ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ: ଏହି ଜିଲାରେ ପ୍ରବଳ ବର୍ଷା…

ଭୁବନେଶ୍ୱର,୧୮ା୧୧(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଅତି ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକ୍ୱାନ’। ବୁଧବାର ଏହା ଆହୁରି ଶକ୍ତିଶାଳୀ ହୋଇ ଭୀଷଣ ବାତ୍ୟା ଏବଂ ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ପରେ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୦ ତାରିଖ ଶୁକ୍ରବାର ଦ୍ୱିପ୍ରହର ବେଳକୁ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଏବଂ ଟୁନି ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ସର୍ବାଧିକ ବେଗ ୧୪୫ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲ୍ୟାଣ୍ଡ୍‌ଫଲ୍‌ ପରେ ବାତ୍ୟା ଆଗକୁ ବଢ଼ିବା ସମୟରେ ଏହା କ୍ରମଶଃ ଦୁର୍ବଳ ହେବ ଓ ବାତ୍ୟାର ବାହ୍ୟ ବଳୟ ଓଡ଼ିଶାକୁ ଛୁଇଁବ। ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାପୂର୍ବରୁ ଅର୍ଥାତ୍‌ ୧୮ ତାରିଖ ସନ୍ଧ୍ୟା ପରେ ଓଡ଼ିଶାରେ ପବନର ବେଗ ବଢିବ। ୨୦ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସର୍ବାଧିକ ପବନର ବେଗ ୭୦ କି.ମି. ରହିବା ନେଇ ଆକଳନ କରାଯାଇଛି। ସେହିପରି ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷକରି ଆନ୍ଧ୍ରକୁ ଲାଗି ରହିଥିବା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। ଭୀଷଣ ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହିବା ସହିତ ତରଙ୍ଗର ଉଚ୍ଚତା ୧୨ ମିଟର ଏବଂ ଅତି ଭୀଷଣ ବାତ୍ୟା ସମୟରେ ତରଙ୍ଗର ଉଚ୍ଚତା ୧୪ ମିଟରରୁ ଅଧିକ ହୋଇପାରେ। ତେଣୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ଉଚିତ ନୁହେଁ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାରଠାରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ। ଗଜପତି, ଗଞ୍ଜାମ ଓ ପୁରୀ ଜିଲାରେ ପ୍ରବଳ ବର୍ଷା ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାକୁ ଝଡ଼ବର୍ଷା ସହ ୫୦ କି.ମି. ବେଗରେ ପବନ ବହିବା ନେଇ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଗୁରୁବାର ୧୯ ତାରିଖରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଜପତି, ଗଞ୍ଜାମ, ପୁରୀ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ୨୦ ତାରିଖ ପାଇଁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ଏବଂ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର,୧୮ା୧୧(ସୁନିତ୍‌ ମିଶ୍ର): ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନ ଆରମ୍ଭରୁ ଦିବଂଗତ ନେତାମାନଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ।…

ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ: ୧୪ ମିଟର ଉଚ୍ଚକୁ ଉଠିବ ସମୁଦ୍ର ଢେଉ, ୭୦ କି.ମି. ବେଗରେ…

ଭୁବନେଶ୍ୱର, ୧୭ା୧୧ (ବନ୍ଦନା ସେଠୀ) – ବଙ୍ଗୋପସାଗରରେ ଅତି ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକ୍ୱାନ’। ବୁଧବାର ଏହା…

ହାଇଆଲର୍ଟରେ ଗଞ୍ଜାମ ପ୍ରଶାସନ: ୩ ଦିନ ପାଇଁ ସମସ୍ତ ସମୁଦ୍ର ବେଳାଭୂମି ମନା, ୧୧୩୯ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସୁରକ୍ଷିତ ସ୍ଥାନକୁ…

ଛତ୍ରପୁର, ୧୭।୧୧ (ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ…

ସନ୍ୟାସକୁ ନେଇ ଭାବୁକ ହେଲେ ଧୋନୀ, ସୋସିଆଲ ମିଡିଆରେ ଭିଡିଓ ଛାଡି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୧୧: ଚେନ୍ନାଇ ସୁପର କିଙ୍ଗ୍ସ, ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ନ୍ୟାସର ଘୋଷଣା କରିସାରିଥିଲା। ଯାହାପରେ ସମସ୍ତେ ଧୋନୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଅପେକ୍ଷା କରି…

ତିକ୍ଷୀରିରେ ବୁଲିଲା ବୁଲଡୋଜର୍: ୧୨୪ ଜବରଦଖଲ ଗୃହ ଉଚ୍ଛେଦ ଅଭିଯାନ

ମହାକାଳପଡ଼ା, ୧୭/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବହୁଚର୍ଚ୍ଚିତ ତିକ୍ଷୀରି ପଞ୍ଚାୟତର ଟିଖିରୀ ମୌଜାରେ ସରକାରୀ ଜମି ଜବରଦଖଲ କରି ନିର୍ମାଣ…

ବାତ୍ୟାକୁ ନେଇ ୨ଦିନ ସ୍କୁଲ ଛୁଟି ଘୋଷଣା, ଜାଣନ୍ତୁ କେଉଁଠି?

ଭୁବନେଶ୍ୱର, ୧୭।୧୧: ଆସୁଛି ବାତ୍ୟା ଅକୱାନ୍ । ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ବାତ୍ୟା । ବାତ୍ୟାର ନୂଆ ଟ୍ରାକ୍ ମଧ୍ୟ ଜାରି…

ଦାରିଙ୍ଗବାଡ଼ି ପର୍ଯ୍ୟଟନରେ ଯୋଡ଼ିହେଲା ନୂଆ ଫର୍ଦ୍ଦ, ଉଦ୍‌ଘାଟିତ ହେଲା ‘ରୁରାଲିଆ’

ଦାରିଙ୍ଗବାଡ଼ି, ୧୭/୧୧ (ଅରୁଣ ସାହୁ): ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୋରମ ପରିବେଶ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ସର୍ବଦା…

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ବ୍ଲକରେ ସିଡିଓଙ୍କ ସମୀକ୍ଷା, ସ୍ଥାନାନ୍ତର ପାଇଁ ପ୍ରଶାସନର ପ୍ରସ୍ତୁତି

ଗଞ୍ଜାମ,୧୭।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ସଜାଗ ହୋଇଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?