ହେଲମେଟ୍‌ର ଓଜନ ଦେଢ଼ କିଲୋରୁ ଊର୍ଦ୍ଧ୍ୱ ହେଲେ ଲାଗିପାରେ ଜରିମାନା!

ଭୋପାଳ,୧୮।୮: ମଧ୍ୟପ୍ରଦେଶରେ ଟ୍ରାଫିକ୍‌ ନିୟମ ଏବେ କଡ଼ାକଡ଼ି ହେବାକୁ ଯାଉଛି। ପରିବହନ ବିଭାଗ, ନାପଟୋଲ ଓ ଟ୍ରାଫିକ୍‌ ପୋଲିସ ମିଳିତ ଭାବେ ଏବେ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ସମୟରେ ହେଲମେଟ୍‌ର ଓଜନ ମଧ୍ୟ ଯାଞ୍ଚ କରିବେ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଯଦି କୌଣସି ବ୍ୟକ୍ତି ୧ କିଲୋ ୨୦୦ଗ୍ରାମ୍‌ରୁ ଊର୍ଦ୍ଧ୍ୱ ଓଜନର ହେଲମେଟ୍‌ ପିନ୍ଧନ୍ତି ତେବେ ତାଙ୍କୁ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ନିକଟରେ ସଡ଼କ ପରିବହନ ଓ ରଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞାପ୍ତି ଜାରି କରାଯାଇଛି। ଯାହା ଦ୍ୱାରା ଗୋଟିଏ ମାନର ହେଲମେଟ୍‌ ବ୍ରିକ୍ରି ହୋଇପାରିବ। ଏପର୍ଯ୍ୟନ୍ତ ହେଲମେଟକୁ ନେଇ କୌଣସି ନିୟମ ନ ଥିଲା। ଏଥିପାଇଁ କମ୍ପାନୀଗୁଡ଼ିକ ନିଜ ମନ ମୁତାବକ ସବ୍‌ ଷ୍ଟାଣ୍ଡାର୍ଡର ହେଲମେଟ ନିର୍ମାଣ କରୁଥିଲେ। କିନ୍ତୁ ପରିବହନ ମନ୍ତ୍ରଣାଳୟ ଏହାକୁ ବ୍ୟୁରୋ ଅଫ୍‌ ଷ୍ଟାଣ୍ଡାର୍ଡର ବାଧ୍ୟତାମୂଳକ ତାଲିକାରେ ସାମିଲ କରିଛି। ବର୍ତ୍ତମାନ ହେଲମେଟର ଓଜନ ୧ କିଲୋ ୨୦୦ଗ୍ରାମ୍‌ରୁ ଅଧିକ ହେବ ନାହିଁ। ଟ୍ରାଫିକ୍‌ ପୋଲିସ କେବଳ ହେଲମେଟ ପିନ୍ଧି ନ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା। କିନ୍ତୁ ଏବେ ସବ୍‌ ଷ୍ଟାଣ୍ଡାର୍ଡର ହେଲମେଟ୍‌ର ମଧ୍ୟ ଯାଞ୍ଚ କରାଯିବ। ଯେଉଁ କମ୍ପାନୀ ସବ୍‌-ଷ୍ଟାଣ୍ଡାର୍ଡର ହେଲମେଟ ତିଆରି କରୁଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ କମ୍ପୀନୀ ଉପରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ୬ମାସର ଜେଲ୍‌ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ। ରାଜ୍ୟରେ ଏହି ନିୟମ ଲାଗୁ ହେବା ପରେ ଗାଡ଼ି ଚାଳକଙ୍କୁ ହାଲୁକା ହେଲମେଟ ବ୍ୟବହାର କରିବାକୁ ପଡ଼ିବ। ତେବେ ପରିବହନ ବିଭାଗ ମାନ ଅନୁସାରେ ଏହି ନୂତନ ହେଲମେଟ୍‌ରେ ଭେଣ୍ଟିଲେଟର ରହିବ। ଯାହାଦ୍ୱାରା ଲୋକମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବ ନାହିଁ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଦୁ କୌଶଳ ଦେଖାଇବା ସମୟରେ ଗଙ୍ଗା ନଦୀରେ ବୁଡ଼ିଗଲେ ଯାଦୁକର

କୋଲକତା,୧୭।୬: ଜଣେ ଯାଦୁକରଙ୍କୁ ଯାଦୁ କୌଶଳ ଦେଖାଇବା ମହଙ୍ଗା ପଡ଼ିଛି। ସେ ଗଙ୍ଗା ନଦୀରେ ବୁଡ଼ି ଯାଇଛନ୍ତି। ଉଦ୍ଧାରକାରୀ ଦଳ ତାଙ୍କର ସନ୍ଧାନ ଜାରି ରଖିଛନ୍ତି।...

ୟୁପିରେ ଏଏପି ସରକାର ଗଢିଲେ ମାଗଣା ମିଳିବ ବିଜୁଳି

ଲକ୍ଷ୍ନୌ,୧୬ ।୯: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଗୁରୁବାର ଏକ ବଡ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ ଏକ ଖବରଦାତା ସମ୍ମିଳନୀରେ ସେ...

ମେ’୩ରୁ ୬ ମଧ୍ୟରେ କୋଟାରୁ ଫେରିବେ ବିହାର ଛାତ୍ରୀଛାତ୍ର

ପାଟନା,୨।୫: ରାଜସ୍ଥାନର କୋଟାରେ କୋଚିଂ ପାଇଁ ଯାଇଥିବା ବିହାରର ଛାତ୍ରୀଛାତ୍ରଙ୍କ ଘରକୁ ଫେରିବା ଇଛା ଶେଷରେ ପୂରଣ ହୋଇଛି। ମେ’ ୩ରୁ ୬ ମଧ୍ୟରେ କୋଟାରେ...

ଲାଲ ସମ୍ବଲପୁରୀ ରେଶମ ଶାଢିରେ ବଜେଟ ଉପସ୍ଥାପନ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ସଂସଦରେ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀଙ୍କର ଏକ ସୁନ୍ଦର ଶାଢି ସଂଗ୍ରହ ସେଟ...

କେନ୍ଦ୍ର ନିଷ୍ପତ୍ତିର କୋଡ଼ିଏ ଦିନ ପରେ:କୁହୁଳୁଛି କଶ୍ମୀର, ନିଆଁକୁ ଡର

ଠିକ୍‌ କୋଡ଼ିଏ ଦିନ ତଳେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦...

ସବ୍‌ସିଡି ସାର ପାଇଁ ଗୋଟିଏ ବ୍ରାଣ୍ଡ୍‌ ‘ଭାରତ’

ନୂଆଦିଲ୍ଲୀ,୧୮।୧୦ : ଗୋଟିଏ ରାଷ୍ଟ୍ର ଗୋଟିଏ ସାର ଯୋଜନାର ଅଂଶବିଶେଷ ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୟୁରିଆ ସାରର ଗୋଟିଏ ବ୍ରାଣ୍ଡ ‘ଭାରତ’ର ଶୁଭାରମ୍ଭ...

ଦଖଲ ଆସନ ହାତଛଡ଼ା

ନୂଆଦିଲ୍ଲୀ,୨୭।୬: ୩ ଲୋକ ସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ଏହି ଆସନଗୁଡ଼ିକୁ ପୂର୍ବରୁ ଦଖଲ କରିଥିବା ଦଳଗୁଡ଼ିକ ପରାଜୟର ମୁହଁ...

ପେପର ଲିକ୍‌ ଉପରେ ଚର୍ଚ୍ଚା କରନ୍ତୁ ଭାଜପା ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ,୨।୪(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କ ସହ ପରୀକ୍ଷାକୁ ନେଇ ଚର୍ଚ୍ଚା କରୁଥିବାବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଭାଜପା ସରକାରଙ୍କୁ ପେପର...

Advertisement
Archives

Model This Week