ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌: ୧୫ରୁ କଟିବ ଚାଲାଣ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ(ଏଚ୍‌ଏସ୍‌ଆର୍‌ପି) ନ ଥିଲେ ଚାଲାଣ କଟିବ । ଜାନୁଆରୀ ୧୫ ତାରିଖରୁ ଏହି ନିୟମ କଡ଼ାକଡ଼ି କରାଯିବ। ତେବେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଚାଲାଣ କଟାଯିବ ବୋଲି ଅତିରିକ୍ତ ପରିବହନ କମିଶନର (ଏନ୍‌ଫୋର୍ସମେଣ୍ଟ) ଲାଲ ମୋହନ ସେଠୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ୧/୪/୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ିଗୁଡ଼ିକ(ଶେଷ ନମ୍ବର ୧,୨,୩,୪,୫ ଓ ୬ରେ ଶେଷ ହୋଇଥିବା)ରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲାଗି ନ ଥିଲେ ଆସନ୍ତା ୧୫ ତାରିଖରୁ ଚାଲାଣ କଟାଯିବ। କାରଣ ଏସବୁ ନମ୍ବର ପାଇଁ ଏଚ୍‌ଏସ୍‌ଆର୍‌ପି ଲଗାଇବାର ଧାର୍ଯ୍ୟ ସମୟ ଶେଷ ହୋଇଯାଇଛି। ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଏହି ସବୁ ନମ୍ବର ଥିବା ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାକୁ କୁହାଯାଇଥିଲା।

ସେହିଭଳି ଓଡ଼ିଶା ରେଜିଷ୍ଟ୍ରେସନ ମାର୍କ ଓ ରେଜିଷ୍ଟ୍ରେସନ ନମ୍ବର ୭ ଏବଂ ୮ ସହିତ ଶେଷ ହେଉଥିବା ଗାଡ଼ି ଗୁଡ଼ିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାର ଶେଷ ତାରିଖ ଜାନୁଆରୀ ୩୧। ୯ ଓ ୦ ସହିତ ଶେଷ ହେଉଥିବା ଗାଡ଼ି ଗୁଡିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାର ଶେଷ ତାରିଖ ଫେବୃୟାରୀ ୨୮। ଏହି ଧାର୍ଯ୍ୟ ସମୟ ଶେଷ ହେଲେ ଏହି ସବୁ ଗାଡ଼ି ଗୁଡ଼ିକର ମଧ୍ୟ ଏଚ୍‌ଏସ୍‌ଆର୍‌ପି ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପନିର୍ବାଚନରେ ପରାଜୟ ପରେ ଭାଜପା ମହଲରେ ହଲଚଲ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ନୂଆଦିଲ୍ଲୀ,୪।୮: ବିହାରର ପାଟନା ସ୍ଥିତ ବାଙ୍କିପୁର ବିଧାନସଭା ଆସନର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ପରେ ଜନତା ଦଳ (ୟୁନାଇଟେଡ)ର ନେତା ଏବଂ ରାଜ୍ୟ…

‘ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି’: ଉପନିର୍ବାଚନ ଫଳାଫଳକୁ ନେଇ ତେର୍ଚ୍ଛାବାଣ ମାରିଲେ ଧର୍ମେନ୍ଦ୍ର, କହିଲେ…

ନୂଆଦିଲ୍ଲୀ,୪।୮: ବାଙ୍କିପୁର ଉପନିର୍ବାଚନର ଫଳାଫଳକୁ ନେଇ ସମାଜବାଦୀ ପାର୍ଟିର ସାଂସଦ ଧର୍ମେନ୍ଦ୍ର ଯାଦବ ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ କଡ଼ା ଆକ୍ରମଣ କରିଛନ୍ତି। ଦିଲ୍ଲୀରେ ଲୋକ…

ଚିଚର୍ଲା ଉଦ୍ୟାନ ବିଭାଗରେ ନାହିଁ ପାଣି ସୁବିଧା: ଶ୍ରୀହୀନ ପଡ଼ିଛି ନର୍ସରି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ଥିବା ଜାତୀୟ ରାଜପଥ ୨୬ ନିକଟରେ ଥିବା ଉଦ୍ୟାନ ବିଭାଗର…

ଆସାମ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର-ହତ୍ୟା ମାମଲାରେ ତିନି ନାବାଳକ ଗିରଫ

ଦିସପୁର,୪।୮: ଆସାମର ହାଇଲାକାଣ୍ଡି ଜିଲାରେ ଜଣେ ୧୫ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଅପରାଧରେ ତିନି ଜଣ ଅଭିଯୁକ୍ତଙ୍କୁ ଅଭିଯୁକ୍ତ କରାଯାଇଛି, ସେମାନଙ୍କ…

କଦଳୀ ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ: ଶୀତଳ ଭଣ୍ଡାର ନିର୍ମାଣ ଦାବି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗାଁରେ ପ୍ରାୟତଃ ଅଧିକାଂଶ ଲୋକ ଚାଷ ଉପରେ ସବୁବେଳେ ନିର୍ଭର କରନ୍ତି l ଏହି ଅଞ୍ଚଳ ରେତ ନଦୀ…

ତାମିଲନାଡୁରେ ବଡ଼ ରାଜନୈତିକ ହଲଚଲ: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ, ତ୍ରିଶାଙ୍କୁ ନେଇ କହିଥିଲେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁ ରାଜନୀତିରେ ମଙ୍ଗଳବାର ସକାଳେ ହଠାତ୍‌ ବଡ଼ ରାଜନୈତିକ ହଙ୍ଗାମା ଦେଖିବାକୁ ମିଳିଛି। ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ…

ବରଗଡରେ ଚାଞ୍ଚଲ୍ୟ: ନିରାମୟରେ ଦିଆଯାଉଛି ଏକ୍ସପାୟାରୀ ମେଡିସିନ୍‌, ଜଣେ ଆହତ ବାଳକଙ୍କୁ…

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହିଥିବା ନିରାମୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ରୋଗୀଙ୍କୁ ଏକ୍ସପାୟାରୀ ମେଡିସିନ୍‌ ଦିଆଯାଇଥିବା ଅଭିଯୋଗ…

ଉପାନ୍ତ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ

ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri