ଘରେ ଝାଡ଼ୁକୁ ରଖୁଛନ୍ତି କି ଏମିତି ତେବେ ନିହାତି ଜାଣନ୍ତୁ…

ଝାଡ଼ୁ ଦ୍ବାରା ଘରକୁ କେବଳ ସଫା କରାଯାଏନି, ଐଶ୍ୱର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବେଶ୍‌ ସହାୟକ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଝାଡ଼ୁକୁ କିପରି ବ୍ୟବହାର କଲେ ଶୁଭଫଳ ମିଳିଥାଏ, ଜାଣନ୍ତୁ ସେ ସମ୍ପର୍କରେ…
* କଦାପି ଭାଙ୍ଗି ଯାଇଥିବା ଝାଡ଼ୁକୁ ବ୍ୟବହାର କରିବେ ନାହିଁ। ଏହାଦ୍ବାରା ଅଯଥାରେ ଟଙ୍କା ପଇସା ଖର୍ଚ୍ଚ ହୋଇଥାଏ।
* ଶନିବାର ଦିନ ନୂଆ ଝାଡ଼ୁ କିଣି ବ୍ୟବହାର କଲେ ଶୁଭଫଳ ମିଳିଥାଏ।
* ଝାଡ଼ୁକୁ ସର୍ବଦା ଘରର ଦକ୍ଷିଣ ଦିଗ ଅଥବା ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଆବଶ୍ୟକ।
* ରୋଷେଇ ଘରେ କିମ୍ବା ଆଲମାରି ନିକଟରେ ଝାଡ଼ୁ ରଖିଲେ ଧନହାନି ହେବା ସହ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ବୋଲି ବିଶ୍ୱାସ ରହିଛି।
* କୁହାଯାଏ, ସୂର୍ଯ୍ୟାସ୍ତ ପରେ ଘର ଝାଡ଼ୁ କଲେ ମହାଲକ୍ଷ୍ମୀ ରୋଷ କରିଥାନ୍ତି। ତେଣୁ ସର୍ବଦା ସୂର୍ଯ୍ୟୋଦୟ ପରେ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ଝାଡ଼ୁ କରିବା ଆବଶ୍ୟକ।
* ସେହିପରି ଝାଡ଼ୁ କରିବା ସମୟରେ ଘରୁ ବାହାରୁଥିବା ଅଳିଆକୁ ଦାଣ୍ଡଦୁଆରେ ବେଶୀ ସମୟ ଗଦେଇ ରଖିବେ ନାହିଁ। ଏହାବି ଘରର ଐଶ୍ୱର୍ଯ୍ୟରେ ବାଧା ସୃଷ୍ଟି କରିଥାଏ।
* ଘରେ ଯଦି ଏକାଧିକ ଝାଡୁ ରହିଛି; ତା’ହେଲେ ସେ ସବୁକୁ ଏକାଠି ଗୋଟେ ସ୍ଥାନରେ ନ ରଖି ଅଲଗା ଅଲଗା ସ୍ଥାନରେ ରଖିବା ଆବଶ୍ୟକ। ନଚେତ୍‌ ଘରେ କଳହ ଲାଗିଥାଏ ବୋଲି ଲୋକବିଶ୍ୱାସ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବୟସ ୫୦ ଟପିଲେ କ’ଣ ହୁଏ ଜାଣି ରଖନ୍ତୁ…

ଆଲଜିମର୍ସ ରୋଗ ପ୍ରାୟ ୫୦ ବର୍ଷ ବୟସ ପରେ ପ୍ରକାଶପାଏ। ରୋଗ ହେଲେ ମସ୍ତିଷ୍କର ସ୍ନାୟୁ କୋଷଗୁଡ଼ିକରେ ବିଟା-ଆମିଲଏଡ୍‌ ନାମକ ଏକ ପ୍ରୋଟିନ୍‌ ଖଣ୍ଡମାନ ଜମିଯାଏ।...

ସୁନୀତା ଉଇଲିୟମ୍ସଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ: ଆଶା ଓ ଆଶଙ୍କା

ସୁତରାଂ ଯାହା ଥିଲା ମାତ୍ର ୮ ଦିନ କାଳର ଏକ ସଂକ୍ଷିପ୍ତ ଅଭିଯାନ ତାହା ଏବେ ପ୍ରଯୁକ୍ତିଗତ ତ୍ରୁଟି ଜନିତ କାରଣରୁ କିଛି ମାସ ପର୍ଯ୍ୟନ୍ତ...

ଖାଦ୍ୟରେ ଗ୍ଲାଇସିମିକ୍‌ ଇଣ୍ଡେକ୍ସ ଓ ଡାଇବେଟିସ୍‌ ନିୟନ୍ତ୍ରଣ

ରକ୍ତରେ ଗ୍ଲୁକୋଜର ଉପସ୍ଥିତିକୁ ଡାକ୍ତରୀ ଭାଷାରେ କୁହାଯାଏ ‘ଗ୍ଲାଇସିମିଆ’। ରକ୍ତରେ ଗ୍ଲୁକୋଜ ସ୍ବାଭାବିକ ମାତ୍ରାଠାରୁ ବଢ଼ିଗଲେ ତାହା ‘ହାଇପରଗ୍ଲାଇସିମିଆ’ ଏବଂ ସ୍ବାଭାବିକ ମାତ୍ରାଠାରୁ କମିଗଲେ ତାହା...

ଜାଣନ୍ତୁ ନ୍ୟର କେଉଁ ଜିନିଷ ବ୍ୟବହାର କରିବେ ନାହିଁ,ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା…

ଅସୁବିଧାରେ ପଡ଼ିଲେ ଜଣେ ଅନ୍ୟଠାରୁ ସାହାଯ୍ୟ ମାଗିବା ସ୍ବାଭାବିକ କଥା ହୋଇପାରେ, କିନ୍ତୁ ଏମିତି ବି କିଛି ଜିନିଷ ରହିଛି ଯାହାକୁ ଅନ୍ୟଠାରୁ ମାଗି ଆଣି...

ଘରେ ପାରା ଅଣ୍ଡା ଦେବା ଶୁଭ ନା ଅଶୁଭ !

ପାରାଙ୍କୁ ସୁଖଶାନ୍ତିର ପ୍ରତୀକ ବୋଲି କୁହାଯାଏ। ସକାଳେ ସନ୍ଧ୍ୟାରେ ସେମାନଙ୍କୁ ଖାଇବାକୁ ଦେଲେ ଘରେ ସମୃଦ୍ଧି ବଢ଼େ ବୋଲି ବିଶ୍ୱାସ କରାଯାଏ। ଆଉ ବେଳେବେଳେ ଦେଖାଯାଏ,...

Featured Video Play Icon

କେବେ ପିରିୟଡସ ବନ୍ଦ ହୁଏ ?

ଜାଣନ୍ତୁ ଋତୁସ୍ରାବ ଓ ସ୍ତ୍ରୀ ରୋଗ ଗର୍ଭ ଧାରଣକୁ ନେଇ ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କ ପରାମର୍ଶ ।

ପିଲାମାନଙ୍କୁ ସବୁକ୍ଷେତ୍ରରେ ସଫଳ କରିବାକୁ ଚାହୁଁଥିଲେ….

ପିଲାଙ୍କର ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର…. ପିଲାଙ୍କ...

ଚାଉଳରେ ପୋକ ଲାଗୁଛି କି? ଆପଣାନ୍ତୁ ଏହି ଟିପ୍ସ

ଚାଉଳରେ ପୋକ ନ ଲାଗିବା ପାଇଁ ସେଥିରେ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ରଖାଯାଇଥାଏ। କିନ୍ତୁ ଏହା ବଦଳରେ ଆପଣ ଚାହିଁଲେ ଘରୋଇ ଉପାୟରେ ଚାଉଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri