ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ ପୂର୍ବରୁ ଗ୍ରାମରୁ ୮ କିମି ଦୂରରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ମତଦାନ କେନ୍ଦ୍ରକୁ ଭୋଟ୍‌ ଦେବା ପାଇଁ ଯାଉଥିଲେ। ଏନେଇ ସିର୍ଲିଗୁଡା ଗ୍ରାମବାସୀ ଦୀର୍ଘବର୍ଷରୁ ନିଜ ଗାଁରେ ମତଦାନ କେନ୍ଦ୍ର ପାଇଁ ଜିଲା ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି, ହେଲେ ଗ୍ରାମବାସୀଙ୍କ ଦାବିକୁ ଅଣଦେଖା କରି ଚଳିତ ନିର୍ବାଚନରେ ପ୍ରଶାସନ ସିର୍ଲିଗୁଡ଼ାର ହାମ୍‌ଲେଟ ଗାଁ ଅଁଳାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର କରିଛନ୍ତି ଓ ଯାହାକୁ ବିରୋଧ କରି ପ୍ରଶାସନକୁ ଭୋଟ୍‌ ବର୍ଜନ ପାଇଁ ଲିଖିତ ଅଭିଯୋଗ ସହ ଗ୍ରାମରେ ବୈଠକ କରି ଚରମ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ। ଏହି ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ଶନିବାର ଜିଲା ପ୍ରଶାସନ ପକ୍ଷରୁ ଧର୍ମଗଡ଼ ଉପଜିଲାପାଳ ଧିମାନ ଚକମା, କୋକସରା ବିଡିଓ ସ୍ନେହାପ୍ରଭା ମାଝି, ତହସିଲଦାର ନବୀନ କିଶୋର ପାଢ଼ୀ, ଥାନା ଅଧିକାରିଣୀ ରନିତା ପ୍ରଧାନ ସିର୍ଲିିଗୁଡ଼ା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ପ୍ରାଥମିକ ବିଦ୍ୟାଳୟରେ ଏକ ବୈଠକ ଡାକି ଆଲୋଚନା କରିଥିଲେ ଓ ପ୍ରଶାସନ ପକ୍ଷରୁ ସେମାନଙ୍କ ଦାବି ବର୍ତ୍ତମାନ ସ୍ଥିତିରେ ପୂରଣ କରିବା ସମ୍ଭବ ନୁହେଁ, ଆଗାମୀ ସମୟରେ ସିର୍ଲିଗୁଡ଼ାଠାରେ ମତଦାନ କେନ୍ଦ୍ର କରିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯିବ ବୋଳି ପ୍ରଶାସନିକ ଅଧିକାରୀମାନେ କହିଥିଲେ। ନାଗରିକ ହିସାବରେ ନିକଟସ୍ଥ ଅଁଳାଗୁଡା ମତଦାନ କେନ୍ଦ୍ରରେ ଭୋଟ୍‌ ଦେବାକୁ ବୁଝାଇବା ପରେ ମଧ୍ୟ ଗ୍ରାମବାସୀ ନିଜ ଜିଦରେ ଅଡ଼ି ରହି ‘ନୋ ବୁଥ୍‌ ନୋ ଭୋଟ୍‌’ ବୋଲି ପ୍ରଶାସନକୁ ନିଜର ନିଷ୍ପତ୍ତି ଶୁଣାଇବା ସହ ଭୋଟ୍‌ ବର୍ଜନ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଆଲୋଚନା ସମୟରେ ସିର୍ଲିଗୁଡ଼ା ଗ୍ରାମର ଚନ୍ଦ୍ର ଶେଖର ସୁନାନୀ, ଧନେଶ୍ୱର ମହାନନ୍ଦ, ପୁରୁଷୋତ୍ତମ ସୁନାନୀ, ବସନ୍ତ ନାଗ, ଭୂଷଣ ମହାନନ୍ଦଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri