାନୀ ଏହାର ଗଭୀରତା ମାପିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୁଷ୍କରିଣୀର ତଳ ମିଳିଲା ନାହିଁ। କୁହାଯାଏ, ଏହି ପୁଷ୍କରିଣୀର ଅଶୀ ଫୁଟ ଗଭୀରତାରେ ପ୍ରବଳ ଜଳସ୍ରୋତ ପ୍ରବାହିତ ହୁଏ। ଏହି ସ୍ରୋତ ବୋଧହୁଏ ଏହାକୁ ସମୁଦ୍ର ସହିତ ସଂଯୋଗ ହୋଇଛି। ଭୂ-ବିଜ୍ଞାନୀମାନଙ୍କ ପାଇଁ ମଧ୍ୟ ଭୀମକୁଣ୍ଡର ଗଭୀରତା ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ପଞ୍ଝାରେ ଆଇଟିଡିଏ ସହକାରୀ ନିର୍ଦ୍ଦେଶକ, ଏକକାଳୀନ ୩ ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର,୧୩ା୭: ଭୁବନେଶ୍ୱର ଆଇଟିଡିଏ ସହକାରୀ ନିର୍ଦ୍ଦେଶକ ସଞ୍ଜୟ କେସପେଟାଙ୍କ ଘରେ ସୋମବାର ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍‌ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା…

ମୃତ୍ୟୁ ପୂର୍ବରୁ, ଲିଣ୍ଡସେ ଟ୍ରମ୍ପଙ୍କ ପାଇଁ ତିନୋଟି କାର୍ଯ୍ୟ ତାଲିକାଭୁକ୍ତ କରିଥିଲେ, ରୁଷିଆ କଥା ଉଲ୍ଲେଖ କରି ଫୋନରେ କହିଥିଲେ, ‘ମୁଁ ଏବେ ମରିପାରିବି ନାହିଁ…’

ଓ୍ବାଶିଂଟନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ କମି ନାହିଁ, ଯାହା ଫଳରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଇତି ମଧ୍ୟରେ, ବରିଷ୍ଠ…

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଇରାନରେ ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ନିର୍ବାଚନ ଘୋଷଣା, ୫୩ ବର୍ଷ ମଧ୍ୟରେ ପ୍ରଥମ ଥର ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କଲେ ସରକାର

ଜେରୁଜେଲମ,୧୩।୭: ଇସ୍ରାଏଲର ପରବର୍ତ୍ତୀ ସାଧାରଣ ନିର୍ବାଚନ ପାଇଁ ତାରିଖ ସ୍ଥିର କରାଯାଇଛି; ଭୋଟିଂ ୨୭ ଅକ୍ଟୋବର, ୨୦୨୬ ରେ ହେବ। ଉଲ୍ଲେଖନୀୟ ଯେ, ଏହା ୩୮ ବର୍ଷ…

ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଇୟୁ, ୧୪ ରାଷ୍ଟ୍ରର ପ୍ରତ୍ୟାଖ୍ୟାନ

ମାନିଲା,୧୩ା୭: ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଆମେରିକା, ବ୍ରିଟେନ୍‌ ସମେତ ୧୪ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୬ର ଏକ ଅନ୍ତର୍ଜାତୀୟ ରାୟ ଅନୁଯାୟୀ ଦକ୍ଷିଣ ଚାଇନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri