Posted inଖେଳ

ସୀମିତ ଓଭରରେ ସଫଳ ନ ହେଲେ ଭାରତ ୪-୦ରେ ଟେଷ୍ଟ ସିରିଜ ହାରିବ: କ୍ଲାର୍କ

ସିଡ୍‌ନୀ,୨୫।୧୧(ପି.ଟି.): ଅଷ୍ଟ୍ରେଲିଆରୁ ଭାରତ ଫେରିବା ପୂର୍ବରୁ ଅଧିନାକୟ ବିରାଟ କୋହଲିଙ୍କୁ ଦିନିକିଆ ଓ ଟି୨୦ ସିରିଜରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ସହ ଉତ୍କୃଷ୍ଟ ନେତୃତ୍ୱ ପ୍ରତିପାଦନ କରିବାକୁ ହେବ। କୋହଲିଙ୍କୁ ଆଗରେ ରହି ନେତୃତ୍ୱ ନେବା ସହ ଭାରତକୁ ଦିନିକିଆ ଓ ଟି୨୦ ସିରିଜରେ ଜିତାଇବାକୁ ହେବ। ଏପରି ନ ହେଲେ ଭାରତ ଟେଷ୍ଟ ସିରିଜରେ ୪-୦ରେ ପରାସ୍ତ ହେବ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ ପୂର୍ବାନୁମାନ କରିଛନ୍ତି।
ପ୍ରଥମ ସନ୍ତାନର ଜନକ ହେବା ପାଇଁ କୋହଲି ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତ ପ୍ରତ୍ୟାବର୍ତ୍ତନ କରିବେ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୋହଲିଙ୍କୁ ପିତୃତ୍ୱ ଛୁଟି ପ୍ରଦାନ କରିଛି। ତେବେ କୋହଲି ଦିନିକିଆ ଓ ଟି୨୦ ସିରିଜ ସମେତ ଆଡିଲେଡ୍‌ରେ ଆୟୋଜନ ହେବାକୁ ଥିବା ପ୍ରଥମ ଟେଷ୍ଟରେ ନେତୃତ୍ୱ ନେବେ। ଏହି ସୀମିତ ଓଭର ସିରିଜରେ କୋହଲି ନିଜ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରିବେ ବୋଲି କ୍ଲାର୍କ କହିଛନ୍ତି। ଯଦି ଭାରତ ଦିନିକିଆ ଓ ଟି୨୦ ସିରିଜରେ ଭଲ ପ୍ରଦର୍ଶନ ନ କରେ ତା’ହେଲେ ଟେଷ୍ଟ ସିରିଜରେ ବଡ଼ ସମସ୍ୟାରେ ପଡିବ। ଏପରିକି ଭାରତ ୪-୦ରେ ଟେଷ୍ଟ ସିରିଜ ହାରିବ। ମାତ୍ର ଗୋଟିଏ ଟେଷ୍ଟ ଖେଳିଲେ ମଧ୍ୟ ସୀମିତ ଓଭରରେ ଭଲ ପ୍ରଦର୍ଶନ କଲେ ତାହାର ପ୍ରଭାବ ଟେଷ୍ଟ ସିରିଜରେ ପଡିବ ବୋଲି କ୍ଲାର୍କ କହିଛନ୍ତି।
ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏହି ହାଇପ୍ରୋଫାଇଲ ଟେଷ୍ଟ ସିରିଜରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ଚାପରେ ପକାଇବା ପାଇଁ ସେ ଆକ୍ରମଣାତ୍ମ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ସୀମିତ ଓଭରରେ ବୁମ୍‌ରା ଜବରଦସ୍ତ ପ୍ରଦର୍ଶନ କରି ନିଜର ଶ୍ରେଷ୍ଠତ୍ୱ ଜାହିର କରିଛନ୍ତି। ଟେଷ୍ଟ ମଧ୍ୟ ସେ ଅସାଧାରଣ ପ୍ରଦର୍ଶନ କରିଛନ୍ତି ବୋଲି କ୍ଲାର୍କ କହିଛନ୍ତି। ବୁମ୍‌ରାଙ୍କ ଆକ୍ସନରେ ଭିନ୍ନତା ରହିଛି ଓ ଦ୍ରୁତ ଗତିରେ ସେ ବୋଲିଂ କରିବାର କ୍ଷମତା ରଖୁଛନ୍ତି। ସେ ଆକ୍ରମଣାତ୍ମ ବୋଲିଂ କଲେ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇପାରିବେ। ଡେଭିଡ୍‌ ଓ୍ବାର୍ନର ଓ ଷ୍ଟିଭ୍‌ ସ୍ମିଥଙ୍କୁ ସେ ପୂର୍ବରୁ ମଧ୍ୟ ସମସ୍ୟାରେ ପକାଇଛନ୍ତି। କୋହଲି ଓ ବୁମ୍‌ରାଙ୍କ ଉପରେ ଭାରତର ପ୍ରଦର୍ଶନ ନିର୍ଭର କରୁଛି। ଏହି ଦୁଇ ଖେଳାଳି ଆକ୍ରମଣାତ୍ମକ ପ୍ରଦର୍ଶନ କରିପାରିଲେ ଘରୋଇ ଦଳ ପାଇଁ ସମସ୍ୟା ସୃଷ୍ଟି ହେବ କ୍ଲାର୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri