Posted inଫୁରସତ

ଓଜନ ବଢ଼ିଲେ କଟିବ ଦରମା

ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିଶ୍ୱ ପ୍ରସିଦ୍ଧ ଏମିରେଟ୍‌ସ ଏୟାରଲାଇନ୍‌ର ଏୟାର ହୋଷ୍ଟେସଙ୍କ ଓଜନ ବଢ଼ିଲେ ତାଙ୍କୁ ଦଣ୍ଡ ଦିଆଯାଉଛି। ଏହାର ପୂର୍ବତନ କର୍ମଚାରୀମାନେ କୁହନ୍ତି, ସେମାନଙ୍କ ଓଜନ ବଢ଼ାଇବା ଉପରେ ଅଧିକାରୀମାନେ ପୂର୍ଣ୍ଣ ନଜର ରଖିଥାନ୍ତି। ଏଥିପାଇଁ ଦରମା ମଧ୍ୟ କଟାଯାଉଛି।

କମ୍ପାନୀ ପକ୍ଷରୁ କୁହାଯାଇଛି, ଆମେ ଏହା ଉପରେ କିଛି ପ୍ରତିକ୍ରିୟା ଦେବାକୁ ଚାହୁଁନୁ। କାରଣ ପୂର୍ବତନ କର୍ମଚାରୀମାନେ ନିଜ ନିଜ ମାମଲାରେ କଥା ହେଉଛନ୍ତି।

ଏମିରେଟ୍‌ସ ଏୟାରଲାଇନ୍‌ରେ କାମ କରୁଥିବା କିଛି ପାଇଲଟ୍‌ ଆଟେଣ୍ଡାଣ୍ଟ କୁହନ୍ତି, ଏୟାରହୋଷ୍ଟେସଙ୍କ ସ୍ମିତହାସ୍ୟ,ସୁନ୍ଦର ୟୁନିଫର୍ମ ପଛରେ କମ୍ପାନୀର କିଛି ନିୟମ ରହିଛି। ପୂର୍ବତନ ବିମାନ ଆଟେଣ୍ଡାଣ୍ଟ ମାୟା ଦୁକାରିକ ଦୁବାଇରୁ ନେଇ ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ବିମାନ ୧୭ ଘଣ୍ଟାର ଯାତ୍ରା। ଏହି ସମୟରେ କାମ କରିବା କେତେ ବାସ୍ତବତା ତାହା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ।

ଆଟେଣ୍ଡାଣ୍ଟ କାର୍‌ଲା ଭେଜନ କୁହନ୍ତି, ଚେହେରା ଏବଂ ୟୁନିଫର୍ମକୁ ନେଇ ବହୁତ କଡ଼ା ନିୟମ ରହିଛି। ଯଦି ୟୁନିଫର୍ମରୁ କାହାର ଟାଟୁ ଥିବା ଦେଖାଯାଏ ତେବେ ତାଙ୍କୁ ଚାକିରି ମିଳେ ନାହିଁ। ଯଦି କାହାର ଓଜନ ବଢ଼ିଯାଏ ଦରମା ବନ୍ଦ ସହ ଚାକିରି ମଧ୍ୟ ଚାଲିଯାଏ। ତେଣୁ ଅଫିସରଙ୍କଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଏଥିପ୍ରତି ବେଶ୍‌ ଯତ୍ନବାନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋଲାର ପ୍ଲାଣ୍ଟରୁ ମାସକୁ ଆୟ ୪ ଲକ୍ଷ ଟଙ୍କା

ପୌଡ଼ି: ‘ଆମେ ନିଜେ କିଛି କରିବୁ’ ଏଭଳି ବିଚାର କରୁଥିବା ଯୁବକମାନଙ୍କୁ ଧୀରେନ୍ଦ୍ର ସିଂ ରାଓତଙ୍କ ଠାରୁ କିଛି ଶିଖିବାକୁ ପଡିବ। ୩୧ ବର୍ଷ ଧରି...

ଫୁଲ୍‌ ପାଣି ବାଲ୍‌ଟି ଉପରେ ଚଢ଼ିଲା କୁକୁର, ପରେ କଲା ଏମିତି

ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଏକ କୁକୁରର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ...

ଥାଇଲ୍ୟାଣ୍ଡର ନିଆରା ସଂଗୀତ ପ୍ରତିଯୋଗିତା: ୩ ଦେଶରୁ ଗୀତ ଗାଇବାକୁ ଆସିଛନ୍ତି ପକ୍ଷୀ, ମିଳିବ ଦେଢ଼ ଲକ୍ଷ ପୁରସ୍କାର

ସଂଗୀତ ପ୍ରତିଯୋଗିତା ବିଷୟରେ ସମସ୍ତେ ଶୁଣିଛନ୍ତି ଏବଂ ଦେଖିଛନ୍ତି ମଧ୍ୟ। ଦକ୍ଷ ପ୍ରତିଯୋଗୀମାନେ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇ ନିଜ କଳାର ପ୍ରଦର୍ଶନ କରିଥାନ୍ତି। ଏମିତି...

ନିଆରା ପ୍ରତିଯୋଗିତା: ବିବାହ ପୋଷାକରେ ଦୌଡ଼ିଲେ ୩୦୦ ପ୍ରତିଯୋଗୀ, ଜାଣନ୍ତୁ କେତେ ଥିଲା ଓ୍ବେଡିଙ୍ଗ୍‌ ପ୍ୟାକେଜ୍‌

ଆଜିକାଲି ସମୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ସେଥିମଧ୍ୟରୁ କେତେକ ପ୍ରତିଯୋଗିତା ସ୍ମରଣୀୟ ରଖିବାକୁ ନିଆରା ଢଙ୍ଗରେ ଆୟୋଜନ କରାଯାଇଥାଏ। ଏହିପରି ଏକ ଅଜବ ପ୍ରତିଯୋଗିତା...

ରାୟଗଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟ

ପଶ୍ଚିମବଙ୍ଗର ଉତ୍ତର ଦୀନଜାପୁର ଜିଲା ଅନ୍ତର୍ଗତ ରାୟଗଞ୍ଜ ନାମକ ଏକ ସ୍ଥାନ ନିକଟରେ ରହିଛି ଲୋକପ୍ରିୟ ରାୟଗଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟ। ଏହା କୁଲିକ୍‌ ପକ୍ଷୀ ଅଭୟାରଣ୍ୟ...

ଏମିତି ଭାଷା, ଯାହାକୁ ସମଗ୍ର ବିଶ୍ୱରେ କେବଳ ଏକା କହିପାରନ୍ତି ଏହି ବୃଦ୍ଧା

ସାରା ବିଶ୍ୱରେ ୬,୯୦୦ରୁ ଅଧିକ କଥିତ ଭାଷା ରହିଛି। ଏହି ଭାଷାଗୁଡ଼ିକ ମଧ୍ୟରୁ ଅନେକ ହଜାର ହଜାର ବର୍ଷର ପୁରୁଣା। ଏଥିମଧ୍ୟରୁ କେତେକ ଭାଷା ଅସ୍ତିତ୍ୱ...

ସ୍ମୃତିର ଅବଧି ୨ ଘଣ୍ଟା

ଶିକାଗୋ: ମିଷ୍ଟର ପରଫେକ୍ସୋନିଷ୍ଟ ଆମୀର ଖାନ୍‌ଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ଗଜନୀ’। ଖଳନାୟକ ଗଜନୀଙ୍କ ମରଣାନ୍ତକ ଆକ୍ରମଣରେ ଚଳଚ୍ଚିତ୍ରର ନାୟକ ସଞ୍ଜୟ ସିଙ୍ଘାଣିଆ ଓରଫ୍‌ ଆମୀର...

‘ଓ୍ବାର୍କ ଫ୍ରମ୍‌ ହୋମ୍‌’ରୁ ନିଃସଙ୍ଗତା

ଓ୍ବାଶିଂଟନ: ବଦଳିଛି କାମ କରିବାର ତରିକା। ଏହାକୁ ଆହୁରି ସୁବିଧା କରିଦେଇଛି ଅନ୍‌ଲାଇନ ନେଟ୍‌ଓ୍ବାର୍କିଂ। ଘରେ ରହି କରାଯାଇପାରୁଛି ଗୋଟିଏରୁ ବଡ଼ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ...

Advertisement
Archives

Model This Week