କେବିକେରେ ୧୫ରୁ ଅଧିକ ପିଲା ଥିଲେ ସ୍କୁଲ ରହିବ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ସ୍କୁଲ୍‌ ବନ୍ଦ ପ୍ରସଙ୍ଗରେ ଶେଷରେ ବିରୋଧୀଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ସିଡ୍ୟୁଲ ଏରିଆ ତଥା ଆଦିବାସୀ ଅଞ୍ଚଳ ଭଳି ରାଜ୍ୟର କେବିକେ ଅଞ୍ଚଳରେ ମଧ୍ୟ ୧୫ରୁ ଅଧିକ ପିଲା ଥିଲେ ସ୍କୁଲ୍‌ ରହିବ। ଏନେଇ ସୋମବାର ବିଧାନସଭାରେ ସ୍ପଷ୍ଟୋକ୍ତି ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସିଡ୍ୟୁଲ ଅଞ୍ଚଳରେ ୨୫ରୁ କମ୍‌ ପିଲା ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ବିଧାନସଭାରେ ଏନେଇ ପ୍ରବଳ ହଟ୍ଟଗୋଳ ପରେ ସରକାର ନିଷ୍ପତ୍ତି ବଦଳାଇଛନ୍ତି। କେବିକେ ଅଞ୍ଚଳରେ ୨୦ରୁ କମ୍‌ ପିଲା ଥିବା ସ୍କୁଲ ବନ୍ଦ କରିବାକୁ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ପରିବର୍ତ୍ତିତ ନିଷ୍ପତ୍ତି ଦ୍ୱାରା କେବିକେର ମୋଟ ୮ ଜିଲାର ଛାତ୍ରୀଛାତ୍ର ଉପକୃତ ହେବେ। କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡ଼ାର ୮୦ ବ୍ଲକ୍‌ରେ ଏହି ନୂଆ ନିୟମ ଲାଗୁ ହେବ। ଭୌଗୋଳିକ ଅବସ୍ଥିତି ଓ ଛାତ୍ରୀଛାତ୍ରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି।
ଲଗାତାର ୩ୟ ଦିନ ପାଇଁ ବିଧାନସଭା ଶୀତ ଅଧିବେଶନରେ ସ୍କୁଲ୍‌ ବନ୍ଦ ପ୍ରସଙ୍ଗ ଉଠିଥିଲା। ବିରୋଧୀମାନେ ସିଡ୍ୟୁଲ ଏରିଆ ଭଳି କେବିକେ ଅଞ୍ଚଳ ପାଇଁ ସମାନ ନିୟମ କରିବାକୁ ଦାବି କରିଥିଲେ। ଅପରାହ୍ନ ଅଧିବେଶନର ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କେବିକେ ଅଞ୍ଚଳରେ ୧୫ କିମ୍ବା ତା’ଠାରୁ ଅଧିକ ପିଲା ଥିବା ସ୍କୁଲ୍‌ଗୁଡ଼ିକୁ ବନ୍ଦ ନ କରିବାକୁ ଦାବି କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ନରସିଂହଙ୍କୁ ସମର୍ଥନ କରି ସିଡ୍ୟୁଲ ଓ କେବିକେ ଅଞ୍ଚଳ ପାଇଁ ସମାନ ନିୟମ କରିବାକୁ ଦାବି କରିଥିଲେ। ସେହିଭଳି ନନ୍‌ ସିଡ୍ୟୁଲ୍‌ ଅଞ୍ଚଳ ପାଇଁ ସ୍କୁଲ୍‌ ଏକତ୍ରୀକରଣ ନିୟମ କୋହଳ କରାଯାଉ। ୪୦ ପରିବର୍ତ୍ତେ ୨୦ରୁ କମ୍‌ ପିଲା ଥିଲେ ସ୍କୁଲ୍‌ ମିଶ୍ରଣ କରାଯାଉ ବୋଲି ସେ କହିଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପାହାଡ଼ିଆ ଅଞ୍ଚଳର ପିଲାଙ୍କ ପାଇଁ ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ଦାବି କରିବା ସହ କେବିକେର ୮ ଜିଲାରେ ସିଡ୍ୟୁଲ ଏରିଆ ଭଳି ନିୟମ କରିବାକୁ କହିଥିଲେ। ସେହିଭଳି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ଭାଜପା ବିଧାୟକ ମୋହନ ମାଝି, ଜୟନାରାୟଣ ମିଶ୍ର ପ୍ରମୁଖ ଏ ପ୍ରସଙ୍ଗରେ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଥିଲେ। କେନ୍ଦ୍ର ସରକାର ଯଦି ୨୦୧୭ରୁ ସ୍କୁଲ୍‌ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତା’ହେଲେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କାହିଁକି ବସିଥିଲେ ବୋଲି ଜୟପୁର ବିଧାୟକ ତାରା ବାହିନୀପତି ପ୍ରଶ୍ନ କରିଥିଲେ। ହଠାତ୍‌ ଏଭଳି ନିଷ୍ପତ୍ତି ନେବାର କାରଣ କ’ଣ ଓ କେବିକେରେ ଏହି ନିୟମକୁ କୋହଳ କରିବାକୁ ସେ ଜିଦ୍‌ ଧରିଥିଲେ। ଭାଜପା ବିଧାୟକ ଭାସ୍କର ମଡ଼େଇ ଶିମିଳିପାଳ ଭିତରେ ଥିବା ସ୍କୁଲ୍‌ ପାଇଁ ୧୫ ପରିବର୍ତ୍ତେ ୧୦ଟି ପିଲାରେ ସ୍କୁଲ୍‌ ଖୋଲିବାକୁ ଦାବି କରିଥିଲେ। ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଏହି ସ୍କୁଲ୍‌ରେ ୧୫ ପିଲା ପଢିବା ଅସମ୍ଭବ। ତେଣୁ ସରକାର ଏହି ଅଞ୍ଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଥିଲେ। ବିରୋଧୀଙ୍କ ମିଳିତ ଦାବି ଶୁଣିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ଏନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସିଡ୍ୟୁଲ ଏରିଆ ଭଳି କେବିକେ ଜିଲାଗୁଡ଼ିକରେ ମଧ୍ୟ ୧୫ରୁ ଅଧିକ ପିଲା ଥିବା ସ୍କୁଲ୍‌ଗୁଡ଼ିକର ମିଶ୍ରଣ କରାଯିବ ନାହିଁ ବୋଲି ମନ୍ତ୍ରୀ ଦାଶ ନିଜ ଉତ୍ତରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri