ଡିଜେ, ବାଣ ଫୁଟା ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୧୪।୧୨(ବ୍ୟୁରୋ): ବିବାହ ପ୍ରେଶେସନରେ ମାନୁନାହାନ୍ତି କରୋନା କଟକଣା। ମନ ଇଚ୍ଛା ଡିଜେ ବଜାଇ ବାଣ ଫୁଟାଇ ଧୂମଧାମ୍‌ରେ ନାଚୁଛନ୍ତି ବରଯାତ୍ରୀ। ଡିଜେ ସାଉଣ୍ଡରେ ବରିଷ୍ଠ ନାଗରିକ, ଦୃଦ୍‌ରୋଗ ଆକ୍ରାନ୍ତ ବ୍ୟକ୍ତି, ଛୋଟ ପିଲାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ ଡିଜେ ଓ ବାଣଫୁଟା ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି। ରାଜଧାନୀରେ ରାତି ୧୦ ପରେ ବିବାହ ଉତ୍ସବରେ ଡିଜେ ବାଜୁଥିବା ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ ବାହାଘର ଏବଂ ଅନ୍ୟାନ୍ୟ ଉତ୍ସବ ପାଇଁ ବିଏମ୍‌ସି ପକ୍ଷରୁ କଟକଣା ରହିଛି। ହେଲେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସାମାଜିକ କାର୍ଯ୍ୟକ୍ରମ, ବିଶେଷ କରି ବିବାହ ଉତ୍ସବ ପାଇଁ ଅନୁମତି ମିଳିଛି। ଏଥି ସହିତ ରାତି ୧୦ଟା ପରେ କେହି ଡିଜେ ବଜାଇ ପାରିବେ ନାହିଁ କି ବାଣ ଫୁଟାଇ ବୋଲି ନିୟମ ରହିଛି। ହେଲେ ଏହି ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ ହେଉଛି। ଏ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ ପୋଲିସ । ନିୟମ ଅବମାନନା କରି ରାତି ୧୦ଟା ପରେ ଡିଜେ ବଜାଉଥିବା ନଜରକୁ ଆସିଲେ ପୋଲିସକୁ ଜଣାଇବାକୁ ଡିସିପି ଅନୁରୋଧ କରିଛନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ହେଲ୍ପ ଲାଇନ ନମ୍ବର ୦୬୭୪-୨୫୪୦୨୯୪ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ପୁଣି ୨୧୩୮ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୬୪୧୪୯ରେ ପହଞ୍ଚିଲା

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): ଶୁକ୍ରବାର ପୁଣି ୨୧୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪୧୪୯ରେ ପହଞ୍ଚିଛି। ଏେ...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୫୩ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୪୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

୨୪୮୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ବ୍ୟବସାୟ ଅନୁକୁଳ ବାତାବରଣ ଯୋଗୁ ଓଡ଼ିଶାକୁ ପୁଞ୍ଜିନିବେଶକାରୀ ଆକର୍ଷିତ ହେବାରେ ଲାଗିଛନ୍ତି। ଶୁକ୍ରବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର...

ପଶ୍ଚିମବଙ୍ଗ ମୁହାଁ ଅମ୍ଫନ୍‌

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ବାତ୍ୟା ଅମ୍ଫନ୍‌ ପାରାଦୀପଠାରୁ ଧିରେ ଧିରେ ଦୂରେଇ ଯାଇ ପଶ୍ଚିମବଙ୍ଗର ଦୀଘା ମୁହାଁ ହୋଇଛି । ବର୍ତ୍ତମାନ ପାରାଦୀପଠାରୁ ୧୫୦ କିଲୋମିଟର ଦୂରରେ...

ଆଜି ପହଞ୍ଚିବ କଳ୍ପନାଙ୍କ ମରଶରୀର: କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ଘଣ୍ଟା ରହିବ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚତ୍ବ। ଶୁକ୍ରବାର ସନ୍ଧ୍ୟାରେ ଆସିବାର ଥିଲା, ହେଲେ କାଠମାଣ୍ଡୁରୁ ମରଶରୀର ନେଇ ଆସିଥିବା ବିମାନ...

‘ବିଜେଡି, ଭାଜପା ସହ ଯିଏ ସମ୍ପର୍କରେ ଅଛ ସଜାଗ ରୁହ’

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଯିଏ କଂଗ୍ରେସରେ ରହି ବିଜେଡି ଏବଂ ଭାଜପା ସହ ସମ୍ପର୍କରେ ଅଛ ସେମାନେ ଆଉ ଏ ଦଳରେ ରୁହନାହିଁ। ସେମାନଙ୍କ ବିଷୟରେ ମୋ ପାଖରେ...

ଯାଞ୍ଚ ହେବ ସ୍କୁଲ ପିଲାଙ୍କୁ ନେଉଥିବା ଗାଡ଼ି

ଭୁବନେଶ୍ୱର,୧୯ା୪(ବ୍ୟୁରୋ):ସ୍କୁଲ ପିଲାଙ୍କୁ ନେଉଥିବା ବସ୍‌ ଓ ଅନ୍ୟାନ୍ୟ ଲାଇଟ୍‌ ଭେଇକିଲ ଏଣିକି ଯାଞ୍ଚ କରାଯିବ। ଯାଞ୍ଚ ନେଇ ସବୁ ଆଞ୍ଚଳିକ ପରିବହନ ଅଫିସ୍‌କୁ ରାଜ୍ୟ ପରିବହନ...

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ: ପାସ୍‌ ହାର ୭୦.୨୧%

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୭୦.୨୧% ଛାତ୍ରୀଛାତ୍ର ପାସ୍‌ କରିଥିବା...

Advertisement
Archives

Model This Week